ଶ୍ବାସରୋଗୀମାନେ ଯେଉଁ ଇନ୍ହେଲର୍ ବ୍ୟବହାର କରନ୍ତି, ତାହା ପୃଥିବୀକୁ ଉଷ୍ମ କରୁଛି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। କେବଳ ଆମେରିକାରେ ୫ ଲକ୍ଷରୁ ଅଧିକ କାର୍ ବର୍ଷକୁ ଯେତିକି ନିର୍ଗମନ କରିଥା’ନ୍ତି, ଏହି ଇନ୍ହେଲର୍ଗୁଡ଼ିକ ସେତିକି ପ୍ରଦୂଷଣ ନିର୍ଗମନ କରିଥା’ନ୍ତି। ଗବେଷକମାନେ ଆଜ୍ମା ଓ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗ (ସିଓପିଡି) ଚିକିତ୍ସା ପାଇଁ ବ୍ୟବହୃତ ତିନି ପ୍ରକାରର ଇନ୍ହେଲର୍ର ପ୍ରଭାବକୁ ବିଶ୍ଳେଷଣ କରି ସେଗୁଡ଼ିକର ବିଶ୍ୱ ଉତ୍ତପ୍ତୀକରଣରେ ଭୂମିକା ରହିଥିବା ଦର୍ଶାଇଛନ୍ତି।
ଆମେରିକାର ରୋଗୀମାନେ ବ୍ୟବହାର କରିଥିବା ଇନ୍ହେଲର୍ଗୁଡ଼ିକ ଗତ ଦଶନ୍ଧି ମଧ୍ୟରେ ୨୪.୯ ନିୟୁତ ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଳ ସମତୁଲ୍ୟ ନିର୍ଗମନ କରିଥିଲେ। ମିଟିଅର-ଡୋଜ୍ ଇନହେଲର ବା ‘ପଫର୍ସ’ ସବୁଠୁ କ୍ଷତିକାରକ ଥିଲା, ଯାହା ନିର୍ଗମନର ୯୮ ପ୍ରତିଶତ ପାଇଁ ଦାୟୀ। ଏହି ଇନ୍ହେଲର୍ଗୁଡ଼ିକରେ ହାଇଡ୍ରୋଫ୍ଲୋରୋଆଲକେନ୍ ନାମକ ଏକ ଶକ୍ତିଶାଳୀ ସବୁଜଗୃହ ବାଷ୍ପକୁ ପ୍ରୋପେଲାଣ୍ଟ ଭାବେ ବ୍ୟବହାର କରାଯାଇଥାଏ। ତେବେ ଖୁବ୍ କମ୍ ରୋଗୀଙ୍କ ପାଇଁ ମିଟିଅର-ଡୋଜ୍ ଇନହେଲର ଆବଶ୍ୟକ। ସେମାନେ ବିକଳ୍ପ ଭାବେ ଶୁଷ୍କ ପାଉଡର ବା ସଫ୍ଟ ମିଷ୍ଟ ଇନ୍ହେଲର୍ ବ୍ୟବହାର କରି ପରିବେଶ କ୍ଷତିକୁ ହ୍ରାସ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/14/dffshxbvbxv-2025-10-14-00-14-15.jpg)