ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ୧୫ ବର୍ଷ ଧରି ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାରୁ ଛୁଆ ଫୁଟିବାର ଢାଞ୍ଚାକୁ ଅଧ୍ୟୟନ କରି ବେଙ୍ଗାଲୁରୁର ଆଇଆଇଏସ୍ସି ଓ ଦକ୍ଷିଣା ଫାଉଣ୍ଡେସନ୍ର ମିଳିତ ଉଦ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଅଣ୍ଡା ଦେବାକୁ ଆସୁଥିବା କଇଁଛମାନଙ୍କ ବସାର ତାପମାତ୍ରା ଓ ନବଜାତ କଇଁଛଙ୍କ ଲିଙ୍ଗ ଉପରେ ଧ୍ୟାନ ରଖି ପ୍ରସ୍ତୁତ ‘ମନିଟରିଂ ସି ଟର୍ଟଲସ୍ ଇନ୍ ଇଣ୍ଡିଆ, ୨୦୦୮-୨୦୨୪’ ରିପୋର୍ଟ ଅନୁସାରେ, ଜନ୍ମ ନେଉଥିବା ଶାବକଙ୍କ ମଧ୍ୟରୁ ହାରାହାରି ୭୧% ହେଉଛନ୍ତି ମାଈ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଥିବାରୁ ଅଧିକାଂଶ ବର୍ଷ ମାଈ କଇଁଛଙ୍କ ଜନ୍ମ ହାର ଅଧିକ ରହୁଛି। ଫଳରେ ଅଣ୍ଡିରା କଇଁଛଙ୍କ ସଂଖ୍ୟା କମୁଛି ଏବଂ ପ୍ରଜନନର ହାର ହ୍ରାସ ପାଇ ଏ କଇଁଛ ଜାତିର ଭବିଷ୍ୟତ ବିପନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି।
ତାପମାତ୍ରା ସହ ବଢୁଛି ମାଈ ଅଲିଭ୍ ରିଡ୍ଲେ ଜନ୍ମ
ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ୧୫ ବର୍ଷ ଧରି ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାରୁ ଛୁଆ ଫୁଟିବାର ଢାଞ୍ଚାକୁ ଅଧ୍ୟୟନ କରି ବେଙ୍ଗାଲୁରୁର ଆଇଆଇଏସ୍ସି ଓ ଦକ୍ଷିଣା ଫାଉଣ୍ଡେସନ୍ର ମିଳିତ ଉଦ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି।
/sambad/media/media_files/2025/04/15/8kellnIfCcQJAOziWOnn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)