ଭୁବନେଶ୍ବର : ରିସାଇକ୍ଲିଙ୍ଗ ସମ୍ପର୍କରେ ଆମକୁ ସ୍କୁଲ ଓ କଲେଜ ସ୍ତରରୁ ସଚେତନତା ସୃଷ୍ଟି କରିବାକୁ ପଡ଼ିବ । କେତେକ ଆଇଟିଆଇରେ ଏସମ୍ପର୍କିତ ତାଲିମ ଆରମ୍ଭ ହେଲାଣି ଯାହାକି ସ୍ବାଗତଯୋଗ୍ୟ । ଏ କ୍ଷେତ୍ରରେ ଗବେଷଣା କ୍ଷେତ୍ରରେ ଆମେ ପଛୁଆ ଥିଲେ ବି ଆମକୁ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ଏମ୍ପ୍ରିଓ ପ୍ରେଷ୍ଟିଜ ଲିଃର ପରିଚାଳନା ନିର୍ଦ୍ଦେଶକ ଡ.ଅବିନାଶ ସାମଲ । 

Advertisment

ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀ ସମ୍ମିଳନୀରେ ‘ସନ୍ତୁଳିତ ଭବିଷ୍ୟତ ପାଇଁ ପରିବେଶ ଅନୁକୂଳ ବିକଳ୍ପ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ସେ କହିଛନ୍ତି ଯେ ପୁନଶ୍ଚ ପୃଥିବୀ ପରି ଅଭିଯାନ ଆରମ୍ଭ କରିବାରୁ ସମ୍ବାଦ ଗ୍ରୁପକୁ ମୋର ଅଭିନନ୍ଦନ ।

ଗାଡ଼ିରେ ବ୍ୟବହାର ହେଉଥିବା କାଚ ହେଉଛି ଶତ ପ୍ରତିଶତ ପୁନଃ ବ୍ୟବହାର ଯୋଗ୍ୟ । ହେଲେ ଭାରତରେ କିନ୍ତୁ ମାତ୍ର ୩୦ ପ୍ରତିଶତ କାଚ ପୁନଃ ବ୍ୟବହାର କରାଯାଉଛି । କାର୍ଲିଫର୍ଣ୍ଣିଆ ଭଳି ଦେଶରେ ୮୦ ପ୍ରତିଶତ କାଚ ପୁନଃ ବ୍ୟବହାର ହେଉଥିଲାବେଳେ, ଭାରତରେ କେବଳ ୩୦ ପ୍ରତିଶତ କାଚ ପୁନଃ ବ୍ୟବହାର ହେଉଛି । ଏଣୁ ଏ କ୍ଷେତ୍ରରେ ଅନେକ ସୁଯୋଗ ରହିଛି ।


ଆମେ ବ୍ୟବହର କରୁଥିବା ଯାନବାହାନଗୁଡ଼ିକର ୮୦ ପ୍ରତିଶତ ଅଂଶ ଲୌହରୁ ନିର୍ମିତ । ୨୦୨୨ରେ ଭାରତ ୬.୭ ନିୟୁତ ଟନ ସ୍କ୍ରାପ୍ ବିଦେଶରୁ ଆମଦାନୀ କରିଥିଲା । ଏବେ ଆମ ପ୍ରାୟ ୧୧ ନିୟୁତ ଟନ ଲୁହା ସ୍କ୍ରାପ୍ ଆମଦାନୀ କରୁଛୁ । ଆମ ଦେଶରେ ଲୁହା ଥାଇକି ବି ଆମେ ଆମଦାନୀ କରୁଛୁ । ତେବେ ସରକାର ଯେଉଁ ଯାନବାହାନ ସ୍କ୍ରାପିଂ ନୀତି ଆରମ୍ଭ କରିଛି ତାହା ଏକ ପ୍ରସଂଶନୀୟ ପଦକ୍ଷେପ । କିନ୍ତୁ କୌଣସି ଗାଡ଼ିକୁ ସ୍କ୍ରାପିଂ କରିବା ପୂର୍ବରୁ ତାହାର ଡିପଲ୍ୟୁନେସନ କରିବା ଗୁରୁତ୍ବପୁର୍ଣ୍ଣ । କିନ୍ତୁ ଆମ ଦେଶରେ ଏହି ଡିପଲ୍ୟୁଟିଙ୍ଗ ମେସିନ ନଥିଲା । ଅନ୍ୟପକ୍ଷରେ ଆମ ଯଦି ବିଦେଶରୁ ଆମଦାନୀ କରୁଥିବା ସ୍କ୍ରାପ ପରିମାଣକୁ କମାଇପାରିବା ତେବେ ଆମର ମୂଲ୍ୟବାନ ବିଦେଶୀ ମୁଦ୍ର ସଂଚୟ ହୋଇପାରିବ । ଅନ୍ୟପଟେ ଗାଡିରେ କେବଳ ଲୌହ ସାମଗ୍ରୀ ବ୍ୟବହାର ହୁଏ ନାହିଁ, ଆହୁରି ଅନେକ ପ୍ରକାରର ସାମଗ୍ରୀ ରହିଛି । ଯେପରିକି କାଚ । ଗାଡ଼ିରେ ବ୍ୟବହାର ହେଉଥିବା କାଚ ହେଉଛି ଶତ ପ୍ରତିଶତ ପୁନଃ ବ୍ୟବହାର ଯୋଗ୍ୟ । ହେଲେ ଭାରତରେ କିନ୍ତୁ ମାତ୍ର ୩୦ ପ୍ରତିଶତ କାଚ ପୁନଃ ବ୍ୟବହାର କରାଯାଉଛି । କାର୍ଲିଫର୍ଣ୍ଣିଆ ଭଳି ଦେଶରେ ୮୦ ପ୍ରତିଶତ କାଚ ପୁନଃ ବ୍ୟବହାର ହେଉଥିଲାବେଳେ, ଭାରତରେ କେବଳ ୩୦ ପ୍ରତିଶତ କାଚ ପୁନଃ ବ୍ୟବହାର ହେଉଛି । ଏଣୁ ଏ କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଅନ୍ୟପକ୍ଷରେ ଦେଶରେ ଯଥେଷ୍ଟ ପରିମାଣରେ ଇଲେକ୍ଟ୍ରୋନିକ ତଥା ଆଇଟି ହାର୍ଡଓ୍ବାର ଆବର୍ଜନା ନିର୍ଗତ ହେଉଛି । ଦେଶରେ ଏବେ ୩.୨୩ ନିୟୁତ ଟନ ଇଲେକ୍ଟ୍ରୋନିକ ତଥା ଆଇଟି ହାର୍ଡଓ୍ବାର ଆବର୍ଜନା ନିର୍ଗତ ହେଉଛି । କିନ୍ତୁ ସେଗୁଡ଼ିକର ପ୍ରକ୍ରିୟାକରଣ ପାଇଁ ମାତ୍ର ୪୦୦ ୟୁନିଟ୍ ରିସାଇକ୍ଲିଙ୍ଗ୍ କେନ୍ଦ୍ର ରହିଛି । ଏଣୁ ସଷ୍ଟେନେବିଲିଟି ଗବେଷଣା ସଂପର୍କରେ ଆମକୁ ସ୍କୁଲ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ । 


କେବଳ ଆର୍ଥିକ ବିକାଶ ନୁହେଁ, ସନ୍ତୁଳିତ ବିକାଶ କରିବାକୁ ପଡ଼ିବ : ଜଗଦ୍ଦେବ

ଏହି ଅଧିବେଶନର ପରିଚାଳନା କରିଥିବା ପାରାମିଟର ସଫ୍ଟଓ୍ବାରର ଏମଡି ତଥା ସିଇଓ ଜେ.ପି. ଜଗଦ୍ଦେବ ନିଜର ପ୍ରାରମ୍ଭିକ ଅଭିଭାଷଣର କହିଥିଲେ ଯେ ଆମକୁ ସବୁଜ ବିକଳ୍ପକୁ ବାଛିବାକୁ ପଡ଼ିବ । ଆଜିର ଦୂନିଆରେ ଆମେ ପୂର୍ବରୁ ଯାହା କରିଆସୁଥିଲେ ତାହାକୁ ବଦଳାଇବାକୁ ପଡ଼ିବ । ଆମ ଶାସ୍ତ୍ରମାନେ କହନ୍ତି ଆମର ପ୍ରତି କର୍ମର ଓ ଫଳ ରହିଛି । ଆମେ ଗତ ୭୫ ବର୍ଷ ହେଲା ଆମେ ବିକାଶ ବିଶେଷ କରି ଆର୍ଥିକ ବିକାଶ ଉପରେ ଗୁରୁତ୍ବ ଦେଇଆସୁଛୁ । କିନ୍ତୁ ଏହି ଆର୍ଥିକ ବିକାଶର କେତେକ ପ୍ରତିଫଳ ରହିଛି । ବିଗତ ଦଶନ୍ଧିଗୁଡ଼ିକରେ ଆମେ ଅନେକ କିଛି ବିକାଶ ଲକ୍ଷ୍ୟ ହାସଲ କରିଛୁ, କିନ୍ତୁ କିଛି ହରେଇଛୁ ମଧ୍ୟ । ଏଣୁ ସମୟ ଆସିଛି ଆମର ସଂପୂର୍ଣ୍ଣ କାର୍ଯ୍ୟ ପଦ୍ଧତିର ପୁନର୍ବିଚାର କରିବାର । ଆମକୁ କେବଳ ଅର୍ଥନୈତିକ ବିକାଶ ନୁହେଁ, ବରଂ ମନୁଷ୍ୟ, ପୃଥିବୀ ସହ ଅର୍ଥନୀତିକୁ ନେଇ ସନ୍ତୁଳିତ ବିକାଶ ଉପରେ ଗୁରୁତ୍ବ ଦେବାକୁ ହେବ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମନୁଷ୍ୟର କର୍ମଫଳ କେବଳ ମନୁଷ୍ୟ ଭୋଗୁନାହିଁ, ବରଂ ମନୁଷ୍ୟ ସମେତ ଅନ୍ୟମାନେ ବି ଭୋଗୁଛନ୍ତି । ଏସବୁ ମଧ୍ୟରେ ତଥାଫି ସୁଧାର କରିବାର ଏକ ସୁଯୋଗ ରହିଛି ।