ନୂଆଦିଲ୍ଳୀ: ବ୍ରିଟେନରେ ଆରମ୍ଭ ହେଲା କୋଭିଡ୍ ମୁକାବିଲାର ଟିକାକରଣ । ପ୍ରଥମ ଟିକା ନେଇଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା । ବ୍ରିଟେନର ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ୍ କେନାନଙ୍କୁ ଦିଆଯାଇଛି ଫାଇଜରର ପ୍ରଥମ ଟିକା । ନିକଟରେ ଏହି ଟିକାକୁ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର । କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର ଟିକା ଗ୍ରହଣ କରିବାରେ ଏବେ ମାର୍ଗାରେଟ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ।

Advertisment

ସେଣ୍ଟ୍ରାଲ୍‌ ଇଂଲଣ୍ଡରେ ଥିବା ଏକ ଡାକ୍ତରଖାନାରେ ସେ ଏହି ଟିକା ନେଇଛନ୍ତି । କୋଭିଡ ବିରୋଧରେ ଲଢେଇରେ ସେ ଏହି ଟିକା ଗ୍ରହଣ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି । ଆସନ୍ତା ସପ୍ତାହରେ ମାର୍ଗାରେଟ୍ କେନାନ୍ ୯୧ ବର୍ଷ ବୟସରେ ପାଦ ଦେବେ । ଜନ୍ମଦିନ ଆଗରୁ ଏହା ସବୁଠାରୁ ବଡ ଉପହାର ବୋଲି କହିଛନ୍ତି ମାର୍ଗାରେଟ୍ କେନନ୍ ।

ବ୍ରିଟେନ୍ ସମୟ ଆଜି ସକାଳ ୬ଟା ୩୧ ମିନିଟରେ ମାର୍ଗାରେଟ୍ କେନନ୍ ଏହି ଟିକା ଗ୍ରହଣ କରିଥିଲେ । ଆସନ୍ତା ସପ୍ତାହ ସୁଦ୍ଧା ବ୍ରିଟେନରେ ପ୍ରାୟ ୮ ଲକ୍ଷ ଫାଇଜର ଟିକା ଦିଆଯିବାର ଟାର୍ଗେଟ୍ ରଖାଯାଇଛି । ଯାହାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି ୯୦ ବର୍ଷୀୟ ମାର୍ଗାରେଟ୍ କେନନ୍ । ଏହି ମାସ ଶେଷ ସୁଦ୍ଧା ବ୍ରିଟେନରେ ୪ ମିଲିୟନ୍ ଟିକା କରଣ ଯୋଜନା ରହିଛି ।

ପ୍ରଥମ ଦଫାରେ ୮୦ ବର୍ଷରୁ ଅଧିକ ବ୍ୟକ୍ତି ଏବଂ କିଛି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯିବାକୁ ଯୋଜନା ରଖାଯାଇଛି । ବ୍ରିଟେନର ମାର୍ଗାରେଟ୍ କିନନ୍ ହେଉଛନ୍ତି ଇନେସକିଲେନ ଅଂଚଳର ବାସିନ୍ଦା । ବିଶ୍ୱରେ ଅନୁମତି ମିଳିବା ପରେ ଫାଇଜର ଟିକା ଦିଆଯିବାରେ ବ୍ରିଟେନ୍ ହେଉଛି ପ୍ରଥମ ରାଷ୍ଟ୍ର ।