ମୋଅଜା ଆଈ କହନ୍ତି, ଘରେ ଯଦି ବଇଦ ଅଛି ଡାକ୍ତରଖାନା କାହିଁକି ଯିବା? ମାନେ, ଘର ବାଡ଼ିରେ ଯଦି ଔଷଧୀୟ ଚେରମୂଳି ବା ପତ୍ର ମିଳିଯାଏ, ତେବେ ଡାକ୍ତର ଦେଖାଇବାକୁ ପଡ଼େ ନାହିଁ। କିନ୍ତୁ ଆମେ ଏସବୁ ଦେଖିବାକୁ ପାଉନୁ। ଯାହା ଜାଣିଛୁ ଖାଲି ତୁଳସୀ ପତ୍ର ଆଉ ବେଲ ପତ୍ର। କିନ୍ତୁ ଏସବୁ ବି ଆମ ବାଡ଼ିରେ ଆଉ ମିଳୁନି। କାରଣ ହେଉଛି ଆଜିକାଲି ଏସବୁ ଗଛର ଚାହିଦା କମିଗଲାଣି। ବଡ଼ ବଡ଼ ଘର ହୋଇଯାଉଥିବାରୁ ବାଡ଼ି ବଗିଚା ମଧ୍ୟ ରହୁନି। ଆଉ ଯଦି କୁଣ୍ଡରେ ଲଗା ହେଉଛି, କେବଳ ସୋ’ ଗଛ। ଅଜା କହନ୍ତି, ଏ ଔଷଧୀୟ ଗଛସବୁ ଆମ ଦେହ ପାଇଁ ଯେତେ ଉପେଯାଗୀ, ଆମ ପରିବେଶ ପାଇଁ ମଧ୍ୟ ସ୍ବାସ୍ଥ୍ୟକର। କାରଣ ତା’ର ବାସ୍ନା ମାଧ୍ୟମରେ ମଧ୍ୟ ଅାମ ସ୍ବାସ୍ଥ୍ୟ ଠିକ୍ ରହେ। ଆଘ୍ରାଣ ଦ୍ବାରା ମୁଣ୍ଡ ରୋଗ ହୁଏନାହିଁ। ତେଣୁ ପୂର୍ବକାଳରେ ମୁନିଋଷିମାନେ ଏ ଚେରମୂଳି ବାଟି ରୋଗ ଭଲ କରୁଥିଲେ। ଆୟୁର୍ବେଦ ନାମରେ ଏବେ କେବଳ ପାଉଡର୍ ମିଳୁଛି, କିନ୍ତୁ ଅସଲି ଔଷଧ ମିଳୁନାହିଁ। ସେଥିପାଇଁ ଘରେ ଘରେ ନିଶ୍ଚିତ ଭାବରେ ଔଷଧୀୟ ଗଛ ଲଗାଇବାକୁ ପଡ଼ିବ। ଏହା ଦ୍ବାରା ଆମ ପରିବେଶ ସୁନ୍ଦର ହେବା ସହିତ ଆମେ ସୁସ୍ଥ ରହିବା।
- ଜାଗୃତି ସାହୁ,
ଚତୁର୍ଥ ଶ୍ରେଣୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତାଳଚେର
ଔଷଧୀୟ ଗଛ ଲଗାଇବା ଉଚିତ
ମୋଅଜା ଆଈ କହନ୍ତି, ଘରେ ଯଦି ବଇଦ ଅଛି ଡାକ୍ତରଖାନା କାହିଁକି ଯିବା? ମାନେ, ଘର ବାଡ଼ିରେ ଯଦି ଔଷଧୀୟ ଚେରମୂଳି ବା ପତ୍ର ମିଳିଯାଏ, ତେବେ ଡାକ୍ତର ଦେଖାଇବାକୁ ପଡ଼େ ନାହିଁ। କିନ୍ତୁ ଆମେ ଏସବୁ ଦେଖିବାକୁ ପାଉନୁ।
/sambad/media/media_files/2025/01/21/fAEhjRRMqle12Nizx6Tv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)