ଯାନବାହନରୁ ସୃଷ୍ଟ ପ୍ରଦୂଷଣ ପ୍ରତି ଅନେକ ଧ୍ୟାନ ଦେଇ ନଥାନ୍ତି। ତେଣୁ ଆପଣ ଗାଡ଼ି ଚଳାଇବା ବେଳେ ନିମ୍ନୋକ୍ତ ପରିବେଶ ଅନୁକୂଳ ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ...

Advertisment

l ଗାଡ଼ି ଚାଳନା ବେଳେ ଯଥାସମ୍ଭବ ନିରାପଦ ବେଗ ଉପରେ ଧ୍ୟାନ ଦିଅନ୍ତୁ। ଏକ ନିର୍ଦ୍ଦିଷ୍ଟ ବେଗରେ ଗାଡ଼ି ଚାଳନା କଲେ ତୈଳ ସଂଚୟ ହେବା ସହ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ କମ୍‌ ହୋଇଥାଏ। ଓଭର୍‌ସ୍ପିଡ୍‌ କରନ୍ତୁ ନାହିଁ, କି ଯେଉଁଠି ଅନାବଶ୍ୟକ ଅଯଥା ପୂରା ଧିମା ଗତିରେ ଚଳାନ୍ତୁ ନାହିଁ। 
l ରାସ୍ତାରେ ହଠାତ୍‌ ବ୍ରେକ୍‌ ଲଗାଇବା ଦ୍ବାରା ଅଧିକ ଇନ୍ଧନ ଖର୍ଚ୍ଚ ହୁଏ। ତେଣୁ ରାସ୍ତାକୁ ଅନୁଧ୍ୟାନ କରି ଯଥେଷ୍ଟ ପୂର୍ବରୁ ଗାଡ଼ିର ବ୍ରେକ୍‌ ଦିଅନ୍ତୁ। ସେହିପରି ଗାଡ଼ିର ବେଗ ହଠାତ୍‌ ବଢ଼ାଇ ଦିଅନ୍ତୁ ନାହିଁ, ଯଦ୍ବାରା ଅଧିକ କାର୍ବନ ନିର୍ଗମନ ହୋଇ ପରିବେଶକୁ କ୍ଷତି ପହଞ୍ଚିଥାଏ।
l ଗାଡ଼ିର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେଇ ଇଂଜିନ୍‌ ଅଏଲ୍, ଏୟାରଫିଲ୍‌ଟର୍, ଟାୟାର୍‌ ପ୍ରେସର୍‌ ଆଦି ନିୟମିତ ଯାଞ୍ଚ କରନ୍ତୁ।
l ଗାଡ଼ି ଭିତରେ ଅଯଥା ଓଜନ ବଢ଼ାଉଥିବା ଅନାବଶ୍ୟକ ସାମଗ୍ରୀ ରଖନ୍ତୁ ନାହିଁ। ଅଦରକାରୀ ଆସେସରିଜ୍‌ ଲଗାନ୍ତୁ ନାହିଁ।
l ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହୁଅନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଗାଡ଼ିର ଗତି ଧିମା ହେବା ସହ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ସ୍ଥିତି ଉପୁଜେ। ସେହିପରି ଉପଯୁକ୍ତ ଭାବେ ଗାଡ଼ି ପାର୍କିଂ ନକଲେ ତାହା ମଧ୍ୟ ଟ୍ରାଫିକ୍ ଜାମ୍‌ କରାଇ ପରୋକ୍ଷ ଭାବେ ପରିବେଶକୁ ଅଧିକ ପ୍ରଦୂଷିତ କରିଥାଏ।  
l ସରକାରୀ ନିୟମ ମୁତାବକ ଗାଡ଼ିର ପ୍ରଦୂଷଣ ସ୍ତର ଯାଞ୍ଚ କରାନ୍ତୁ।
l ଏସିର ବ୍ୟବହାର ଆବଶ୍ୟକତା ଅନୁଯାୟୀ କରନ୍ତୁ। ଯେଉଁ ସମୟରେ ଏସି ଆବଶ୍ୟକ ନାହିଁ, ସେତେବେଳେ ତାହା ବନ୍ଦ ରଖି ଗାଡ଼ି ଚାଳନା କରିବା ଭଲ। 
l ଯଥାସମ୍ଭବ ଟ୍ରାଫିକ୍ ଗହଳି ରହୁଥିବା ରାସ୍ତା ପରିବର୍ତ୍ତେ ବିକଳ୍ପ ରାସ୍ତା ବ୍ୟବହାର କରନ୍ତୁ।
l ସମ୍ମୁଖ ଯାନଠାରୁ ନିରାପଦ ଦୂରତାରେ ରହନ୍ତୁ, ଯଦ୍ବାରା ଆପଣଙ୍କ ଗାଡ଼ିର ବେଗ ସନ୍ତୁଳିତ ରହିବ।
l ଗୋଟିଏ ମିନିଟରୁ ଅଧିକ ସମୟ ରହଣି ବେଳେ ଗାଡ଼ିର ଷ୍ଟାର୍ଟ ବନ୍ଦ ରଖନ୍ତୁ।
l ବ୍ୟକ୍ତିଗତ କାର୍‌ ବ୍ୟବହାର ଯଥାସମ୍ଭବ କମ୍‌ କରି ସାଧାରଣ ପରିବହନ ଉପରେ ନିର୍ଭର କରନ୍ତୁ।