‘ୱାନ୍ ଡ୍ରପ୍, ୱାନ୍ କ୍ରପ୍’(ବୁନ୍ଦାଏ ପାଣି, ଗୋଟିଏ ଫସଲ) ଶୀର୍ଷକ ଉପରେ ଉନ୍ନୟନ କମିସନର ଅନୁ ଗର୍ଗ କହିଲେ, ଓଡ଼ିଶାରେ ପ୍ରଚୁର ପାଣି ରହିଥିବାରୁ ତାହାର ସୁପରିଚାଳନାର ଆବଶ୍ୟକତା ରହିଛି। ଏଦିଗରେ ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆଗରୁ ମୁକୁଳା ଚାନେଲ୍ ରହିଥିବାରୁ ବହୁ ପାଣି ଓ ଜମି ନଷ୍ଟ ହେଉଥିଲା। ତାହାର ସମାଧାନ କରିବାକୁ ଅଣ୍ଡରଗ୍ରାଉଣ୍ଡ୍ ପାଇପ୍ ଲାଇନ୍ ହେଉଛି। ଏହାଦ୍ବାରା ଜମି ନଷ୍ଟ ହେଉ ନାହିଁ, ଅଧିକ ପାଣି ପ୍ରବାହିତ ସହ ଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚୁଛି। ଲୋୟର ସୁକତେଲ୍ ପ୍ରକଳ୍ପରେ ଚାନେଲ୍ ମୁକୁଳା ସମୟରେ ୨୩ ହଜାର ହେକ୍ଟର ଅଞ୍ଚଳକୁ ଜଳସେଚନ ହେଉଥିଲା। ମାତ୍ର ଅଣ୍ଡରଗ୍ରାଉଣ୍ଡ୍ ଜଳସେଚନ ଦ୍ବାରା ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ହୋଇପାରୁଛି। ବରଗଡ଼ରେ ହେଉଥିବା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପରେ ଅଣ୍ଡର୍ୱାଟର କାର୍ଯ୍ୟ ଜାରି ରହିଛି, ଯାହାକି ୩ ବର୍ଷ ମଧ୍ୟରେ ଶେଷ ହେବ। ଏଥିସହ ବନ୍ୟା ପୂର୍ବାନୁମାନଠାରୁ ଚାନେଲ୍ ଜଳ ପରିଚାଳନା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ହେଉଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ।
ପରବର୍ତ୍ତୀ ଆଲୋଚନାରେ ଭାଗ ନେଇ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମୀରଞ୍ଜନ ନାୟକ କହିଲେ, ୨୦୨୦ ସୁଦ୍ଧା ୯ ହଜାର କିମି ଚ୍ୟାନେଲ୍ ମାଧ୍ୟମରେ ୧୦.୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ହେଉଥିଲା। ଗତ ୫ ବର୍ଷ ମଧ୍ୟରେ ଆଉ ୪୨୦୦ କିମି ଚ୍ୟାନେଲ୍ ମାଧ୍ୟମରେ ୩ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ହୋଇଛି। ମୋଟ ଉପରେ ୧୩ ହଜାର କିମି ଚ୍ୟାନେଲ୍ ମାଧ୍ୟମରେ ୧୪ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ହେଉଥିବା ମତବ୍ୟକ୍ତ କରଥିଲେ। ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଯୋଗଦେଇ କହିଲେ, ନଦୀ ବଞ୍ଚାଇବାକୁ ନୀତି ପ୍ରସ୍ତୁତ ହେଉଛି। ଶୁଷ୍କ ହୋଇଥିବା ଶୁକ ପାଇକା ନଦୀର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ୩୦୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରାଚୀ ନଦୀର ପୁନରୁଦ୍ଧାର କରାଯିବ। କେବଳ ଯୋଜନା କଲେ ହେବ ନାହିଁ। ଜନ ଭାଗିଦାରୀର ମଧ୍ୟ ଆବଶ୍ୟକତା ରହିଛି। ‘କନକ ନ୍ୟୁଜ୍’ ସାମ୍ବାଦିକା ମୌସୁମୀ ମହାନ୍ତି ଏହି ଅଧିବେଶନକୁ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/08/sfsffsxccxcx-2025-10-08-03-54-01.jpg)