ବରଗଡ଼/ଭଟଲି: ବର୍ତ୍ତମାନ ପରିବେଶକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ଏଣୁ ପରିବେଶକୁ ସମସ୍ତେ ଭଲ ପାଇବା ଦରକାର। ‘ସମ୍ବାଦ’ ଗ୍ରୁପ ପକ୍ଷରୁ ଆରମ୍ଭ ହୋଇଥିବା ଏହି ‘ପରିବେଶ ପଞ୍ଚାୟତ’ ଅନେକ କିଛି ପରିବର୍ତ୍ତନ ଆଣିବ। ଏଥିରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରାଯାଇପାରିବ ବୋଲି ଭଟଲି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି।
ଭଟଲିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଥିଲେ, ଛୋଟ ବେଳୁ ହିଁ ପରିବେଶ ସଂପର୍କିତ କାର୍ଯ୍ୟ ବାପା, ଜେଜେବାପାଙ୍କଠାରୁ ଜାଣିଛି। ବାପା ଗାଁ ଗାଁ ଯାଇ ଲୋକଙ୍କୁ ପରିବେଶ ସଚେତନତା କରୁଥିଲେ। କାରଣ ଭଟଲି ନିର୍ବାଚନମଣ୍ଡଳୀ ଜଙ୍ଗଲରେ ପରିପୂର୍ଣ୍ଣ। ବନ୍ୟଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ଚିନ୍ତା ସମସ୍ତଙ୍କର ଥିଲା। ଗଛକୁ ପରିବାରର ସମସ୍ତେ ଭଲ ପାଉଥିବାରୁ ନିଜେ ମଧ୍ୟ ବେଶ ଭଲ ପାଆନ୍ତି ବୋଲି କହିଥିଲେ। ‘ସମ୍ବାଦ’ ଗ୍ରୁପ୍ ଯେଉଁ କାର୍ଯ୍ୟ ହାତକୁ ନେଇଛି ତାହା ପ୍ରଶଂସନୀୟ। କେବଳ ‘ସମ୍ବାଦ’ ଖବର ପରିବେଷଣରେ ସୀମିତ ନାହିଁ। ମାଟି, ଜଳ, ପବନ, ଗଛ ତଥା ଆମ ପରିବେଶ ସୁରକ୍ଷା ଚିନ୍ତା କରି ପରିବେଶ ପଞ୍ଚାୟତ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚିବା ନିହାତି ଭାବରେ ଏକ ନିଆରା ବାର୍ତ୍ତା ସମସ୍ତଙ୍କ ନିକଟକୁ ଯାଉଛି ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବରେ ପରିବେଶବିତ୍ ସୁଶୀଳ ସାହୁ, ପ୍ରକୃତି ବନ୍ଧୁ ଦୟାନିଧି ପ୍ରଧାନ, ପ୍ରକୃତିବନ୍ଧୁ ଆନନ୍ଦ ସାହୁ, ପରିବେଶପ୍ରେମୀ ଉଚ୍ଛବ ଭୁଏ, ଲୋକେଶ୍ୱର ସିଂ ବରିହା ପ୍ରମୁଖ ଯୋଗଦେଇ କହିଥିଲେ, ପ୍ରକୃତିର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ଏହାସହ ବିକାଶମୂଳକ ଦୁନିଆରେ ପରିବେଶ ଯେଭଳି ପ୍ରଭାବିତ ନହୋଇ ବିକାଶ କାର୍ଯ୍ୟ ହେବ ସେ ଦିଗରେ ସବୁ ସରକାର ପଦକ୍ଷେପ ନେବା ଦରକାର। ସାଂପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାନ ବୃଦ୍ଧି, ଜଙ୍ଗଲ ଅବକ୍ଷୟ, ମୃତ୍ତିକା କ୍ଷୟ ସହ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛୁ। ଏଣୁ ନିଜେ ବଞ୍ଚିବା ସହ ସମସ୍ତଙ୍କ ବଞ୍ଚିବା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକ ଅଛି ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/KfVLXSSDZ0j6I5qJEQRf.jpg)