ବର୍ତ୍ତମାନ ସ୍ଥିତିରେ ପରିବେଶ ପରିବର୍ତ୍ତନର ପ୍ରଭାବ ସମସ୍ତଙ୍କୁ ପ୍ରଭାବିତ କରୁଛି। ଓଡ଼ିଶାରେ ୪ରୁ ୬ ପ୍ରତିଶତ ବର୍ଷା ପରିମାଣ କମିଗଲାଣି। ନିୟମିତ ବର୍ଷା ଓ ଏହାର ବ୍ୟବଧାନରେ ପରିବର୍ତ୍ତନ ଦେଖାଦେଇଛି। ଅନ୍ତର୍ଜାତୀୟ ଜଳ ସଂଘ ଏହି ସମ୍ବେଦନଶୀଳ ତଥ୍ୟ ଦେଇଛି ବୋଲି କହିଛନ୍ତି ଓବିସିସି ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ।
‘ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରେ ରାସ୍ତାଘାଟ ବିକାଶ ପ୍ରକଳ୍ପ’ ଶୀର୍ଷକ ଆଲୋଚନାଚକ୍ରରେ ଶ୍ରୀ ଦାସ କହିଛନ୍ତି, ଆପିସିସି(ଇଣ୍ଟରଗଭର୍ଣ୍ଣମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ) ସତର୍କ କରାଇ କହିଛି, ଅଧିକ ଉତ୍ତାପ ଫଳରେ ବଙ୍ଗୋପସାଗରର ଜଳପତନ ବଢ଼ିବାରେ ଲାଗିଛି। ଏହା ଲାଗି ରହିଲେ, ସାରା ବିଶ୍ବରେ ୨୦ରୁ ୨୫ ସେଣ୍ଟିମିଟର ଜଳପତନ ବଢ଼ିଯିବ। କେବଳ ଓଡ଼ିଶା ଉପକୂଳ ବିଶେଷ କରି ପୁରୀଠାରୁ ପାରାଦୀପ ଭିତରେ ୫୫ ସେଣ୍ଟିମିଟର ଜଳପତନ ବଢ଼ିଯିବ। ଏହାର ପ୍ରତିକୂଳ ପ୍ରଭାବ ସ୍ବରୂପ ଆମେ ଓଡ଼ିଶାରେ ପ୍ରତିବର୍ଷ ବାତ୍ୟା ଦେଖୁଛେ। ଯଦି ଏବେଠୁ ସତର୍କ ନ ହେବା ମାଳିକା କଥା ସତ ହେବ ବୋଲି ଶ୍ରୀ ଦାସ କହିଛନ୍ତି। ୧୨୦ ବର୍ଷ ଭିତରେ ୧.୧ ଡିଗ୍ରି ତାପମାତ୍ର ବଢ଼ିଛି। ନ ଜଗିଲେ ଆଗାମୀ ୨୦ରୁ ୩୦ ବର୍ଷ ଭିତରେ ତାମପାତ୍ରା ୪ ଡିଗ୍ରି ସେଣ୍ଟିଗ୍ରେଡ୍ ବଢ଼ିଯିବ। ପରିବହନ କ୍ଷେତ୍ରରେ ଆମକୁ ପ୍ରତି ପ୍ରକଳ୍ପକୁ ପରିବେଶ-ଅନୁକୂଳ କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଛନ୍ତି।
ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ କହିଛନ୍ତି, ବର୍ତ୍ତମାନ ଋତୁ ଓ ବର୍ଷାରେ ବ୍ୟତିକ୍ରମ ଦେଖାଦେଲାଣି। ଚଳିତବର୍ଷ ଭୂସ୍ଖଳନ ଓ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ଏହାର ପ୍ରତିଫଳନ। ଭାରତରେ ୬ ନିୟୁତ କିଲୋମିଟର ରାସ୍ତା ରହିଛି, ଯାହା ବିଶ୍ବର ଦ୍ବିତୀୟ ସର୍ବାଧିକ। ଓଡ଼ିଶାରେ ରାଜ୍ୟ ରାସ୍ତା ନୀତି-୨୦୨୫ ଗତ ମାର୍ଚ୍ଚ ୨୦ରେ ପ୍ରଣୟନ ହୋଇଅଛି। ଯେଉଁଥିରେ ରାଜ୍ୟ ସରକାର ୭୫ହଜାର କିଲୋମିଟର ନୂଆ ରାସ୍ତା ତିଆରିବେ। ସେଥିରୁ ନିର୍ମାଣ ବିଭାଗ ୧୫ହଜାର କିଲୋମିଟର ରାସ୍ତା କରିବ। ଏଥିରେ ପରିବେଶଗତ ଦିଗକୁ ଯୋଡ଼ିବା ଦିଗରେ ଅନୁଧ୍ୟାନ କରାଯାଇଛି। ରାସ୍ତା ଖନନ ଫଳରେ ବାହାରୁଥିବା ଭଗ୍ନ ସାମଗ୍ରୀ(ବିଟୁମେନ୍)କୁ ପୁନଃବ୍ୟବହାର କରିବାକୁ ଯୋଜନା କରାଯାଉଛି। ଏହି ଅଧିବେଶନକୁ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସଂପାଦକ ସୁଜିତ ମହାପାତ୍ର ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/06/fshhfshfsxbbxbv-2025-10-06-23-51-52.jpg)