କେନ୍ଦ୍ରାପଡ଼ା: ହେନ୍ତାଳବଣର ସୁରକ୍ଷା ଓ ବୃଦ୍ଧି କଥା ସମସ୍ତେ କହୁଛନ୍ତି। କିନ୍ତୁ ଏହା ଉପରେ ନିର୍ଭରଶୀଳ ହୋଇ କୃତ୍ରିମ ଉପାୟରେ କିଭଳି ନୂଆ ଉଦ୍ୟୋଗ ସୃଷ୍ଟି କରାଯାଇପାରିବ, ସେଥିପ୍ରତି କେହି ଚିନ୍ତା କରୁନାହାନ୍ତି। ଏଥିପାଇଁ ଆମକୁ ପରିବେଶ ଓ ଅର୍ଥନୀତି ମଧୢରେ ସମନ୍ବୟ ରଖିବାକୁ ପଡ଼ିବ। ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ଯଦି ଆମେ କଙ୍କଡ଼ା, ମହୁ, ନୂଆ ଔଷଧୀୟ ବୃକ୍ଷ ଆଦି ବିଭିନ୍ନ ଚାଷ ପାଇଁ ସୁଯୋଗ ସୃଷ୍ଟି କରିପାରିବା, ତେବେ ସ୍ଥାନୀୟ ଲୋକଙ୍କ ପାଇଁ ଏହା ଜୀବିକାର ମାଧୢମ ହେଇପାରିବ। ଏହାଦ୍ବାରା ଲୋକଙ୍କର ହେନ୍ତାଳବଣ ସୁରକ୍ଷା ଓ ବୃଦ୍ଧି ପ୍ରତି ଉତ୍ତରଦାୟିତ୍ବ ବଢ଼ିବା ସହିତ ଅର୍ଥନୈତିକ ଉନ୍ନତି ହୋଇପାରିବ।
ତୃତୀୟ ତଥା ଅନ୍ତିମ ଅଧିବେଶନରେ ‘ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା ବଳୟ: ହେନ୍ତାଳ ବଣ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋକପାତ କରି ପରିବେଶବିତ୍, ବିଶେଷଜ୍ଞମାନେ ଏ କଥା କହିଛନ୍ତି।
ବିସିକେଆଇସି ସ˚ସ୍ଥାର ମ୍ୟାନେଜର୍ ସୁଧିର କୁମାର ଝା କହିଥିଲେ ଯେ ସରକାର ଏବେ ଷ୍ଟାର୍ଟଅପ୍ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। କୃତ୍ରିମ ଉପାୟରେ ବି ନୂଆ ଉଦ୍ୟୋଗ ସୃଷ୍ଟି କରାଯାଇପାରିବ। କନ୍ଧମାଳର ଦାରିଙ୍ଗିବାଡ଼ିସ୍ଥିତ ସ୍ବୟ˚ସହାୟକ ଗୋଷ୍ଠୀର ମହିଳାମାନେ ମାଣ୍ଡିଆରେ ପାସ୍ତା ତିଆରି କରି ପରୀକ୍ଷାମୂଳକ ଭାବେ ବଜାରକୁ ଛାଡ଼ିଲେ। ଏହା ଆଶାତୀତ ବ୍ୟାବସାୟିକ ସଫଳତା ଦେଲା। ଏବେ ସେହି ଗୋଷ୍ଠୀର ପ୍ରତି ମହିଳାଙ୍କ ମାସିକ ରୋଜଗାର ୫୦ହଜାର ଟଙ୍କା ଉପରେ। ଭିତରକନିକା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଧୢ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା ସୃଷ୍ଟିର ଅପାର ସମ୍ଭାବନା ରହିଛି। ପରିବେଶକୁ ଆଦୌ କ୍ଷତି ନ ପହଞ୍ଚାଇ ବି ଜଣେ କୃତ୍ରିମ ଉପାୟରେ କଙ୍କଡ଼ା ଓ ମହୁ ଚାଷ କରିପାରିବ। ଯଦି ସରକାରୀସ୍ତରରେ ଛୋଟଛୋଟ ଷ୍ଟାର୍ଟଅପ୍ ଜରିଆରେ ଆମେ ଏହି ସୁବିଧା ସ୍ଥାନୀୟ ଲୋକଙ୍କୁ ଯୋଗାଇ ଦେଇପାରିବା, ତେବେ ପରିବେଶ ପ୍ରତି ରହୁଥିବା ବିପଦକୁ ଆମେ ମୁକାବିଲା କରିପାରିବା।
ଅବସରପ୍ରାପ୍ତ ମୁଖ୍ୟ ବନ ସ˚ରକ୍ଷକ ଅଧିକାରୀ ଡକ୍ଟର ଅରୁଣ ମିଶ୍ର କହିଥିଲେ ଯେ ଭିତରକନିକାକୁ ଛାଡ଼ିଦେଲେ ନାଳିଆ ଘାସ ଆଉ କୋଉଠି ଦେଖିବାକୁ ମିଳେ ନାହିଁ। ଏହାଦ୍ବାରା ପ୍ରସ୍ତୁତ ଉତ୍ପାଦର ମୂଲ୍ୟ ବଜାରରେ ବହୁ ଅଧିକ। ଅତୀତରେ ଶତାଧିକ ପରିବାର ଏହି ଘାସରେ କୁଲା, ଟୋକେଇ, ପାଛିଆ ସମେତ ବିଭିନ୍ନପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିଲେ। ମାତ୍ର ପ୍ରୋତ୍ସାହନ ଅଭାବରୁ ଏହା ଆଗକୁ ବଢ଼ି ପାରୁନାହିଁ। ଏଥିପାଇଁ ସ୍ବତନ୍ତ୍ର ଯୋଜନା ଦରକାର। ଭିତରକନିକା ପାର୍କ ବାହାରେ ନାଳିଆ ଘାସ ବୃଦ୍ଧି ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବାର ଆବଶ୍ୟକତା ରହିଛି।
ରାଉରକେଲା ଏନ୍ଆଇଟିର ସହକାରୀ ପ୍ରଫେସର୍ ଡକ୍ଟର ମେଧା ନାୟକ କହିଥିଲେ ଯେ ପରିବେଶ ସୁରକ୍ଷା ସହ ପର୍ଯ୍ୟଟନ ବିକାଶ ବି କରାଯାଇପାରିବ। ଏଥିପାଇଁ ବ୍ୟାପକ ସଚେତନତା ଓ ଉତ୍ତରଦାୟିତ୍ବ ରହିବା ଦରକାର। ଅଷ୍ଟ୍ରେଲିଆର ଉଦାହରଣ ଦେଇ ସେ କହିଲେ ସେଠାକାର ସରକାର ଫେଙ୍ଗୁଇନ୍ର ସୁରକ୍ଷା ପାଇଁ କଡ଼ା ଆଇନ କରିଛନ୍ତି। ଯଦି ଆମେ ପେଙ୍ଗୁଇନ୍କୁ ପାଖରୁ ଦେଖିବାକୁ ଚାହିବା, ତେବେ ସେଠାରେ ଆମକୁ ମୋବାଇଲ୍ ଫୋନ୍, ଲାଇଟ୍ ଆଦି ଅନ୍ୟ ସାମଗ୍ରୀ ବାହାରେ ରଖି ଯିବାକୁ ପଡ଼ିବ। ପେଙ୍ଗୁଇନ୍ ଭୟଭୀତ ନ ହେବା ପାଇଁ ପାଟି ଚୁପ୍ କରି ବସିବାକୁ ପଡ଼ିବ। ଏହା ଅଷ୍ଟ୍ରେଲିଆ ସରକାରଙ୍କ ପରିବେଶ, ପର୍ଯ୍ୟଟନ ପ୍ରତି ଥିବା ଉତ୍ତରଦାୟିତ୍ବକୁ ସୂଚାଉଛି। ଏଠି ମଧୢ ସେଭଳି ଆଇନର ଆବଶ୍ୟକତା ରହିଛି, ଯେମିତି ବିନା କୌଣସି କ୍ଷତିରେ ପରିବେଶ ଓ ପର୍ଯ୍ୟଟନ ଏକାସାଙ୍ଗରେ ଚାଲିପାରିବ। ସ୍ବେଚ୍ଛାସେବୀ ସ˚ଗଠନ ‘ସକ୍ରେଟସ୍’ର ନିର୍ଦ୍ଦେଶକ ଦେବଜିତ୍ ମିତ୍ର ଅଧିବେଶନକୁ ସ˚ଯୋଜନା କରିବା ସହ ହେନ୍ତାଳବଣର ସୁରକ୍ଷା ସହିତ ଲୋକଙ୍କ ଜୀବିକା କିଭଳି ଏକାସାଙ୍ଗରେ ଆଗକୁ ବଢ଼ିପାରିବ, ତାହା ଉପରେ ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/13/dgqMSG2eRy3GYpTOeziX.jpg)