ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଏକ ପଥର ଖଣିରେ ଆଜି ପୂର୍ବାହ୍ଣରେ ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ୪ ଜଣ ଗଂଜାମ ଓ ଅନ୍ୟ ୨ ଜଣ ଗଜପତି ଜିଲ୍ଲାର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ।
ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶ ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ଆଜି ଶ୍ରମିକମାନେ କାମ କରୁଥିଲେ। ଏମାନଙ୍କ ମଧ୍ୟରୁ ୧୮ ଜଣ ଓଡ଼ିଆ ଶ୍ରମିକ ଥିଲେ। କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ପଥରଖଣିରେ ଦୁର୍ଘଟଣା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣା ନେଇ ବିସ୍ତୃତ ସୂଚନା ଉପଲବ୍ଧ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଆନ୍ଧ୍ରପ୍ରଦେଶ ପୁଲିସ କହିବା ଅନୁସାରେ ବାପଟାଲା ଜିଲ୍ଲା ବାଲିକୁରୁଭା ନିକଟ ସତ୍ୟକ୍ରିଷ୍ଣା ଗ୍ରାନାଇଟ କୁଆଁରିରେ ଆଜି ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପଥରଖଣି ତଳେ ଚାପି ହୋଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ଅଧିକ ତଦନ୍ତ ପାଇଁ ବାପଟାଲା ଆରକ୍ଷୀ ଅଧୀକ୍ଷକ ତୁଷାର ଦୁଦି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସେ ଆଦେଶ ଦେଇଛନ୍ତି।
Accident | Gajapati | ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/03/new-projectyi-2025-08-03-16-47-48.jpg)