ବାରିପଦା/ଉଦଳା-୧: ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବୃକ୍ଷରୋପଣ ଜରୁରୀ। ସରକାର ଏ ଦିଗରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ବ୍ୟାପକ ହେଲାଣି। ବୃକ୍ଷରୋପଣର ଏହି ଧାରା ଜାରି ରହିଲେ ଆସନ୍ତା କିଛି ବର୍ଷ ମଧ୍ୟରେ ମୟୂରଭଞ୍ଜ ପୁଣି ସବୁଜସୁନ୍ଦର ହୋଇଉଠିବ। ହେଲେ ଏହା ପୂର୍ବରୁ ଶିମିଳିପାଳରେ ମାତିଥିବା ଜଙ୍ଗଲ ମାଫିଆଙ୍କୁ ସାବାଡ଼ କରିବାକୁ ହେବ। ଏଥିସହ ପରିବେଶ ପ୍ରଦୂଷଣର କାରକଗୁଡ଼ିକୁ ହଟାଇବାକୁ ପଡ଼ିବ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମତ ରଖିଛନ୍ତି ମୟୂରଭଞ୍ଜର ଲୋକସଭା ସାଂସଦ ନବଚରଣ ମାଝୀ।
ସ୍ଥାନୀୟ ଉଦଳା କଲେଜ ପରିସରରେ ଆୟୋଜିତ ଉଦଳା ନିର୍ବାଚନମଣ୍ଡଳୀସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ କହିଲେ ଉଦଳା ଉପଖଣ୍ଡରେ ଜଙ୍ଗଲ ମାଫିଆ ସକ୍ରିୟ ଅଛନ୍ତି। ଆଖପାଖ ଅଞ୍ଚଳରୁ ଜଙ୍ଗଲ ସଫା ହୋଇଗଲାଣି। ତେବେ ଆମ ସରକାର ଏହି ମାଫିଆଙ୍କୁ ସାବାଡ଼ କରିବା ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଯୋଜନା କରିଛନ୍ତି। ଏହି ଅଭିଯାନରେ ସରକାରଙ୍କ ସହ ସାଧାରଣ ଲୋକେ ହାତ ମିଶାଇଲେ ପୃଥିବୀକୁ ସରସସୁନ୍ଦର କରି ଗଢ଼ି ତୋଳିବା ସହଜ ଓ ସମ୍ଭବ ହେବ ବୋଲି ସାଂସଦ ଶ୍ରୀ ମାଝୀ କହିଥିଲେ।
/filters:format(webp)/sambad/media/media_files/2025/09/01/adgdgdgdg-2025-09-01-02-58-21.jpg)
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଦଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଯତୀନ କୁମାର ମହାକୁଡ଼, ଅଧ୍ୟାପକ ମଧୁସୂଦନ ମୁର୍ମୁ, ସୁଦାମ ହେମ୍ବ୍ରମ, ଡ. ଦିବ୍ୟଲୋଚନ ଭୂୟାଁ, ସୁଧାସାବିତ୍ରୀ ପଣ୍ଡା, ଗଜେନ୍ଦ୍ର ହାଁସଦା, ସନ୍ତୋଷ କୁମାର ଜେନା, ଭୀମା ସୋରେନ, ପ୍ରତୀକ୍ଷା ପରିଡ଼ା, ଇତିଲିପ୍ସା ବେହେରା, ଡ. ସନ୍ତୋଷ କୁମାର ପଣ୍ଡା, ହରିଶ୍ଚନ୍ଦ୍ର ପଣ୍ଡା, ଆଶିଷ କୁମାର ମଢ଼େଇ, ତୁଲ ବାହାଦୂର, ସୁଧାଂଶୁ ମହାନ୍ତି, ତପସ୍ୟା ସାହୁ, କ୍ରୀଷ୍ଣା ଦାସ, ସୂଚିଶ୍ରୀ ମହାପାତ୍ର, ସସ୍ମିତା ମୁର୍ମୁ, ବିଶ୍ବରଞ୍ଜନ ସିଂ, ସତ୍ୟଜିତ ସିଂ, ବୀର୍ସା ମୁର୍ମୁ, ରବୀନ୍ଦ୍ର ସୋରେନ, ସାମଲ ବାସ୍କେ, ରଘୁ ମାରାଣ୍ଡି, ଶ୍ରୀକାନ୍ତ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ, ଉଦଳା ପ୍ରତିନିଧି ଦିଲ୍ଲୀପ କଲିଆ, ଖୁଣ୍ଟା ପ୍ରତିନିଧି ପ୍ରତାପ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/28/punachapruthibi-2025-08-28-02-58-26.jpg)