କ୍ଷତିକାରକ ବାଷ୍ପ ନିର୍ଗମନ ହ୍ରାସ ପାଇଁ କଠୋର ଜଳବାୟୁ ନୀତି ପ୍ରଣୟନ ଦ୍ବାରା ୨୦୩୦ ମସିହା ସୁଦ୍ଧା ବାର୍ଷିକ ୨.୦୭ ଲକ୍ଷ ଅକାଳ ମୃତ୍ୟୁକୁ ରୋକାଯାଇପାରିବ ବୋଲି ୟୁରୋ-ଭୂମଧ୍ୟସାଗରୀୟ କେନ୍ଦ୍ର ଜଳବାୟୁ ପରିବର୍ତ୍ତନ (ସିଏମ୍ସିସି)ର ଏକ ନୂତନ ଅଧ୍ୟୟନ ଆକଳନ କରିଛି। ଏହାଦ୍ବାରା ବିଶ୍ବସ୍ତରରେ ୨.୩ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ଆର୍ଥିକ କ୍ଷତି ମଧ୍ୟ ବଞ୍ଚିଯିବ, ଯେଉଁଥିରେ ଭାରତ ଓ ଚୀନ ପ୍ରମୁଖ ଲାଭବାନ ହେବେ। ପ୍ୟାରିସ ଚୁକ୍ତି ଅନୁଯାୟୀ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲ୍ସିଅସ୍ ତଳେ ରଖିପାରିଲେ କିଭଳି ସ୍ୱାସ୍ଥ୍ୟଗତ ଓ ଆର୍ଥିକ ଲାଭ ମିଳିପାରିବ ତା’ ଉପରେ ଏହି ଗବେଷଣା ପ୍ରଥମ ଥର ପାଇଁ ଆଲୋକପାତ କରିଛି।
ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ, ଘନ ଜନବସତି ଅଞ୍ଚଳରେ ବାୟୁ ଗୁଣବତ୍ତା ଉନ୍ନତ କରିବା ଦ୍ବାରା ଜୀବନ ରକ୍ଷା ସହ ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି। ଏ ପରିପ୍ରେକ୍ଷୀରେ ଭାରତ ଓ ଚୀନ୍ ଭଳି ଘନ ଜନବସତି ଏବଂ ଉଚ୍ଚ ବାୟୁ ପ୍ରଦୂଷିତ ଦେଶଗୁଡ଼ିକରେ ସର୍ବାଧିକ ସ୍ୱାସ୍ଥ୍ୟ ଲାଭ ହେବ।
ଭାରତରେ ବାୟୁ ପ୍ରଦୂଷଣ ବାର୍ଷିକ ପ୍ରାୟ ୧୬ ଲକ୍ଷ ଜୀବନ ନେଉଥିବା ବେଳେ ବିଶ୍ୱ ଜଳବାୟୁ ଲକ୍ଷ୍ୟ ପୂରଣ କରାଗଲେ ଅକାଳ ମୃତ୍ୟୁରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ହୋଇପାରିବ। କେବଳ ବାୟୁ ଗୁଣବତ୍ତା ଉନ୍ନତି ଯୋଗୁଁ ୨୦୩୦ ସୁଦ୍ଧା ବିଶ୍ୱ ଜିଡିପିର ୨ ପ୍ରତିଶତ କ୍ଷତିକୁ ଏଡ଼ାଯାଇପାରିବ।
ଭାରତରେ ବାୟୁ ପ୍ରଦୂଷଣ ବାର୍ଷିକ ପ୍ରାୟ ୧୬ ଲକ୍ଷ ଜୀବନ ନେଉଥିବା ବେଳେ ବିଶ୍ୱ ଜଳବାୟୁ ଲକ୍ଷ୍ୟ ପୂରଣ କରାଗଲେ ଅକାଳ ମୃତ୍ୟୁରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ହୋଇପାରିବ। କେବଳ ବାୟୁ ଗୁଣବତ୍ତା ଉନ୍ନତି ଯୋଗୁଁ ୨୦୩୦ ସୁଦ୍ଧା ବିଶ୍ୱ ଜିଡିପିର ୨% କ୍ଷତିକୁ ଏଡ଼ାଯାଇପାରିବ। ଜଳବାୟୁ ନୀତିଗୁଡ଼ିକ ସାଧାରଣତଃ ସମୁଦ୍ର ପତ୍ତନ ଓ ଚରମ ପାଣିପାଗ ହ୍ରାସ ଉପରେ ଗୁରୁତ୍ୱାରୋପ କରେ। ବିଶେଷଜ୍ଞମାନଙ୍କ କହିବାନୁସାରେ, ଭାରତ ଏପରି ଏକ ଦେଶ, ଯାହା ପ୍ରାରମ୍ଭିକ ପଦକ୍ଷେପର ପ୍ରାସଙ୍ଗିକତା ପ୍ରମାଣିତ କରିପାରିବ। ଭାରତ ସରକାର ୨୦୭୦ ସୁଦ୍ଧା ନିର୍ଗମନକୁ ଶୂନ କରିବା ପାଇଁ ଲକ୍ଷ୍ୟ ଘୋଷଣା କରିଛନ୍ତି ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷମତା ବୃଦ୍ଧି କରୁଛନ୍ତି। ଭାରତରେ ବାୟୁ ଗୁଣବତ୍ତା ଉନ୍ନତି ଦ୍ୱାରା ସ୍ୱାସ୍ଥ୍ୟସେବା ଖର୍ଚ୍ଚରେ କୋଟି କୋଟି ଟଙ୍କା ସଞ୍ଚୟ ହୋଇପାରିବ ଏବଂ ରୋଗ ହେତୁ ଉତ୍ପାଦନଶୀଳତାରେ ହେଉଥିବା ହ୍ରାସକୁ ରୋକାଯାଇପାରିବ। ପ୍ରମୁଖ ନିର୍ଗମନ କ୍ଷେତ୍ରରେ ଦ୍ରୁତ ଡିକାର୍ବୋନାଇଜେନ୍ ଭଳି ଦୃଢ଼ ନୀତି ଗ୍ରହଣ ଲାଗି ଯଦିଓ ବ୍ୟୟବହୁଳ ପରିବର୍ତ୍ତନ ଲୋଡ଼ା, ତେବେ ତାହାର ଆର୍ଥିକ ଓ ସ୍ୱାସ୍ଥ୍ୟଗତ ଲାଭ ଖର୍ଚ୍ଚଠାରୁ ବହୁଗୁଣ ଅଧିକ ବୋଲି ଗବେଷକମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/dgjgdjdgjdgj-2025-10-28-00-36-15.jpg)