ପୁରୀ: ରଥଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଶ୍ରୀକ୍ଷେତ୍ରରେ ପୂରା ପୋଲିସ ଛାଉଣୀ । ସୁରକ୍ଷା ବଳୟ ଭିତରେ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଏବଂ ସମଗ୍ର ପୁରୀ । ଏଆଇ ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି ୨୭୫ ଏଆଇ କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ, ପୁରୀରୁ କୋଣାର୍କ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଅଘଟଣ ଏଡ଼ାଇବାକୁ ସଜାଗ ରହିଛି ପ୍ରଶାସନ । ଏଥିପାଇଁ ନିୟୋଜିତ ଅଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍ । 

Advertisment

ତେବେ ୨୦୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨୧ ଆଇପିଏସ, ୧୨ ଶହ ଅଫିସର ନିୟୋଜିତ ଅଛନ୍ତି । ଟ୍ରାଫିକ୍ ପରିଚାଳନାରେ ୫୦ ପ୍ଲାଟୁନ୍ ଫୋର୍ସ ଓ ପୁଲିସ ସହ ଘରୋଇ ସୁରକ୍ଷା ଟିମ୍ ନିୟୋଜିତ ଅଛନ୍ତି । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ଇତିମଧ୍ୟରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି । କିଛି ସମୟ ପରେ ରଥଟଣା ହେବ ଆଉ ନବଦିନାତ୍ମକ ଯାତ୍ରା କରିବେ ଶ୍ରୀଜିଉ। 
ମହାପ୍ରଭୁଙ୍କୁ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ହଠାତ୍ ଅଚେତ ହୋଇପଡିଲେ କିଛି ଭକ୍ତ । ଗରମ ଓ ଗୁଳୁଗୁଳି ପାଇଁ ଅସୁସ୍ଥ ହୋଇପଡିଲେ ଭକ୍ତ । ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀ ଦ୍ବାରା ଷ୍ଟେଚରରେ ସେମାନଙ୍କୁ ବୋହି ନେଇଥିବା ବେଳେ ଆମ୍ବୁଲାନ୍ସକୁ ଜରିଆରେ ମେଡିକାଲ ପଠାଯାଇଛି । 

ଆଉ ଏହି ସମୟରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ରଥଯାତ୍ରା ପାଇଁ ପୁରୀରେ ଜନସମୁଦ୍ର ଲହଡି ଭାଙ୍ଗୁଥିବା ବେଳେ ଆମ୍ବୁଲାନ୍ସ ପାଇଁ ୨ ଭାଗ ହୋଇଯାଇଛି ବଡଦାଣ୍ଡ । ଗହଳି ପୂରା ଦୁଇ ଭାଗ ହେଇଗଲା ଜରୁରୀକାଳୀନ ସେବା ପାଇଁ ଆଉ ଆମ୍ବୁଲାନ୍ସ ସେହି ଗହଳି ଆଡେଇ ଆଗକୁ ଆଗକୁ ମାଡିଗଲା । 

ତେବେ ଆମ୍ବୁଲାନ୍ସକୁ ବାଡ କଢେଇ ନେବାକୁ ଆରଏସଏସର ସ୍ବେଚ୍ଛାସେବୀମାନେ ସଙ୍ଗେସଙ୍ଗେ ଏକ କରିଡର ତିଆରି କରିଦେଲେ । ହାତକୁ ହାତ ଛଡି ଆମ୍ବୁଲାନ୍ସ ପାଇଁ କରିଡର କରିବା ପରେ ଭକ୍ତିର ଭିଡରେ ଆଗକୁ ଯାଇଛି ଆମ୍ବୁଲାନ୍ସ ।