ଲାଇଭ ରିପୋର୍ଟିଂ ସମୟରେ କାର ଧକ୍କା ଖାଇ ତଳେ ପଡ଼ିଯିବା ପରେ ବି ନିଜ ଡିୟୁଟି ଜାରି ରଖିଥିଲେ ସାମ୍ବାଦିକା

ନୂଆଦିଲ୍ଲୀ: ଲାଇଭ୍ ଟିଭି ରିପୋର୍ଟିଂ ଏକ ସହଜ କାମ ନୁହେଁ । କାରଣ ଲାଇଭ୍ ଟିଭି ରିପୋର୍ଟିଂ  ସମୟରେ ସାମ୍ବାଦିକମାନଙ୍କୁ ପ୍ରତିଦିନ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥାଏ। ଗତବୁଧବାର ଏକ ଲାଇଭ୍ ପ୍ରସାରଣ ସମୟରେ ପଶ୍ଚିମ ଭର୍ଜିନିୟାର ଜ‌ଣେ ଟେଲିଭିଜନ ସମ୍ବାଦଦାତାଙ୍କୁ ଏକ କାର ଧକ୍କା ଦେଇଥିଲା। କାର ସହିତ ଧକ୍କା ଖାଇବା ପରେ ଉକ୍ତ ସମ୍ବାଦଦାତା ନିଜ କଷ୍ଟକୁ ମନରେ ଜାବୁଡ଼ି ଧରି ପୁଣି ରିପୋର୍ଟିଂ ଆରମ୍ଭ କରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଜଣେ, ଏସୟୁଭି ଗାଡି ମହିଳା ସାମ୍ବାଦିକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ମୁହଁମାଡି ତଳେ ପଡ଼ି ଯାଇଥିଲେ। ଏହି ସମୟ‌ରେ ସେ ଆଙ୍କର୍ ଟିମ୍ ଇରଙ୍କ ସହିତ କଥାବାର୍ତ୍ତା କରୁଥିଲେ । ସିଧାିପ୍ରସାରଣ ଚାଲିଥିବା ହେତୁ ସାମ୍ବାଦିକା ଟୋରି ୟୋର୍ଗି କାର ଧକ୍କା୍ ଖାଇ ତଳେ ପଡ଼ିଯାଇଥିଲେ ମଧ୍ୟ ପୁଣି ଉଠି କହିଥିଲେ, , ‘ହେ ଭଗବାନ! ମୋତେ ଏକ କାର ଧକ୍କା ଦେଇଥିଲା, କିନ୍ତୁ ମୁଁ ଭଲ ଅଛି ।

ତେବେ ଏମିତି ଘଟଣା ଲାଇଭ ଚାଲିଥିବା ବେଳେ ପ୍ରଥମ ଥର ସାମ୍ବାଦିକଙ୍କ ସହିତ ଘଟିଥିବା କୁହାଯାଉଛି। ରିପୋର୍ଟିଂ ସରିବା ପରେ ସାମ୍ବାଦିକା ଟୋରି ୟୋର୍ଗିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋସିଆଲ ମିଡିଆରେ ଲୋକ ଏବଂ ସାଥୀ ସାମ୍ବାଦିକମାନେ ୟୋର୍ଗିଙ୍କ ବୃତ୍ତିଗତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଉ କିଛି ଲୋକ ଏହି ଘଟଣାକୁ ସାମ୍ବାଦିକଙ୍କ ପାଇଁ ଏକ ସାଧାରଣ କଥା ବୋଲି କହିଥିଲେ। କାରଣ ସାମ୍ବାଦିକମାନଙ୍କୁ ପ୍ରତିଦିନ ଏମିତି ଅନେକ ଘଟଣା ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଥାଏ।

 

ସମ୍ବନ୍ଧିତ ଖବର