ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନ ସମଗ୍ର ପୃଥିବୀ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଏହା ଯୋଗୁଁ ପୃଥିବୀରେ ବ୍ୟାପକ ଅସନ୍ତୁଳନ ଦେଖାଦେଇଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗରିବ ଓ ଦୁର୍ବଳ ଜନସଂଖା ଉପରେ ପଡ଼ୁଛି । ଏସବୁ ପ୍ରଭାବ ସମ୍ପର୍କରେ ସାମ୍ବାଦିକମାନେ ଗୁରୁତ୍ବ ଦିଅନ୍ତୁ ବୋଲି କହିଛନ୍ତି ଏସଏସିସିଜେଏଫ ନେପାଳ ଚାପ୍ଟରର ସଭାପତି ରାମ ସୁବେଦି । 

Advertisment

ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ଶିଳ୍ପ ବିପ୍ଲବ ପରଠାରୁ ପୃଥିବୀର ତାପମାତ୍ରାରେ ୧.୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି । ଅର୍ଥାତ ପୃଥିବୀକୁ ଜ୍ବର ଆସିଛି । ଜ୍ବର ଆସିଲେ ଯେପରି ମଣିଷର ସ୍ବାସ୍ଥ୍ୟ ବିଗିଡ଼ିଯାଏ, ସେହିପରି ପୃଥିବୀର ସ୍ବାସ୍ଥ୍ୟରେ ଅସନ୍ତୁଳନ ଦେଖାଦେଇଛି । ଜଳବାୟୁ ସମସ୍ୟାର ସମାଧାନର ଏକ ଉପାୟ ହେଉଛି ତାହା ସମ୍ପର୍କରେ ଆଲୋଚନା କରିବା । ସାମ୍ବାଦିକମାନେ ଜଳବାୟୁ ସମସ୍ୟା ଉପରେ ସଚେତନ ହେବା ସହ ହିମାଳୟ ପାହାଡ ଉପରେ ରହୁଥିବା ଲୋକ ହେଉ କିମ୍ବା ଓଡ଼ିଶାର ମତ୍ସ୍ୟଜୀବୀ, ସମାଜର ଦୁର୍ବଳ ବର୍ଗଙ୍କ ଉପରେ ଏହାର ପଡ଼ୁଥିବା ପ୍ରଭାବ ଉପରେ ଫୋକସ କରିବା ଆବଶ୍ୟକ ।

ଆମେ ସମସ୍ତେ ଜଳବାୟୁ ଅନ୍ୟାୟର ଜଣେ ଜଣେ ପୀଡ଼ିତ, ଯାହାକି ବିକାଶର ପାଶ୍ଚାତ୍ୟ ମଡେଲ ମାଧ୍ୟମରେ ଆରମ୍ଭ ହୋଇଥିଲା । ଏଣୁ ଆମକୁ ଜଳବାୟୁ ନ୍ୟାୟକୁ ମାନବ ଅଧିକାର ସହ ଯୋଡ଼ିବାକୁ ହେବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ଜଳବାୟୁ ଅନ୍ୟାୟର ଜଣେ ଜଣେ ପୀଡ଼ିତ, ଯାହାକି ବିକାଶର ପାଶ୍ଚାତ୍ୟ ମଡେଲ ମାଧ୍ୟମରେ ଆରମ୍ଭ ହୋଇଥିଲା । ଏଣୁ ଆମକୁ ଜଳବାୟୁ ନ୍ୟାୟକୁ ମାନବ ଅଧିକାର ସହ ଯୋଡ଼ିବାକୁ ହେବ । 

ସାମ୍ବାଦିକଭାବେ ଆମକୁ ସାଧାରଣ ଲୋକ, ନୀତି ନିର୍ମାତା, ବିଶ୍ବ ସମୁଦାୟ ଓ ସରକାରମାନଙ୍କ ସହ ଆଲୋଚନା କରିବାକୁ ହେବ ଯଦ୍ବାରା ଜଳବାୟୁ ପରିବର୍ତ୍ତନ ବିରୋଧରେ ଅଭିଯାନ ଆରମ୍ଭ ହୋଇପାରିବ  ଓ ଜଳବାୟୁ ନ୍ୟାୟ ବିଶ୍ବର ଲୋକମାନଙ୍କୁ ବିଶେଷ କରି ଭାରତ,ନେପାଳ, ବାଂଲାଦେଶ ଆଦି ଦକ୍ଷିଣ ଏସିଆର ଲୋକମାନଙ୍କୁ ପ୍ରଦାନ କରିହେବ, ଯୋଉଁମାନେ କି ଜଳବାୟୁ ପରିବର୍ତ୍ତନର ସର୍ବାଧିକ ପୀଡ଼ିତ । ସଂକଟର ଗୁରୁତ୍ବ ଅନୁସାରେ ଆମକୁ ତାହାର ନିରାକରଣ ପାଇଁ କାମ କରିବାକୁ ପଡ଼ିବ ।