ଟିଟିଲାଗଡ଼: ରାଜ୍ୟରେ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ସହରର ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ସହରବାସୀ ଏଥିପ୍ରତି ସଚେତନ ନହେଲେ ଆଗାମୀ ଦିନରେ ଏହି ଅଞ୍ଚଳ ବାସୋପଯୋଗୀ ହୋଇ ରହିବ ନାହିଁ। ବର୍ତ୍ତମାନ ସ୍ଥିତିରେ ସୁସ୍ଥ ଜୀବନଯାପନ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି। ଏଥିପାଇଁ ବ୍ୟାପକ ଜନସଚେତନତା କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ବିଧାୟକ ନବୀନ ଜୈନ ପ୍ରକାଶ କରିଛନ୍ତି।
ସ୍ଥାନୀୟ କୁମୁଡ଼ା ପାହାଡ଼ ବନ ବିଭାଗ ପାର୍କ ପରିସରରେ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜୈନ ମୁଖ୍ୟଅତିଥି, ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ସହିତ୍ୟଘର ସମ୍ପାଦିକା ଗୀତାରାଣୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନକୁ ବିଧାୟକ ପ୍ରଶଂସା କରିବା ସହ ଏଥିରେ ସହଭାଗୀ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ଜୈନ ପରିବେଶ ସୁରକ୍ଷା ପାଇଁ ସହରବାସୀ ଚିନ୍ତା କରିବାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ। ସହରର ସାମାଜିକ ଅନୁଷ୍ଠାନ ଏ ଦିଗରେ କାର୍ଯ୍ୟକ୍ରମ କରିବାର ଯଥେଷ୍ଟ ଆବଶ୍ୟକତା ଥିବା ପୂର୍ବତନ ନଗରପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ। ସାହିତ୍ୟଘର ସଭାପତି ସଞ୍ଜୟ ଅଗସ୍ତି ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଈଶ୍ୱର ଚନ୍ଦ୍ର ଜୈନ, ସୁବୋଧ ଦାସ, ପବିତ୍ର ସାହୁ, ଶ୍ରୀପତି ସାହୁ, ଭକ୍ତ ପୁରୋହିତ, ଉପେନ୍ଦ୍ର ବାଗ, ସୁଧୀର ଘଡ଼େଇ, ସଞ୍ଜୟ ତ୍ରିପାଠୀ, ଖ୍ୱାଜ୍ ମହମ୍ମଦ, ସନ୍ତୋଷ କେଜ୍ରିୱାଲ, ଅଙ୍କୁର ଅଗ୍ରୱାଲ, ବନପାଳ ରଞ୍ଜିତ ସିଂ ଦେଓ, ପ୍ରିୟଙ୍କା ପୋଢ଼, ସଞ୍ଜୟ ମିଶ୍ର ପ୍ରମୁଖଙ୍କ ସହ ବହୁ ପରିବେଶପ୍ରେମୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/dcbb1TSiRSht6SssUcgN.jpg)