ଚ୍ୟାଲେଂଜିଂ କ୍ୟାରିଅରରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାର ସମୟ ଖୁବ୍‌ ଚ୍ୟାଲେଂଜିଂ। ଏଥିପାଇଁ ଆମକୁ ଜୀବନରେ ସଂଘର୍ଷ କରିବାକୁ ପଡ଼ିବ ବୋଲି ସମସ୍ତଙ୍କର ଏକ ଧାରଣା। କିନ୍ତୁ ଅସଲ କଥାଟି ହେଲା ଯେ ଏବେ ନେତୃତ୍ୱ ନେବାର ସମୟ ଆସିଛି। ଏଣୁ ଏହି କ୍ଷମତା ବୃଦ୍ଧି କରିବାର ସମୟ ଆସିଛି । ସାଧାରଣତଃ ନେତୃତ୍ୱ କହିଲେ ଆମେ ରାଜନୀତି କଥା ଭାବୁ, କିନ୍ତୁ ତାହା ଠିକ୍‌ ନୁହେଁ । ଏବେ ପ୍ରତ୍ୟେକ କ୍ଷେତ୍ର ନେତୃତ୍ୱ ନେବାର ସମୟ ଆସିଛି । ଆପଣ ଯେଉଁ କ୍ଷେତ୍ରରେ ବୃତ୍ତି ଗ୍ରହଣ କରିଥାଆନ୍ତୁ ନା କାହିଁକି, ନେତୃତ୍ୱ ବିନା ଆଗକୁ ବଢିପାରିବେ ନାହିଁ । ଏଣୁ ଜାଣନ୍ତୁ କ୍ୟାରିଅରରେ ସଫଳତା ପାଇବାକୁ ହେଲେ କ’ଣ କରିବାକୁ ପଡ଼ିବ। କେଉଁ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ।

କ’ଣ ହେବି ?
କିଶୋରଟିଏ ବଡ ହେଲେ କ’ଣ ହେବାକୁ ଚାହେଁ, ତା’ହା ସ୍ଥିର କରିଥାଏ । ସେ ନିଜର ଆଦର୍ଶ ମଧ୍ୟ ଜଣକୁ ପରିଗଣିତ କରିଥାଏ । କିଛି ନ ହେଲେ କାଳ୍କନିକ ଭାବେ ସେ ଇଂଜିନିୟର ହେଲେ ଅମୁକ କରିବ, ଡାକ୍ତର ହେଲେ ଅମୁକ ଡାକ୍ତରଙ୍କ ଭଳି ହେବ, ଆଇନଜୀବୀ ହେଲେ ଅମୁକ ଲୋକଙ୍କ ପାଖରେ ଜୁନିଅର୍‌ ହେବ ବା ହୋଟେଲିୟର୍‌ ହେଲେ ଅମୁକ ହୋଟେଲ୍‌ ଶିଳ୍ପରେ ଯୋଗ ଦେବ…ଇତ୍ୟାଦି ।

ରୂପରେଖ ପ୍ରଥମରୁ ପ୍ରସ୍ତୁତ କରନ୍ତୁ:
ଏଣୁ ନିଜର ଆଦର୍ଶ ବ୍ୟକ୍ତିଗତ ନେତୃତ୍ୱର କାଳ୍ପନିକ ରୂପରେଖ ପ୍ରଥମରୁ ପ୍ରସ୍ତୁତ କରନ୍ତୁ । ଅର୍ଥାତ୍‌ ଭବିଷ୍ୟତର ସ୍ପଷ୍ଟସ୍ଥିତ, ଯାହାକୁ ଆପଣ ସାକାର ରୂପ ଦେବାକୁ ଚାହୁଁଛନ୍ତି, ସେଥିରେ କିଭଳି ନେତୃତ୍ୱର ଆବଶ୍ୟକତା ଅଛି, ଯାହା ଜାଣି ରଖନ୍ତୁ । ୨୦୨୫ ବେଳକୁ ଆପଣଙ୍କର ସ୍ଥିତି କ’ଣ ଥିବ, କ୍ୟାରିଅର୍‌କୁ କିଭଳି ଆଗେଇବେ, ଏସଂପର୍କରେ ଭଲ ଭାବେ ଜାଣି ରଖନ୍ତୁ । ଏଥିପାଇଁ ସବୁଠୁଁ ବଡ ଆବଶ୍ୟକତା ହେଉଛି ନେତୃତ୍ୱ କ୍ଷମତା ବୃଦ୍ଧି ।

ଶିଖିବାର ଇଚ୍ଛା ବୃଦ୍ଧି କରନ୍ତୁ: ଜୀବନରେ ସର୍ବଦା ଶିଖିବାର ଇଚ୍ଛା ବଢାନ୍ତୁ । ନିଜ ଆଖପାଖରେ ଯାହା ଘଟୁଛି, ସେଥିରୁ ଉପଯୁକ୍ତ ଶିକ୍ଷା ଗ୍ରହଣ କରନ୍ତୁ । ସଫଳ ନେତୃତ୍ୱ ଚାହୁଁଥିବା ଲୋକେ ସର୍ବଦା ନୂଆ ନୂଆ ଶିଖିବା ଲାଗି ନିଜର ମନ ଓ ମସ୍ତିଷ୍କକୁ ଖୋଲା ରଖିବା ଦରକାର । ନୂଆ ସନ୍ଧବର ସମ୍ଭାବନା ସର୍ବଦା ରହିଛି । ଯଦି ଆପଣ କୌଣସି ଏକ କ୍ଷେତ୍ରରେ ବିଶେଷଜ୍ଞ ହୋଇ ସାରିଛନ୍ତି, ତେବେ ଅନ୍ୟ କୌଣସି ଏକ ବିଷୟରେ ହାତ ଦିଅନ୍ତୁ । ନୂଆ ନୂଆ ଚ୍ୟାଲେଂଜକୁ ସାଦରେ ଗ୍ରହଣ କରନ୍ତୁ । ନୂଆ ନୂଆ ଶିଖିବାକୁ ଚେଷ୍ଟା କରନ୍ତୁ । ଏହି ନୂତନ କ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକର ସାମ୍ନା କରିବାକୁ ନେତୃତ୍ୱର ଆବଶ୍ୟକତା ରହିଛି ।

photo-dimr.edu.in

ଲୋକ ସଂପର୍କ ବଢ଼ାନ୍ତୁ:
ନିଜର ଲୋକ ସଂପର୍କ ବୃଦ୍ଧି କରନ୍ତୁ । କାହାରିକୁ ନିଜଠୁଁ ନ୍ୟୁନ ମନେ କରନ୍ତୁ ନାହିଁ । କ୍ୟାରିଅର୍‌ର ଉଚ୍ଚତମ ସୋପାନରେ ପହଞ୍ଚି ଥିଲେ ବି ଆପଣ ନିଜର ସହକର୍ମୀ ଠୁଁ କିଛି ଶିଖିପାରିବେ । ଏପ୍ରସଙ୍ଗରେ ‘ ଅହଂ ଭାବ’କୁ ଦୂରେଇ ଦେବା ଏକାନ୍ତ ଆବଶ୍ୟକ । ସର୍ବଦା ଶିଖିବାର ଇଚ୍ଛା ରହିଲେ ର୍ହି ଜୀବନରେ ଯେକୌଣସି ସମସ୍ୟାର ସହଜରେ ମୁକାବିଲା କରି ହେବ।

 

ସମ୍ବନ୍ଧିତ ଖବର