ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ମହେନ୍ଦ୍ରତନୟା ନଦୀ ଏବେ ଦ୍ରୁତଗତିରେ ପ୍ରଦୂଷିତ ହେବାରେ ଲାଗିଛି। ପାରଳାଖେମୁଣ୍ଡି ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପୁରୁଣାପାଟଣାକୁ ପୃଥକ କରୁଥିବା ଏହି ନଦୀ ସୀମାନ୍ତ ଅଞ୍ଚଳରେ ଅଧିକ ପ୍ରଦୂଷିତ ହେଉଛି। ନଦୀତଟରେ ପାରଳାଖେମୁଣ୍ଡି ସହରର ଶ୍ମଶାନଘାଟ ରହିଛି। ଏଠାରୁ ମାତ୍ର ୨୦ ମିଟର ଦୂର ପରେ ଆନ୍ଧ୍ର ସୀମାନ୍ତ ଆରମ୍ଭ ହେଉଛି। ଏହି ସ୍ଥାନରେ ଉଭୟପଟରେ ଥିବା ପାରଳାଖେମୁଣ୍ଡି ଓ ଆନ୍ଧ୍ରର ପୁରୁଣାପାଟଣାର ବିଭିନ୍ନ ହୋଟେଲ, ବ୍ୟବସାୟ ପ୍ରତିଷ୍ଠାନର ବଳକା ଖାଦ୍ୟ, ଅଳିଆ ଆବର୍ଜନାକୁ ଲୋକେ ବିଭିନ୍ନ ଗାଡ଼ିରେ ଆଣି ଫିଙ୍ଗି ଦେଉଛନ୍ତି।
ଦିନଦିନ ଧରି ଗଚ୍ଛିତ ହୋଇ ରହୁଥିବା ଏହି ଆବର୍ଜନା ଧୀରେ ଧୀରେ ନଦୀରେ ମିଶିବା ଯୋଗୁଁ ନଦୀଜଳ ଦୂଷିତ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ନିକଟରେ ଏ ସମ୍ପର୍କରେ ଖବର ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ଗୋଟିଏ ପଟେ ଆନ୍ଧ୍ରର ପୁରୁଣାପାଟଣା ଲୋକେ ବିଭିନ୍ନ ଆବର୍ଜନା ଆଣି ନଦୀତଟରେ ଡମ୍ପିଂ କରୁଥିବା ବେଳେ ପୁରୁଣାପାଟଣା ମଣ୍ଡଳର ଗୋପାଳପୁର ଠାରେ ପାରଳାଖେମୁଣ୍ଡି ସହର ଆବର୍ଜନା ପାଣିକୁ ନଦୀରେ ମିଶିବାକୁ ଦିଆଯିବନି କହି ବନ୍ଧ ବାନ୍ଧି ଅଟକାଉଛନ୍ତି। ଏଭଳି ଟଣାଓଟରା ଭିତରେ ମହେନ୍ଦ୍ରତନୟା ସନ୍ତୁଳି ହେଉଛି। ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ମହେନ୍ଦ୍ରତନୟାର ସୁରକ୍ଷା ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଉନଥିବାରୁ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/n1d42fbhiebyHRiy7ufy.jpg)