ଜୈବ ବିବିଧତା ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଭାରତ ସରକାର ପ୍ରଥମ ଥର ପାଇଁ ସାରା ଦେଶରେ ପ୍ରାୟ ୭,୦୦୦ ପ୍ରକାର ଉଦ୍ଭିଦ ଓ ୪,୦୦୦ ପ୍ରକାର ପ୍ରାଣୀ ଜାତିର ବିଲୁପ୍ତୀକରଣ ବିପଦ ଆକଳନ କରିବେ। ଦେଶର ଉଦ୍ଭିଦ ଓ ପ୍ରାଣୀମାନଙ୍କ ପ୍ରତି ବିପଦ ପରୀକ୍ଷା କରିବା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଏକ ‘ଜାତୀୟ ଲାଲ ତାଲିକା’ ପରିଚାଳିତ ହେବ ଏବଂ ଏଥିରେ ଭାରତୀୟ ଉଦ୍ଭିଦ ସର୍ବେକ୍ଷଣ, ଭାରତୀୟ ପ୍ରାଣୀ ସର୍ବେକ୍ଷଣ ଏବଂ ଅଣ-ଲାଭକାରୀ ସଂଗଠନ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅନ୍ତର୍ଭୁକ୍ତ ହେବେ।
ଉଲ୍ଲେଖଯୋଗ୍ୟ, ଆଇୟୁସିଏନ୍ ହେଉଛି ୧୬୦ ସଦସ୍ୟ ଦେଶ ଓ ଶହ ଶହ ନାଗରିକ ସମାଜ ଗୋଷ୍ଠୀଙ୍କୁ ନେଇ ଗଠିତ ଏକ ବିଶ୍ୱସ୍ତରୀୟ ସଂଗଠନ, ଯାହା ବିଭିନ୍ନ ସମୟରେ ବିଭିନ୍ନ ଜାତିର ସ୍ଥିତି ଓ ବିଲୁପ୍ତୀକରଣର ଆଶଙ୍କା ଆକଳନ କରି ‘ଲାଲ ତାଲିକା’ ପ୍ରକାଶ କରିଥାଏ। ଭାରତରେ ୩,୫୦୧ ଉଦ୍ଭିଦ ଏବଂ ୨୭ କବକ ଜାତିକୁ ଆଇୟୁସିଏନ୍ ‘ଲାଲ ତାଲିକା’ରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ୭,୫୧୬ ପ୍ରାଣୀ ଜାତିର ‘ଲାଲ ତାଲିକା’ ପ୍ରସ୍ତୁତ କରାଯାଇଛି। ମୋଟ ମୂଲ୍ୟାଙ୍କନ ମଧ୍ୟରୁ ୧,୦୧୨ ଜାତି ବିଲୁପ୍ତପ୍ରାୟ ବର୍ଗରେ ଅଛନ୍ତି ଏବଂ ଆଉ ୨୮୯ ଜାତି ବିପଦପୂର୍ଣ୍ଣର ପାଖାପାଖି ଅଛନ୍ତି। ‘ଲାଲ ତାଲିକା’ ପାଇଁ ଚିହ୍ନିତ ୬,୫୬୮ ଜାତି ମଧ୍ୟରେ ୧,୫୮୨ ଭାରତୀୟ ଜାତି ରହିଥିବା ବେଳେ ସେମାନଙ୍କ ଭିତରେ ସର୍ବାଧିକ ୭୯% ହେଉଛନ୍ତି ଦେଶର ସ୍ଥାନୀୟ ଉଭୟଚର ପ୍ରାଣୀ ଏବଂ ୫୪.୯% ହେଉଛନ୍ତି ସରୀସୃପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/14/dhdadagddg-2025-10-14-00-12-42.jpg)