ସୋର: ପରିବେଶ ବଞ୍ଚିଲେ,ପ୍ରକୃତି ବଞ୍ଚିବ… ପ୍ରକୃତି ବଞ୍ଚିଲେ, ଆମେ ବଞ୍ଚିବା… ଏ କଥାକୁ ମର୍ମେମର୍ମେ ବୁଝି ପବିବେଶକୁ ସଜାଡି ପ୍ରକୃତିକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ନୂଆ ପ୍ରୟାସ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ । ସେମାନେ ଜାଣନ୍ତି ବୃକ୍ଷର ବିକଳ୍ପ ନାହିଁ । ବୃକ୍ଷ ବିନା ପରିବେଶ ମୁକୁଳିବନି ପ୍ରଦୂଷଣର ଏ ବନ୍ଦୀଶାଳାରୁ । ତେଣୁ ପରାଧିନ ଥିବା ଆମ ଚାରିପାଖର ପରିବେଶକୁ ସ୍ବାଧୀନ କରିବା ପାଇଁ ସ୍ବାଧୀନତା ଦିବସରେ ବୃକ୍ଷରୋପଣ କରିଛନ୍ତି ନୂଆ ପ୍ରୟାସର ସଦସ୍ୟ ଏବଂ ସ୍କୁଲପିଲାମାନେ ।
/filters:format(webp)/sambad/media/media_files/2025/08/15/tree-2025-08-15-19-20-29.jpg)
ଆଜିକାଲି ଜଳବାୟୁ ପରିବର୍ତ୍ତନ ବିଶ୍ବ ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ପରିବେଶ ବିଗୁଡ଼ୁଥିବାରୁ ପ୍ରାକୃତିକ ବିପର୍ଯ୍ଯୟ ମାଡି ଆସୁଛନ୍ତି । ଜଙ୍ଗଲ ନଷ୍ଟ, ମୃତ୍ତିକା କ୍ଷୟ ଏବଂ ବେଧଡକ ଗଛ କାଟିବା ହିଁ ପରିବେଶର ସନ୍ତୁଳନ ହ୍ରାସର ବଡ଼ କାରଣ ସାଜିଛି । ତେଣୁ ଘରେ ଘରେ ତ୍ରିରଙ୍ଗା ପରି ଘରେ ଘରେ ବୃକ୍ଷରୋପଣ କରିବାକୁ ସଚେତନତା ଆରମ୍ଭ ହୋଇଛି । ନୂଆ ପ୍ରୟାସର ସଭାପତି ଜ୍ୟୋତିରଞ୍ଜନ ଜେନା ଏବଂ ଅନ୍ୟ ସଦସ୍ୟ ସମେତ ସ୍କୁଲ ପିଲା ଏହି କାର୍ଯ୍ଯକ୍ରମରେ ସାମିଲ ଥିଲେ । ଶିଙ୍ଗାଖୁଣ୍ଟା ପଞ୍ଚାୟତ ବିଭିନ୍ନ ସ୍ଥାନରେ ସଙ୍ଗଠନ ପକ୍ଷରୁ ଅତୀତରେ ବିଭିନ୍ନ ସମୟରେ ବୃକ୍ଷରୋପଣ ହୋଇଥିବା ବେଳେ ଆଜି ଗୁଜଡିହା ରାସ୍ତା କଡ଼ରେ ଗଛ ଲଗାଯାଇଛି ।
/filters:format(webp)/sambad/media/media_files/2025/08/15/treee-2025-08-15-19-20-42.jpg)
ତେବେ ସବୁଠାରୁ ବଡ଼ କଥା ହେଉଛି ଏହି କାର୍ଯ୍ଯକ୍ରମରେ ମାଆମାନେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ମାଆ ଛୁଆଙ୍କୁ ଯେମିତି ପାଳିପାରେ... ଗଛକୁ ବି ସେମିତି ବଢାଇପାରେ... ଏହି ବିଶ୍ବାସ ନେଇ ମାଆଙ୍କ ହାତରେ ଆରମ୍ଭ ହୋଇଛି ଏହି ପ୍ରୟାସ । ସବୁ ମାଆମାନେ ମିଶି ନିଜ ଘରେ, ନିଜ ଘର ଆଖପାଖରେ ଗଛଟିଏ ଲଗାଇବା ଏବଂ ସେ ଗଛକୁ ନିଜ ପିଲା ପରି ବଢାଇବାକୁ ଆହ୍ବାନ ଦିଆଯାଇଛି । କାରଣ ହୁଏତ ଭବିଷ୍ୟତରେ ପିଲା ପର କରି ଚାଲିଯାଇ ପାରେ ହେଲେ ଗଛ କେବେ ଛାଡ଼ି କୁଆଡେ ଯିବନି । ପ୍ରଧାନମନ୍ତ୍ରୀଙ୍କ ଅଭିଯାନ ଗୋଟିଏ ଗଛ ମାଆଙ୍କ ନାଁରେ ସାରା ଦେଶରେ ଚାଲୁଥିବା ବେଳେ ଏଠି କିନ୍ତୁ ମାଆମାନେ ଗଛ ଲଗାଇ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/15/swadhin-2025-08-15-19-20-48.jpg)