କେନ୍ଦ୍ରାପଡ଼ା: ଏବେ ପାଣିଠୁ ଆରମ୍ଭ କରି ପବନ ଓ ମାଟି ପ୍ରଦୂଷିତ। ପ୍ରଦୂଷଣ ବଳୟରୁ ରକ୍ଷା ପାଇବା ପାଇଁ ବହୁତ ପନ୍ଥା ରହିଛି। ତେଣୁ ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇବା ବୋଲି କେନ୍ଦ୍ରାପଡ଼ା ନିର୍ବାଚନମଣ୍ତଳୀରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଗଣେଶ୍ବର ବେହେରା ଏକଥା କହିଛନ୍ତି। ଗରାପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ବେହେରା କହିଲେ ଯେ ପରିବେଶ ସୁରକ୍ଷା ପ୍ରସଙ୍ଗ ୧୯୫୨ମସିହାରେ ସ˚ସଦରେ ଉଠିଥିଲା। ସେତେବେଳେ ମୃତ୍ତିକା କ୍ଷୟ ଉପରେ ଚିନ୍ତାବ୍ୟକ୍ତ କରାଯାଇଥିଲା। ମାତ୍ର ଆଜି ପରିବେଶ କଥା ଚିନ୍ତା କରାଗଲା ବେଳକୁ ମାଟି, ପାଣି, ପବନକୁ କିଭଳି ସୁରକ୍ଷିତ ରଖିପାରିବା ତାହା ଉପରେ ଗୁରୁତ୍ବାରୋପ କରାଯାଉଛି। ଭାଗବତରେ ବି ବୃକ୍ଷ ଆମ ଜୀବନ ପାଇଁ କେତେ ଜରୁରି ଉଲ୍ଲେଖ ରହିଛି।

Advertisment

ଯଦି ଆମେ  ‘ଆମ ପରିବେଶ-ଆମ ଭବିଷ୍ୟତ’ର ସ˚କଳ୍ପ ନେଇ ଗୋଟିଏ ଲେଖାଏଁ ଗଛ ଲଗାଇପାରିବା, ତାହା ଆମ ପରିବେଶ ପାଇଁ ବଡ଼ ଅବଦାନ ହୋଇପାରିବ ବୋଲି ଶ୍ରୀ ବେହେରା କହିଥିଲେ। ଏହି ଅବସରରେ ଶ୍ରୀ ବେହେରା ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ମା’ ଓ ଭଉଣୀଙ୍କ ମଧୢରୁ ଜଣଙ୍କୁ ପ୍ରତିବର୍ଷ ‘ପରିବେଶ ପରୀ’ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଚଳିତବର୍ଷଠୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେବା ସହିତ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶ˚ସା କରିଥିଲେ।

ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ତପନ ପତି କହିଲେ ‌ଯେ ଆବଶ୍ୟକତାଠାରୁ ପୃଥିବୀ ଆମକୁ ବହୁତ ଅଧିକ ଦେଇଛି। କିନ୍ତୁ ମଣିଷର ଲୋଭ ଆଗରେ ଏସବୁ ଅଭାବ ପଡ଼ିଯିବ।  ଯେଉଁଭଳି ଭାବେ ଖାଦ୍ୟଶସ୍ୟରେ ବହୁଳ ମାତ୍ରାରେ ରସାୟନିକ ସାରର ବ୍ୟବହାର ହେଉଛି, ତାହା କେବଳ ମୃତ୍ୟୁଚକ୍ରକୁ ଡାକିବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ପତି ଦୃଢେ଼ାକ୍ତି ବାଢ଼ିଥିଲେ। ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ କହିଥିଲେ ପରିବେଶ ପ୍ରଦୂଷଣ ପାଇଁ ମଣିଷ ସମାଜ ଦାୟୀ। ଏହାର ନିରାକରଣ ବି ଆମ ହାତରେ ରହିଛି। ତେଣୁ ବ୍ୟାପକ ବୃକ୍ଷରୋପଣ ପାଇଁ ସ˚କଳ୍ପ ନେବାକୁ ସୁଶ୍ରୀ ଦାସ ଆହ୍ବାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି କେନ୍ଦ୍ରାପଡ଼ା ପୌରପାଳିକା ପୌରାଧୢକ୍ଷା ସରିତା ସାହୁ, କେନ୍ଦ୍ରାପଡ଼ା ବ୍ଲକ୍‌ ଉପାଧୢକ୍ଷ ପ୍ରତାପ ନାରାୟଣ ମହାପାତ୍ର ଉପସ୍ଥିତ ରହି ଭୂତଳ ଜଳସ୍ତର ହ୍ରାସ ଆଉ ପ୍ଳାଷ୍ଟିକ୍‌ର ବହୁଳ ବ୍ୟବହାର ପରିବେଶକୁ କିଭଳି ବିଗାଡ଼ୁଛି, ତାହା ଉପରେ ଆଲୋକପାତ କରିଥିଲେ।