ଭୁବନେଶ୍ବର : ପୂର୍ବରୁ ଓଡ଼ିଶାର ଗୋଟିଏ ଉତ୍ତପ୍ତ ସହର ଥିଲା ଟିଟିଲାଗଡ଼, ଯାହାକୁ ତତଲାଗଡ଼ ବୋଲି କୁହାଯାଉଥିଲା, କିନ୍ତୁ ଏବେ ଓଡ଼ିଶାର ଅନେକ ସହର ତତଲାଗଡ଼ ହେବାକୁ ଯାଉଛି, ସେସମ୍ପର୍କରେ ଆମେ ଆମ ପିଲାମାନଙ୍କୁ ସଚେତନ କରିବା ଦରକାର । ଆମକୁ ଏପରି ବିକାଶର ଯୋଜନା କରିବାକୁ ହେବ ଯେଉଁଥିରେ କମ ବିନାଶ ହେବ ଓ ଅଧିକ ବିକାଶ ହେବ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ।

Advertisment

 ପୂର୍ବରୁ ଓଡ଼ିଶାର ଗୋଟିଏ ଉତ୍ତପ୍ତ ସହର ଥିଲା ଟିଟିଲାଗଡ଼, ଯାହାକୁ ତତଲାଗଡ଼ ବୋଲି କୁହାଯାଉଥିଲା, କିନ୍ତୁ ଏବେ ଓଡ଼ିଶାର ଅନେକ ସହର ତତଲାଗଡ଼ ହେବାକୁ ଯାଉଛି, ସେସମ୍ପର୍କରେ ଆମେ ଆମ ପିଲାମାନଙ୍କୁ ସଚେତନ କରିବା ଦରକାର ।

ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ର ଉଦଯାପନୀ ସମାରୋହରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ତିନିଦିନ ଧରି ଆମେ ପରିବେଶ ସଂପର୍କରେ ଆଲୋଚନା କରୁଥିଲୁ । ପରିବେଶ ସଂପର୍କରେ କୌଣସି ଆଲୋଚନା ଆନନ୍ଦଦାୟକ ହୁଏ ନାହିଁ । ପୃଥିବୀର ଉତ୍ତାପ ବଢିଚାଲିଛି, ଜଳସ୍ତର କମିଚାଲିଛି, ଆମେ ନିଶ୍ବାସ ନେଉଥିବା ବାୟୁ ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ନୁହେଁ, ଏଣୁ ମୁଁ ବଞ୍ଚିବି ବି କାହିଁକି ଏପରି ଏକ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଥିବାବେଳେ ପରିବେଶ ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ମୁଁ ଭାବୁଛି ଆମ ମାନଙ୍କ ମଧ୍ୟରେ ସଚେତନତା ବଢିଛି ।  ମୋତେ ସମସ୍ତେ ପଚାରୁଛନ୍ତି ପୁନଶ୍ଚ ପୃଥିବୀରେ ଭାରି ଭଲକଥା ହେଉଛି । ଏହା ଆମ ସଫଳତାର ଅନ୍ୟ ଏକ ପ୍ରମାଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋ ବିଚାରରେ ଗଣମାଧ୍ୟମର କାମ କେବଳ ଖବର ପରିବେଷଣ କରିବା ନୁହେଁ, ମୋ ବିଚାରରେ ଗଣମାଧ୍ୟମର ଭୂମିକା ମଣିଷକୁ ମଣିଷ ସହ ଯୋଡ଼ିବା ଓ ଓ ସମସ୍ୟାର ସମାଧାନର ନିକଟତର କରିବା ପାଇଁ ଯେଉଁ ଉଦ୍ୟମଗୁଡ଼ିକ ଦରକାର ସେଗୁଡ଼ିକୁ ଲୋକଲୋଚନକୁ ଆଣିବା । ସେଦୃଷ୍ଟିରୁ ପୁନଶ୍ଚ ପୃଥିବୀର କାର୍ଯ୍ୟକ୍ରମ କିଛି ପାଦ ଆଗେଇଯାଇଛି । ଗତବର୍ଷ ତୁଳନାରେ ଏବର୍ଷ ଆଗ୍ରହ କିଛି ମାତ୍ରାରେ ବୃଦ୍ଧି ପାଇଛି, ସେଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । 

ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ପଛରେ ଆମର ବି ସ୍ବାର୍ଥ ରହିଛି । ପୃଥିବୀ ଉତ୍ତପ୍ତ ହେଲେ ଆମେ ଏସି ଲଗାଇ ଚଳେଇ ଦେଉଛୁ । ଆସନ୍ତା ୨୫-୩୦ ବର୍ଷ ପରେ ଯେତେବେଳେ ପୃଥିବୀର ବା ଭୁବନେଶ୍ବରର ତାପମାତ୍ରା ୫୩ ଡିଗ୍ରି ସେଲସିୟସ ହୋଇଥିବ ସେତେବେଳେ ଆମ ପିଲାମାନଙ୍କ ପାଇଁ ଆମେ କଣ କରୁଛୁ ସେ ସମ୍ପର୍କରେ ଟିକିଏ ଭାବି ଦେଖନ୍ତୁ । ପୂର୍ବରୁ ଓଡ଼ିଶାର ଗୋଟିଏ ଉତ୍ତପ୍ତ ସହର ଥିଲା ଟିଟିଲାଗଡ଼, ଯାହାକୁ ତତଲାଗଡ଼ ବୋଲି କୁହାଯାଉଥିଲା, କିନ୍ତୁ ଏବେ ଓଡ଼ିଶାର ଅନେକ ସହର ତତଲାଗଡ଼ ହେବାକୁ ଯାଉଛି, ସେସମ୍ପର୍କରେ ଆମେ ଆମ ପିଲାମାନଙ୍କୁ ସଚେତନ କରିବା ଦରକାର । ଆମକୁ ଏପରି ବିକାଶର ଯୋଜନା କରାଯାଉ ଯେଉଁଥିରେ କମ ବିନାଶ ହେବ ଓ ଅଧିକ ବିକାଶ ହେବ ।