ଭୁବନେଶ୍ବର: ପୁନଶ୍ଚ ପୃଥିବୀ-୨୦୨୫ର ଆଜି ୨ୟ ଦିବସ । ଗତକାଲି ଠାରୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଆଜି ୨ୟ ଦିବସରେ ପରିବେଶ ସୁରକ୍ଷା ଏବଂ ଆସନ୍ତାକାଲି ପାଇଁ ଆଜିଠାରୁ ଚିନ୍ତା ଓ ସଚେତନତା ବାବଦରେ ଆଲୋଚନା ହୋଇଛି । ତେବେ ‘ଅର୍ଥନୀତି ଏବଂ ପରିବେଶଗତ ବିକାଶ’ ପ୍ରସଙ୍ଗରେ ଏକ ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହୋଇଥିବା ବେଳେ ଅବସରପ୍ରାପ୍ତ ଆଇଏଫଏସ ଅଫିସର ଅନୁପ ନାଏକ ପରିବେଶ ଓ ଅର୍ଥନୀତି ଉପରେ ନିଜ ମତମନ୍ତବ୍ୟ ରଖି କହିଛନ୍ତି- ଅର୍ଥନୀତିର ବିକାଶ ପାଇଁ ହେଉ କି ଉଦ୍ୟୋଗ ପାଇଁ ହେଉ ଆମକୁ ପରିବେଶର ଯତ୍ନ ନେବାକୁ ପଡିବ । ଅର୍ଥନୈତିକ ସଦୃଢିକରଣ କଥା ଆସିବ ମାନେ ପରିବେଶ ଉପରେ ଏହାର ପ୍ରଭାବ ପଡିବ, ପରିବେଶ ନଷ୍ଟ ହେବ- ଯେଉଁଥି ପାଇଁ ଜଳବାୟୁ ପରିବର୍ତ୍ତନ ଭଳି ସ୍ଥିତି ଏବେ ଆମ ସମସ୍ତଙ୍କ ସାମ୍ନାରେ । ତେଣୁ ଅର୍ଥନୀତି ପରିବେଶ ଉପରେ ଅନେକ କ୍ଷେତ୍ରରେ ନିର୍ଭରଶୀଳ ।
/filters:format(webp)/sambad/media/media_files/2025/10/07/anup-naik-2025-10-07-19-18-52.jpeg)
ତେବେ ପ୍ରାକୃତିକ ପରିବେଶର ସଂରକ୍ଷଣ ପାଇଁ ଜନସମର୍ଥନ ଏବଂ ଜନଭାଗିଦାରୀର ଅନେକ ଆବଶ୍ୟକତା ରହିଛି । ଜଙ୍ଗଲରେ ଜୀବଯନ୍ତୁଙ୍କ ବଞ୍ଚିରହିବା ପାଇଁ ସେମାନଙ୍କ ବଂଶବିସ୍ତାର ପାଇଁ ଏବଂ ସେମାନଙ୍କୁ ଏକ ମୁକ୍ତ ସ୍ଥାନ ଦେବା ପାଇଁ ଆମକୁ ପଦକ୍ଷେପ ନେବାକୁ ପଡିବ । ଆମେ ମଣିଷ ହିସାବରେ, କଥା କହିପାରୁନଥିବା ପଶୁଙ୍କ ପାଇଁ ଏତିକି କରିବା ଦରକାର, ସେମାନଙ୍କ ପାଇଁ ଜାଗା ଛାଡିଦେବା ଦରକାର । ମଣିଷ ଜଙ୍ଗଲରେ ରହୁ କିନ୍ତୁ ପଶୁପକ୍ଷୀଙ୍କ ପାଇଁ ବି ଜାଗାଟିଏ ଛାଡୁ ।
/filters:format(webp)/sambad/media/media_files/2025/10/07/an-2025-10-07-19-19-14.jpeg)
ଜଳବାୟୁ ପରିବର୍ତ୍ତନର ମୁଖ୍ଯ କାରଣ ଆଉ ଡ୍ରାଇଭର ହେଉଛି ଜଙ୍ଗଲୀ ନିଆଁ । ଏହି ଜଙ୍ଗଲୀ ନିଆଁ କେବଳ ଜଙ୍ଗଲ ନଷ୍ଟ କରେନି ବରଂ ଜଙ୍ଗଲ ମାଟିକୁ ବି ନଷ୍ଟ କରେ । ତେଣୁ ଆମକୁ ଜଙ୍ଗଲୀ ନିଆଁକୁ ପ୍ରଥମେ ରୋକିବାକୁ ପଡିବ । ଅର୍ଥନୀତି ବିକାଶରେ ପରିବେଶ ସନ୍ତୁଳନ ନିହାତି ଜରୁରୀ । ଯେଉଁମାନେ ଜଙ୍ଗଲ ପାଖାପାଖି ରହୁଛନ୍ତି ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇ ଜଙ୍ଗଲର ସୁରକ୍ଷା ଏବଂ ପରିବେଶର ରକ୍ଷା ପାଇଁ ପ୍ରେରଣା ଦେବା ଦରକାର । ତାସହ ଜଙ୍ଗଲୀ ନିଆଁ ରୋକିବାକୁ ଜଙ୍ଗଲ ବିଭାଗ ସହ ଆମ ସମସ୍ତଙ୍କ ଏକମାତ୍ର ଲକ୍ଷ୍ୟ ହେବା ଦରକାର ବୋଲି ଶ୍ରୀ ନାଏକ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/07/untitled-38-2025-10-07-19-17-29.jpg)