ପୁରୀ: ଆସ ହେ ମଣିମା.. ଆଉ ଡେରି କିମ୍ପା କର । ମାନୁ ନାହିଁ ମନ ପୁଣି ଅସ୍ଥିର ହେଲାଣି ଏ ନୟନ, କରିବାକୁ ତୁମ୍ଭ ମୁଖ ଦରଶନ । ଇଏ ଖାଲି ଭକ୍ତଙ୍କ ଆବେଗ ନୁହେଁ ବରଂ ଗୁଣ୍ଡିଚା ମନ୍ଦିରରେ ଅପେକ୍ଷାରତ ୩ ରଥଙ୍କ ମନର କଥା । ଜନ୍ମବେଦୀକୁ ଆସି ଚତୁର୍ଦ୍ଧାମୂର୍ତ୍ତି ଏଯାଏଁ ଫେରିଲେନି । ୟା ଭିତରେ ସପ୍ତାହେ ବିତିଗଲାଣି । ଚକା ଆଖିକୁ ଚାହିଁ ଚାହିଁ ନନ୍ଦିଘୋଷ କାନ୍ଦିଲାଣି, ବଳଭଦ୍ରଙ୍କୁ ଝୁରି ତାଳଧ୍ବଜ ଅସ୍ଥିର ହେଲାଣି ଆଉ ଦେବୀ ସୁଭଦ୍ରାଙ୍କ ଫେରିବା ବାଟକୁ ଚାହିଁ ରହିଛି ଦେବଦଳନ ।
ଆଡ଼ପ ମଣ୍ଡପରେ ଆଜି ତୃତୀୟ ଦିନରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି l ଅଗଣିତ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି l ଆଜି ରଥ ଦକ୍ଷିଣି ମୋଡ଼ ଅନୁଷ୍ଠିତ ହେବ l pic.twitter.com/jXYfPIVgTL
— Shree Jagannatha Temple Office, Puri (@SJTA_Puri) July 2, 2025
ପ୍ରଭୁ କି ଲୀଳା ଲଗେଇଲେ ଯେ ରଥ ଗଡିଲାନି, ଦିନକ ପରେ ରଥ ଶରଧାବାଲିରେ ଲାଗିଲା । ଗୁଣ୍ଡିଚା ମନ୍ଦିରକୁ ପଶିବାକୁ ଡେରିରେ ଗଲେ ଠାକୁର । ଆଉ ଦିନ କେଇଟା ରହିଛନ୍ତି କି ନାହିଁ ପୁଣି ଫେରିବାକୁ ହେଲେଣି ତରତର । କାରଣ ସାଆନ୍ତଙ୍କର ସିନା ଭାଇ ଭଉଣୀ ସାଙ୍ଗେ ଜନ୍ମଦେବୀରେ ରହିବାକୁ ଆହୁରି ଇଚ୍ଛା ତେଣେ ଘରଣୀ ରାଣୀ ରାଗିଲେଣି ପରା । ରାଗରେ ରଥ ଭାଙ୍ଗି ଦେଇ ଗଲେଣି ପରା । ଭାଇରେ – ଦୁନିଆରେ ସବୁ ସହି ହେବ, ସମସ୍ତଙ୍କୁ ବୁଝାଇ ହେବ । କିନ୍ତୁ ସ୍ତ୍ରୀର ରାଗ ସହିହେବନି କି ସ୍ତ୍ରୀର ଅଭିମାନ ହଜମ କରିହେବନି କି ତା ଶୁଖା ମୁହଁ ଦେଖି ହେବନି । ସିଏ ପରା ପ୍ରାଣପ୍ରିୟା, ସିଏ ରୁଷିଲେ ସବୁ ସରିଲା.. ତେଣୁ ଭାଇ ଭଉଣୀଙ୍କୁ ସାଆନ୍ତେ ଇଙ୍ଗିତ ଦେଲେଣି- ଭାଇନା ଆଉ ଡେରି କିମ୍ପା କର, ଆଲୋ ପାଗେଳୀ ଯଲଦି ବାହାରେ- ତୋ ଭାଉଜ ତେଣେ ରାଗି ପାଚି ନାଲି ପଡିଗଲାଣି । ତାକୁ ବୁଝେଇବାକୁ ପଡିବ, ନହେଲେ ତମକୁ ସିନା ସାତ ଖୁଣ ମାଫ- ଦେଉଳକୁ ଛାଡିଦେବେ । ହେଲେ ମୁଁ ପରା ବିଚରା ସାଆନ୍ତାଣୀଙ୍କ ଏକମାତ୍ର ସ୍ବାମୀ । ତାଙ୍କୁ ନନେଇ ବୁଲି ଆସିବାର ଦଣ୍ଡ ତ ମତେ ଭୋଗିବାକୁ ହିଁ ପଡିବ ନା ..
ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି |#RathaJatra2025#RathaYatra2025#ShreeJagannathaDhaampic.twitter.com/KmQjIpqzrF
— Shree Jagannatha Temple Office, Puri (@SJTA_Puri) July 4, 2025
ଗୋଟେ ପଟେ ଶ୍ରୀଜିଉ ଶ୍ରୀମନ୍ଦିର ବାହୁଡିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏପଟେ ତିନି ରଥଙ୍କ ଅପେକ୍ଷା ରାତି ପାହିଲେ ସରିବ ଆଉ ସେମାନେ ସେମାନଙ୍କ ମାଲିକ ମାଲିକାଣୀଙ୍କୁ ନେଇ ପୁଣି ସିଂହଦ୍ବାର ସାମ୍ନାକୁ ବାହୁଡି ଆସିବ । ଠାକୁରଙ୍କ ଏ ମାନବୀୟ ଲୀଳା ଦେଖିବାକୁ ଏଣେ ଅପେକ୍ଷାରତ କୋଟି କୋଟି ଭକ୍ତ । ପୁରୀ ଆଡପ ଦର୍ଶନ ପାଇଁ ଗହଳି ଲାଗିଥିବା ବେଳେ ଆସନ୍ତାକାଲି ବାହୁଡାଯାତ୍ରା ଥିବାରୁ ଏବେଠୁ ପୁରୀ ମୁହାଁ ଭକ୍ତ ।
ଅଧିକ ପଢନ୍ତୁ-