ଅର୍ଥନୈତିକ ବିକାଶ ସ୍ରୋତରେ ଏବେ ଗ୍ରାମାଞ୍ଚଳରେ ଭୂ-ବ୍ୟବହାରରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଯେଉଁଠି ଆଗରୁ ସୁନ୍ଦର ପୁଷ୍କରିଣୀଟିଏ ଥିଲା କିମ୍ବା ବିସ୍ତୀର୍ଣ୍ଣ ଗୋଚର ଭୂଇଁ ଥିଲା ତାହା ହଠାତ୍‌ କୌଣସି ନିର୍ମାଣସ୍ଥଳୀ ପାଇଁ ଉତ୍ସର୍ଗ ହୋଇଯାଉଛି। ଏହି ପ୍ରକ୍ରିୟାରେ ଏବେ ଅନେକ ଗ୍ରାମର ସର୍ବସାଧାରଣ ଭୂସଂପତ୍ତି ମଧ୍ୟ ଲୋପ ପାଇଗଲାଣି। ପୂର୍ବ ଭଳି ଅନେକ ଗ୍ରାମରେ ଆଉ ବିସ୍ତୀର୍ଣ୍ଣ ଗୋଚର ଜମି ଦେଖିବାକୁ ମିଳୁନାହିଁ। ଭାରତ ସରକାରଙ୍କ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ରେକର୍ଡ ଅନୁଯାୟୀ, ୧୯୮୦ ବେଳକୁ ଦେଶରେ ମୋଟ ଭୂସଂପତ୍ତିର ୨୧.୬ ପ୍ରତିଶତ ଅଂଶ ଗୋଚର ବା ସାଧାରଣ ସଂପତ୍ତି ଥିଲା। ୧୯୯୯ ବେଳକୁ ତାହା ୧୫ ପ୍ରତିଶତକୁ ଖସି ଆସିଥିଲା। ପରବର୍ତ୍ତୀ ସମୟରେ ଏହି ଅବକ୍ଷୟ ଆହୁରି ତ୍ବରାନ୍ବିତ ହୋଇଛି। ସେହିପରି ଅନ୍ୟ ଏକ ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ଦଶନ୍ଧିରେ ଭାରତରେ ଗୋଚର ଜମି ପରିମାଣ ଅଧାକୁ ଖସି ଆସିଛି।

Advertisment

Aiims Bhubaneswar: ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବିଗିଡ଼ିଯାଉଛି ସନ୍ତୁଳନ ଦିନ ଥିଲା ଗ୍ରାମାଞ୍ଚଳରେ ଗୋଚର ସମେତ ସର୍ବସାଧାରଣ ଜମି ଲୋକଙ୍କୁ ଏକ ସୁନ୍ଦର ପରିବେଶ ଯୋଗାଇବା ସହିତ ଅନେକଙ୍କୁ ଭିନ୍ନଭିନ୍ନ ଉପାୟରେ ଜୀବିକା ଯୋଗାଉଥିଲା। କିନ୍ତୁ ଏବେ ଅସନ୍ତୁଳିତ ବିକାଶ ଯୋଗୁଁ ଏଗୁଡ଼ିକର ଜବରଦଖଲ ଓ ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଗୁଡ଼ିକ ଆଉ ପୂର୍ବ ଭଳି ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗୁ ନାହିଁ। ଏହି ଦ୍ରୁତ ଅବକ୍ଷୟ ପରିବେଶ ସୁରକ୍ଷାରେ ବଡ଼ ପ୍ରତିବନ୍ଧକ,  ଯାହା ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।

ବଢ଼ୁଛି ଜବରଦଖଲ
ଗୋଚର ଜମି ହ୍ରାସର ଏକ ବଡ଼ କାରଣ ହେଉଛି ଜବରଦଖଲ। ଗ୍ରାମରୁ ସହରାଭିଭୁଖୀ ହେଉଥିବା ଏକ ଜନବସତିରେ ଏଭଳି ଲକ୍ଷଣ ଅଧିକ ଦେଖିବାକୁ ମିଳୁଛି। ଏହିସବୁ ଗ୍ରାମାଞ୍ଚଳରେ ସହର ଭଳି ଭିତ୍ତିଭୂମି ଠିଆ ହେଉଥିବାବେଳେ ଗ୍ରାମର ମୂଳ ପରିବେଶ କ୍ରମେ ଅବକ୍ଷୟ ହେବାରେ ଲାଗିଛି। ଏହି ପ୍ରକ୍ରିୟାରେ ଜମି ଦଲାଲଙ୍କ ହାତରେ ଗୋଚର ଜମି ପଡ଼ିବା ଦ୍ବାରା ଏଗୁଡ଼ିକ ଖୁବ୍‌ ଶୀଘ୍ର ଅସ୍ତିତ୍ବ ହରାଉଛି। ଏପରିକି ଦଲାଲମାନେ ସରକାରୀ କଳକୁ ପ୍ରଭାବିତ କରି ଏହି ଜମିସବୁର କିସମ ପରିବର୍ତ୍ତନ କରି ବିକ୍ରି କରିଦେଇଥାନ୍ତି।

ଧାରଣକ୍ଷମ ବିକାଶକୁ ଗୁରୁତ୍ବ
ବିକାଶକୁ ଅଣଦେଖା କରିହେବନି। କିନ୍ତୁ ବିକାଶ ପାଇଁ ନିତ୍ୟ ନିୟମିତ ପରିବେଶକୁ ବି ଜଳାଞ୍ଜଳି ଦେଇ ହେବନି। ଏହି ବିଚାରକୁ ଗୁରୁତ୍ବ ଦେଇ ଜାତିସଂଘ ପକ୍ଷରୁ ‘ଧାରଣକ୍ଷମ ବିକାଶ ଲକ୍ଷ୍ୟ’ (ସସ୍‌ଟେନେବୁଲ୍‌ ଡେଭଲପ୍‌ମେଣ୍ଟ)କୁ ପ୍ରକୃତି ସହିତ ସହାବସ୍ଥାନରେ ବିକାଶର ଏକ ମଡେଲ ଭାବେ ସାରା ବିଶ୍ବରେ ଗ୍ରହଣ କରାଯାଉଛି।

Interim Bail: ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ପରୀକ୍ଷାକେନ୍ଦ୍ରକୁ ନେବା ଆଣିବା ପାଇଁ ଆଜୀବନ କାରଦଣ୍ଡ ଭୋଗ କରୁଥିବା ବନ୍ଦୀକୁ ଅନ୍ତରୀଣ ଜାମିନ

ଭାରତ ସରକାରଙ୍କ ଉଦ୍ୟମ
ନିକଟରେ ଉପସ୍ଥାପିତ ଭାରତ ସରକାରଙ୍କ ଅର୍ଥନୈତିକ ସର୍ଭେରେ ଗୋଚର ଓ ଗ୍ରାମାଞ୍ଚଳ ଭୂସଂପତ୍ତିର ସୁରକ୍ଷା ଉପରେ ବିଶେଷ ଆଲୋକପାତ କରାଯାଇଛି। ପରିବେଶକୁ ସୁରକ୍ଷିତ ରଖିବା ସହ ଅର୍ଥନୈତିକ ପ୍ରଗତି ହାସଲ ଦିଗରେ ସରକାର ଗୁରୁତ୍ବ ଦେଉଥିବାରୁ ଏହିସବୁ ସାଧାରଣ ସଂପତ୍ତିର ସୁବିନିଯୋଗ ଜରୁରି ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଏ ଦିଗରେ ଗତ କିଛି ବର୍ଷରେ ଅନେକ ପଦକ୍ଷେପ ନିଆଯାଇଛି। ‘ମିସନ୍‌ ଅମୃତ ସରୋବର ଯୋଜନା’ରେ ପୁଷ୍କରିଣୀ ପୁନରୁଦ୍ଧାର କରାଯାଉଛି। ବିଭିନ୍ନ ରାଜ୍ୟ ସରକାର ନିଜନିଜ ରାଜ୍ୟରେ ଗ୍ରାମାଞ୍ଚଳ ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଗୋଚର ଓ ସାଧାରଣ ସଂପତ୍ତିର ପରିଚାଳନା ପାଇଁ ସରକାର ଓ ସ୍ଥାନୀୟ ଗୋଷ୍ଠୀଗୁଡ଼ିକର ସହଭାଗିତାରେ ଉଦ୍ୟମ କରାଯିବା ଜରୁରି।