ଭଦ୍ରକ/ଅସୁରାଳି: ଯେଉଁ ପୃଥିବୀକୁ ଭଗବାନ ଆମ ହାତକୁ ଟେକି ଦେଇଥିଲେ, ସେହି ପୃଥିବୀରେ ଆମେ ଆଉ ଭଲ ଭାବରେ ବସବାସ କରିପାରୁନୁ। ତାକୁ ଆମେ ସମସ୍ତେ ନଷ୍ଟ କରିସାରିଲେଣି। ଏହି କାରଣରୁ ଧୀରେ ଧୀରେ ମଣିଷର ଆୟୁଷ କମିବାରେ ଲାଗିଛି। ମଣିଷର ଆୟୁଷ କମିବା ଅର୍ଥ ସମାଜର ଆୟୁଷ କମୁଛି। ସମାଜର ଆୟୁଷ କମିବା ଅର୍ଥ ସଭ୍ୟତାର ଆୟୁଷ କମୁଛି। ସଭ୍ୟତାର ଆୟୁଷ କମିବା ଅର୍ଥ ପୃଥିବୀର ଆୟୁଷ କମୁଛି। ପୁଣିଥରେ ପୃଥିବୀକୁ ବଞ୍ଚାଇବାର ଅଭିଯାନ ହେଉଛି ‘ପୁନଶ୍ଚ ପୃଥିବୀ’ ବୋଲି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳି ଆଞ୍ଚଳିକ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ବ

Advertisment

ର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା କେତେ ଗୁରୁତ୍ବପୂର୍ଣ୍ଣ ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୂରଜ ଆଲୋକପାତ କରିଥିଲେ। ଦିଲ୍ଲୀର ଉଦାହରଣ ଦେଇ ସେ କହିଥିଲେ, ସେଠାକାର ବାୟୁମଣ୍ଡଳରେ ଆବଶ୍ୟକ ପରିମାଣର ଅମ୍ଳଜାନ ନାହିଁ। ଲୋକେ ଅଣନିଶ୍ବାସୀ ହେଲେଣି। ଏବେ ଆମେ କେହି ୬ ଋତୁକୁ ଅନୁଭବ କରିପାରୁ ନାହୁଁ। ଏବେ ତାପମାତ୍ରା ୪୫ ଡିଗ୍ରି ପହଞ୍ଚିଲାଣି। ଆମେ ସଚେତନ ନ ହେଲେ ଏହି ତାପମାତ୍ରା ଆଗାମୀ ୧୦ ବର୍ଷରେ ୫୦ ଡିଗ୍ରି ଛୁଇଁଯିବ। ଏଥିପ୍ରତି ଆମେ ଅର୍ଥାତ୍‌ ଏହି ଅଞ୍ଚଳବାସୀ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। ଆମେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମା’ଙ୍କ ନାଁରେ ଗଛଟିଏ ଲଗାଇ ତା’ର ଯତ୍ନନେବା ଏବଂ ଅନ୍ୟଜଣଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ କହିବା ବୋଲି ଉପସ୍ଥିତ ସମସ୍ତଙ୍କୁ ସେ ଆହ୍ବାନ ଦେଇଥିଲେ। ଏଭଳି ଏକ ମହାନ୍‌ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ‘ସମ୍ବାଦ’ ପରିବାରକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିସହିତ ଉଚ୍ଚଶିକ୍ଷା ବିଭାଗ ସାଢ଼େ ପାଞ୍ଚଲକ୍ଷ ଗଛ ଲଗାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍ ଗିରୀଶ ବିହାରୀ ମିଶ୍ର, ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାହୁ, ଅସୁରାଳି ସରପଞ୍ଚ ମିନତି ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉମାମଣି ସାହୁ, ବରିଷ୍ଠ ନେତା ଅଶୋକ ପୁହାଣ, ଆଞ୍ଚଳିକ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅସୁରାଳିର ଅଧ୍ୟକ୍ଷ ହୃଷୀକେଶ ରାଉତ, କୋଠାର ଶାରଦା ଦେବୀ ମହାବିଦ୍ୟାଳୟ ଯୁକ୍ତ୩ ର ଅଧ୍ୟକ୍ଷ ସତ୍ୟବ୍ରତ ଭାରତୀ, ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ।