ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ପରିବେଶ ସୁରକ୍ଷା ପାଇଁ ଚଳାଇଥିବା ନିରବଚ୍ଛିନ୍ନ ଉଦ୍ୟମକୁ ୨୫ ବର୍ଷ ପୂରିଛି। ପରିବେଶ ଆଇନ କ୍ଷେତ୍ରରେ ସଚେତନତା ସୃଷ୍ଟି ଲାଗି ସେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ କର୍ମଶାଳା ଆୟୋଜନ କରିଆସୁଛନ୍ତି। ଏହା ଜରିଆରେ ପରିବେଶପ୍ରେମୀ, ପରିବେଶବିତ୍ ଓ ଆଇନଜୀବୀମାନଙ୍କୁ ପରିବେଶ ସୁରକ୍ଷା ସଂପର୍କିତ ଆଇନର କାର୍ଯ୍ୟକାରିତା ନେଇ ସଚେତନ କରାଯାଉଛି। ଏଭଳି କର୍ମଶାଳାରେ ସେ ବିଚାରପତିମାନଙ୍କୁ ସାମିଲ କରି ପରିବେଶ ସୁରକ୍ଷା ପାଇଁ ନ୍ୟାୟପାଳିକାର ସକ୍ରିୟ ସହଯୋଗ ଲାଗି ମଧ୍ୟ ଅନୁରୋଧ କରିଥାଆନ୍ତି। ଏଯାବତ୍ ତାଙ୍କ ପରିଚାଳିତ କାର୍ଯ୍ୟକ୍ରମରେ ୨୦୦୦ରୁ ଅଧିକ ପରିବେଶ ଆଇନ ବିଶେଷଜ୍ଞ ଓ ଆଇନଜୀବୀ ଅଂଶଗ୍ରହଣ କରିଛନ୍ତି।
ଅଦ୍ୟାବଧି ଓଡ଼ିଶା ହାଇକୋର୍ଟରେ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ସଂପର୍କିତ ବହୁ ମାମଲାକୁ ସଫଳତାର ସହ ପରିଚାଳନା କରିଥିବା ଶ୍ରୀ ତ୍ରିପାଠୀ କହନ୍ତି, ‘‘ମୁଁ ଯେତେବେଳେ ବାଙ୍ଗାଲୋରସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିଲି ସେତେବେଳେ ମୋର ଅଧ୍ୟାପକ ପ୍ରଫେସର ଡକ୍ଟର ଆର୍ ମାଧବ ମେନନ୍ ପରିବେଶ ଆଇନ ବିଷୟକୁ ନେଇ ସ୍ବତନ୍ତ୍ର ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ମୁଁ ସିଙ୍ଗାପୁରରେ ଅଧ୍ୟୟନ କରିବା ମୋର ଜୈବବିବିଧତା ଓ ପରିସଂସ୍ଥାନ ସୁରକ୍ଷା ପ୍ରତି ଆଗ୍ରହ ଆସିଥିଲା। ମୁଁ ଅନୁଭବ କରିଥିଲି ଯେ ପର୍ଯ୍ୟନ୍ତ ପରିବେଶ ଆଇନକୁ ନେଇ ଆମେ ସଚେତନ ନ ହୋଇଛୁ ସେ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଅସମ୍ଭବ। ସେଥିପାଇଁ ମୁଁ ମୋର ବ୍ୟକ୍ତିଗତ ପ୍ରୟାସରେ ପରିବେଶ ସୁରକ୍ଷା ଓ ପରିସଂସ୍ଥାନର ସଂରକ୍ଷଣ ସଂପର୍କିତ କର୍ମଶାଳା ଆଜକୁ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଆୟୋଜନ କରିଚାଲିଛି। ବିଆର୍ପିଏଲ୍ ଓ ଏସାର୍ କମ୍ପାନି ସମସ୍ତ ପରିବେଶ ନୀତିନିୟମକୁ ଉଲ୍ଲଂଘନ କରି ବ୍ରାହ୍ମଣୀକୁ ଯେଉଁଭଳି ଭାବେ ବିପଦସଂକୁଳ ଅବସ୍ଥାକୁ ନେଇଯାଇଥିଲେ ସେଥିରେ ଗୋଟିଏ ଲମ୍ବା ଲଢ଼େଇ ହୋଇ ଉଭୟ ହାଇକୋର୍ଟ ଓ ପରବର୍ତ୍ତୀ ଅବସ୍ଥାରେ ସୁପ୍ରିମ୍ କୋର୍ଟରେ ବିଜୟୀ ହେବା ହେଉଛି ମୋ ଜୀବନର ଏକ ଅବିସ୍ମରଣୀୟ ଘଟଣା। ’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/27/3cR9u1C4I4ZvymsLN6RN.jpg)