ସ୍କୁଲ୍ରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା େବଳେ ସେ ସମରକ୍ୟାମ୍ପରେ ଜଙ୍ଗଲକୁ ଯାଇଥିଲେ। ସେଠାରେ ଏକ ହଳଦୀବସନ୍ତ ପକ୍ଷୀ ଉଡ଼ି ଯାଉଥିବା ଦେଖି ତାକୁ କ୍ୟାମେରାରେ କଏଦ୍ କଲେ। ଫଟୋଟି ସମସ୍ତଙ୍କୁ ପସନ୍ଦ ଆସିଲା ଏବଂ ବନ୍ୟଜନ୍ତୁ ଫଟୋଗ୍ରାଫିରେ ସେ ଏଥିପାଇଁ ପ୍ରଥମ ପୁରସ୍କାର ବି ଜିତିଥିଲେ। ଏହାପରଠାରୁ ସେ ଚଢ଼େଇମାନଙ୍କୁ ଭଲ ପାଇବା ସହ ତାଙ୍କର ଜୀବନଶୈଳୀର ପର୍ଯ୍ୟବେକ୍ଷଣ ଆରମ୍ଭ କଲେ। ସେମାନଙ୍କ ବିଷୟରେ ନୂଆ ନୂଆ ତଥ୍ୟ ସଂଗ୍ରହ କଲେ। ସେ ହେଉଛନ୍ତି ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ପରିେବଶ ବିଜ୍ଞାନରେ ସ୍ନାତକ କରୁଥିବା ଦିଶା ଭଟ୍ଟାଚାର୍ଯ୍ୟ। ସେ କହନ୍ତି, ତାଙ୍କ ବାପା ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ଜଣେ ବନ୍ୟପ୍ରାଣୀ କାର୍ଯ୍ୟକର୍ତ୍ତା। ପିଲାଟି ଦିନରୁ ଦିଶା ବାପାଙ୍କୁ ବନ୍ୟପ୍ରାଣୀଙ୍କ ଉପରେ ଗବେଷଣା ଏବଂ ସେମାନଙ୍କ ବାସସ୍ଥଳୀ ଓ ଜୀବନଶୈଳୀର ଅନୁଶୀଳନ କରିବା ଦେଖିଛନ୍ତି। ବାପାଙ୍କ ସହ ବହୁ ଜଙ୍ଗଲ ଓ ଜାତୀୟ ଉଦ୍ୟାନ ବୁଲିଛନ୍ତି। ବିଭିନ୍ନ ଅନୁଷ୍ଠାନ ଦ୍ବାରା ଆୟୋଜିତ ପରିବେଶ, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି କାରଣରୁ ଛାତ୍ରାବସ୍ଥାରୁ ଦିଶାଙ୍କର ପରିବେଶ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା।
ଏବେ ସେ ଭିତରକନିକା ଓ ଚନ୍ଦକା ଆଦି ଜଙ୍ଗଲ ବୁଲି ବିଭିନ୍ନ ପଶୁପକ୍ଷୀଙ୍କୁ ଚିହ୍ନିବା ସହ ଅନ୍ୟମାନଙ୍କୁ ଚିହ୍ନାଉଛନ୍ତି। ଏଥିସହ ପଶୁପକ୍ଷୀଙ୍କ ଫଟୋ ଉଠାଇ ତାହାକୁ ଦସ୍ତାବିଜ ଆକାରରେ ସାଇତି ରଖୁଛନ୍ତି। ନିକଟରେ ସେ ଏକ ସମର ଇଣ୍ଟର୍ଣ୍ଣସିପ୍ରେ ଉତ୍ତରପ୍ରଦେଶ ଯାଇ ନର୍ମଦା ନଦୀ ଉପରେ ପଡ଼ୁଥିବା ସାମାଜିକ ଓ ପାରିବେଶିକ ପ୍ରଭାବ ଉପରେ ଏକ ଡକ୍ୟୁମେଣ୍ଟାରି ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏଥିସହ ରାଜ୍ୟ ଓ ରାଜ୍ୟ ବାହାରର ସ୍କୁଲ୍ ଓ କଲେଜ୍ ତଥା ବିଭିନ୍ନ ଜନବସତିକୁ ଯାଇ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ଦିଶା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/08/QZAVIcF5eugZ13nMUPlS.jpg)