ପାଣିପାଗ ପରିବର୍ତ୍ତନ ପାଇଁ ମୁଖ୍ୟତଃ ଦାୟୀ ହେଉଛି ବାୟୁମଣ୍ଡଳକୁ ସବୁଜ ବାଷ୍ପ ନିର୍ଗମନ, ଯାହା ଖଣିଜ ତୈଳ ନିର୍ଗମନ କାରଣରୁ ତ୍ବରାନ୍ବିତ ହେଉଛି। ତେଣୁ ପାଣିପାଗ ପରିବର୍ତ୍ତନ ସହ ଲଢ଼ିବା ପାଇଁ ଆମେରିକାର ସବୁଠୁ ବ୍ୟସ୍ତବହୁଳ ନ୍ୟୁୟର୍କ ସହରରେ ବିଭିନ୍ନ ତୈଳ କମ୍ପାନି ଉପରେ ଆମେରିକା ସରକାର ଅତିରିକ୍ତ କର ବ୍ୟବସ୍ଥା ଲାଗୁ କରିଛନ୍ତି। ସେମାନଙ୍କ ଠାରୁ ଆଦାୟ ହେବାକୁ ଥିବା ଅର୍ଥକୁ ପାଣିପାଗ ପରିବର୍ତ୍ତନ ଜନିତ କ୍ଷୟକ୍ଷତିର ଭରଣା ସହ ଭବିଷ୍ୟତରେ ସେଭଳି କ୍ଷତିକୁ ଆଡ଼ କରିବା ଦିଗରେ ବିନିଯୋଗ କରାଯିବ ବୋଲି କୁହାଯାଇଛି।
ବିଶେଷ କରି ସେହି ଅର୍ଥକୁ ଉପକୂଳବର୍ତ୍ତୀ ସନ୍ତସନ୍ତିଆ ସ୍ଥାନର ପୁନରୁଦ୍ଧାର ସହ ରାସ୍ତାଘାଟ, ପୋଲ ଓ ଡ୍ରେନ୍ ପ୍ରଣାଳୀ ବିକଶିତ କରାଯିବା ପ୍ରକ୍ରିୟାରେ ଖର୍ଚ୍ଚ କରାଯିବ ବୋଲି ଜଣାଯାଇଛି। ଆମେରିକାରେ ପ୍ରଣୀତ ‘ଦି କ୍ଳାଇମେଟ୍ ଚେଞ୍ଜ୍ ସୁପରଫଣ୍ଡ୍ ଆକ୍ଟ’ ନାମକ ଏହି ଆଇନ ଅନୁଯାୟୀ, ପାଣିପାଗ ପରିବର୍ତ୍ତନ ପାଇଁ ପରୋକ୍ଷରେ ଦାୟୀ ଏହି ତୈଳକମ୍ପାନିମାନଙ୍କୁ ପରିବେଶର ସେହି କ୍ଷତିକୁ ଭରଣା କରିବାକୁ ପଡ଼ିବ। ତେବେ ୨୦୦୦ ମସିହାରୁ ୨୦୧୮ ମସିହା ମଧ୍ୟରେ ସବୁଜ ବାଷ୍ପ ନିର୍ଗମନରେ ଅଗ୍ରଣୀ ଥିବା ତୈଳ କମ୍ପାନିଗୁଡ଼ିକ ଉପରେ ଏପରି ଅତିରିକ୍ତ କରଭାର ପଡ଼ିବ। ସଂପୃକ୍ତ କମ୍ପାନିମାନଙ୍କୁ ଏପରି ଆକସ୍ମିକ ଅର୍ଥଦଣ୍ଡରେ ଦଣ୍ଡିତ କରାନଯାଇ ପର୍ଯ୍ୟାୟ କ୍ରମେ ସେମାନଙ୍କଠାରୁ ଆଦାୟ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ପୂର୍ବରୁ ଆମେରିକାର ଅନ୍ୟତମ ଉତ୍ତରପଶ୍ଚିମ ରାଜ୍ୟ ଭର୍ମଣ୍ଟରେ ଏଭଳି ଅନୁରୂପ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଏବେ ନ୍ୟୁୟର୍କ ରାଜ୍ୟପାଳ ଏହାକୁ ନ୍ୟୁୟର୍କରେ ପ୍ରଚଳନ କରିବାକୁ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/31/VaCuJJZNj8JE6MJDZIAD.jpg)