ଭୁବନେଶ୍ବର: ବିଭିନ୍ନ କାରଣରୁ ଅଧିକାଂଶ ରାଜନୈତିକ ଦଳ କଠୋର ଜଳବାୟୁ ଲକ୍ଷ୍ୟ ହାତକୁ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଏପରିକି ଜାତିସଂଘ ବି ରାଜନୈତିକ ନେତାମାନଙ୍କୁ ଜଳବାୟୁ ଜରୁରୀପରିସ୍ଥିତିର ମୁକାବିଲା ପାଇଁ ଅନୁରୋଧ କରିଛି। କିନ୍ତୁ ଆମ ହାତରୁ ସମୟ ଶେଷ ହୋଇଆସୁଛି, ଆମେ ଆଉ ହାତବାନ୍ଧି ବସିରହିପାରିବା ନାହିଁ, ଆମକୁ କିଛି କରିବାକୁ ହେବ। ଆମ ସମସ୍ତଙ୍କୁ ପ୍ରକୃତିମାତା ପାଇଁ ଏକାଠି ହେବାକୁ ପଡ଼ିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

Advertisment

ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି, ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ସେତେବେଳେ ମୋ ସରକାର ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ଥିଲା- ବାତ୍ୟା ବିଧ୍ବସ୍ତ ଉପକୂଳ ଓଡ଼ିଶାର ଥଇଥାନ ଓ ପୁନର୍ନିର୍ମାଣ ଓ ଏକ ଦୁର୍ବିପାକ ସହନକ୍ଷମ ଓଡ଼ିଶା ନିର୍ମାଣ । ୧୯୯୯ ମହାବାତ୍ୟା  ଭୁବନେଶ୍ବର ସମେତ ସମଗ୍ର ଉପକୂଳ ଓଡ଼ିଶାକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା, ଯାହାକି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା । ସମଗ୍ର ଦେଶରେ ପ୍ରଥମ ଥର ପାଇଁ ମୋ ସରକାର ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ଗଠନ କରିଥିଲା। ଶତାଧିକ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ସାରାରାଜ୍ୟରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା ଓ ଲୋକଙ୍କ ମଧ୍ୟରେ ବିପର୍ଯ୍ୟୟ ସଚେତନା ସୃଷ୍ଟି କରାଯାଇଥିଲା। ଆମର ଲକ୍ଷ୍ୟ ଥିଲା ଶୂନ ଜୀବନହାନୀ।

publive-image

ମହାବାତ୍ୟାରେ ପ୍ରାୟ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ। ନିଜର ଭୌଗୋଳିକ ଅବସ୍ଥିତି ଯୋଗୁଁ ଓଡ଼ିଶା ପ୍ରତି ବରାବର ପ୍ରାକୃତିକ ବିପର୍ଯ୍ୟୟର ଭୟ ରହିଛି। କିନ୍ତୁ ଆମର ପଦକ୍ଷେପ ଯୋଗୁଁ ଫାଇଲିନ, ହୁଡହୁଡ, ଫନି ପରି ବାତ୍ୟାର ମୁକାବିଲା କ୍ଷେତ୍ରରେ ଭଲ ଫଳ ମିଳିଥିଲା। ଏସବୁ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକରେ ଅନେକ ଜୀବନ ରକ୍ଷା କରାଯାଇପାରିଥିଲା। ଏହା ଫଳରେ ସାରା ଦେଶରେ ଓଡ଼ିଶା ଏକ ମଡେଲ ରାଜ୍ୟରେ ପରିଣତ ହୋଇଛି। ଏପରିକି ମିଳିତ ଜାତିସଂଘ ବି ଆମର ସଫଳ ବିପର୍ଯ୍ୟୟ ପରିଚାଳନାକୁ ପ୍ରସଂଶା କରିଥିଲା। ଏଥିପାଇଁ ଜାତିସଂଘର ଜଣେ ଅଧିକାରୀ ଓଡ଼ିଶା ଆସି ମୋତେ ପୁରସ୍କାର ଦେଇଥିଲେ। ଜଳବାୟୁ ସଂପର୍କିତ ପ୍ରସଙ୍ଗକୁ ନେଇ ମୋ ସରକାର ସଂବେଦନଶୀଳ ଥିଲା ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଇଥିଲା। 

ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ (ଭାରତର ଜଙ୍ଗଲ ସ୍ଥିତି) ରିପୋର୍ଟକୁ ଉଦ୍ଧାର କରି ସେ କହିଛନ୍ତି ଯେ ୧୯୯୯ରେ ଓଡ଼ିଶାରେ ଜଙ୍ଗଲ ଅଂଚଳ ୪୭.୩୩ ହଜାର ବର୍ଗ କିଲୋମିଟରରୁ ବୃଦ୍ଧି ପାଇ ୨୦୨୧ ସୁଦ୍ଧା ୫୨୧୫୬ ହଜାର ବର୍ଗ କିଲୋମିଟରରେ ପହଞ୍ଚିଥିଲା। ହେନ୍ତାଳ ବଣର ବି ଅଭିବୃଦ୍ଧି ହୋଇଛି। 

 "ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ବର ସମସ୍ୟା। ମାନବତାକୁ ଏହାକୁ ସମ୍ମୁଖୀନ ହେବାକୁ ପଡିବ। ଏକ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଓ ସଚେତନତା ଏହି ପରିସ୍ଥିତିରୁ ପୂର୍ବସ୍ଥିତିକୁ ଫେରାଇ ନେବାରେ ସହାୟକ ହେବ। ଏକ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା।  ୨୦୧୯ରୁ ରାଜ୍ୟରେ ଜଳବାୟୁ ବଜେଟକୁ କାର୍ଯ୍ୟକାରୀ କରାଯାଉଛି। ଜଳବାୟୁ ପରିବର୍ତ୍ତନର ଗୁରୁତ୍ବକୁ ଉପଲବ୍ଧି କରି ୨୦୨୧ରେ ଜଙ୍ଗଲ ଓ ପରିବେଶ ବିଭାଗର ନାମକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କରାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ବର ସମସ୍ୟା। ମାନବତାକୁ ଏକୁ ସମ୍ମୁଖୀନ ହେବାକୁ ପଡିବ। ଏକ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଓ ସଚେତନତା ଏହି ପରିସ୍ଥିତିରୁ ପୂର୍ବସ୍ଥିତିକୁ ଫେରାଇ ନେବାରେ ସହାୟକ ହେବ। ଏକ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା। ବର୍ତ୍ତମାନର ଏସଏପିସିସି ୨୦୨୧ରୁ ୨୦୩୦ ପର୍ଯ୍ୟନ୍ତ ରହିଛି। ୨୦୧୯ରୁ ରାଜ୍ୟରେ ଜଳବାୟୁ ବଜେଟକୁ କାର୍ଯ୍ୟକାରୀ କରାଯାଉଛି। ଜଳବାୟୁ ପରିବର୍ତ୍ତନର ଗୁରୁତ୍ବକୁ ଉପଲବ୍ଧି କରି ୨୦୨୧ରେ ଜଙ୍ଗଲ ଓ ପରିବେଶ ବିଭାଗର ନାମକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କରାଯାଇଛି।

publive-image

ବିଭିନ୍ନ କାରଣରୁ ଅଧିକାଂଶ ରାଜନୈତିକ ଦଳ କଠୋର ଜଳବାୟୁ ଲକ୍ଷ୍ୟ ହାତକୁ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଏପରିକି ଜାତିସଂଘ ବି ରାଜନୈତିକ ନେତାମାନଙ୍କୁ ଜଳବାୟୁ ଜରୁରୀପରିସ୍ଥିତିର ମୁକାବିଲା ପାଇଁ ଅନୁରୋଧ କରିଛି। ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ସମ୍ବାଦଗ୍ରୁପର ଉଦ୍ୟମ ପ୍ରସଂଶାଯୋଗ୍ୟ। ଆମ ହାତରୁ ସମୟ ଶେଷ ହୋଇଆସୁଛି, ଆମେ ଆଉ ହାତବାନ୍ଧି ବସିରହିପାରିବା ନାହିଁ, ଆମକୁ କିଛି କରିବାକୁ ହେବ। ଆମ ସମସ୍ତଙ୍କୁ ପ୍ରକୃତିମାତା ପାଇଁ ଏକାଠି ହେବାକୁ ପଡିବ। 

ଏହି ଅବସରରେ ପୁନଶ୍ଚ ପୃଥିବୀ ଅଭିଯାନକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସମ୍ବାଦର ପ୍ରଦୀପ ମହାପାତ୍ର, କେଶବ ପାଣି, ଦିପ୍ତି ଆଚାର୍ଯ୍ୟ, ନିଶାନ୍ତ ଦାସ ଓ କନକ ନ୍ୟୁଜର ସ୍ବସ୍ତିକା ପଣ୍ଡା, ଅନୁଜ ଦାସ, ରେଡିଓ ଚୋକଲେଟର ଗୁରୁ ଶତପଥି, ସୌମିତ୍ରି ପଲାଇ, ବିମଳ ଦାସ ଓ ସନ୍ତୋଷ କୁମାର ରଥଙ୍କୁ ପୁରସ୍କୃତ କରାଯାଇଥିଲା ।