ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଏକ ସ୍ଥାୟୀ ନଦୀ ଅବବାହିକା ପରିଚାଳନାର ଆବଶ୍ୟକତା’। ଏଥିରେ ଅତିଥି ଭାବେ ଯୋଗଦେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଯୋଜକ ସୁଦର୍ଶନ ଦାସ କହିଲେ, ଉପଯୁକ୍ତ ପଦକ୍ଷେପ ଅଭାବରୁ ରାଜ୍ୟର ୧୧ଟି ନଦୀ ଅବବାହିକା ସ୍ଥିତି ଗୁରୁତର। ଓଡ଼ିଶାର ନଦୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ନଦୀ ଅବବାହିକା ଜବରଦଖଲରେ ରହିଛି। ନଦୀ ସମୁଦ୍ରରେ ମିଶିବା ଜରୁରି। ସମୁଦ୍ରରେ ନ ମିଶିଲେ ଜୈବ ବିବିଧତା ନଷ୍ଟ ହୋଇଯିବ। ବୈତରଣୀ ନଦୀରେ ୧୦ରୁ ଅଧିକ କମ୍ପାନିର କାର୍ଯ୍ୟକଳାପ ପାଇଁ ଗୁରୁତର ହେବାରେ ଲାଗିଛି। ରାଜ୍ୟ ସରକାର ନଦୀର ସ୍ଥିତିକୁ ନେଇ ଚୁପ୍ ବସିଛନ୍ତି। ନଦୀକୁ ଲଗାତାର ଭାବେ ଶୋଷଣ କରାଯାଉଛି। ଆଉ ୨୦-୩୦ବର୍ଷ ପରେ ବୈତରଣୀ ନଦୀ ହୁଏତ ଆଉ ନ ଥିବ।

Advertisment

ସିଟିଜେନ୍ ଫର ଗୁଡ୍‌ ଗଭର୍ଣ୍ଣାନ୍ସର ସଭାପତି ତଥା ପରିବେଶବିତ ଅରବିନ୍ଦ ବେହେରା କହିଲେ, ଜଳବାୟୁ ପରିବର୍ତ୍ତନ ନେଇ ବିଶ୍ବବ୍ୟାପୀ ଆଲୋଚନା ହେଉଛି। ମାତ୍ର ନଦୀ ଉପରେ ପ୍ରାୟତଃ ଆଲୋଚନା ହୋଇ ନ ଥାଏ। ନଦୀର ସ୍ବର ଶୁଣିବାର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନ ସହ ନଦୀର ଗଭୀର ସଂପର୍କ ରହିଛି। ଓଡ଼ିଶାର ନଦୀ ଅବବାହିକା ଉପରେ ବିଚାର କରିବା ଜରୁରୀ। ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଋଷିକୂଲ୍ୟା ଅବବାହିକା ନେଇ ହୋଇଥିବା ଯୋଜନା ଆଗେଇ ପାରି ନ ଥିଲା। ରାଜନୈତିକ ଦଳମାନଙ୍କ ଏଜେଣ୍ଡାରେ ନଦୀ ବିଷୟରେ କିଛି ଉଲ୍ଲେଖ ରହୁନାହିଁ। ବୋଲି ସେ କହିଥିଲେ। ‘କନକ ନ୍ୟୁଜ୍‌’ର ବାର୍ତ୍ତା ସଂଯୋଜକ ଭବାନୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।