ନୂଆଦିଲ୍ଲୀ: ସମୟ ଦ୍ରୁତଗତିରେ ପରିବର୍ତ୍ତନ ହେବାରେ ଲାଗିଛି। ଏଥିସହିତ ଲୋକମାନଙ୍କ ବ୍ୟବସାୟର ପନ୍ଥା ବି ବଦଳିଛି। ତେବେ ଏଭଳି ଜଣେ ଭିକାରିଙ୍କ ଘଟଣା ସାମ୍ନାକୁ ଆସିଛି, ଯିଏକି ଭିକ୍ଷାବୃତ୍ତିକୁ ପେସା ଭାବେ ଗ୍ରହଣ କରି ହସଖୁସିରେ ପରିବାର ପୋଷି ପାରୁଛନ୍ତି। ତାଙ୍କର ବାର୍ଷିକ ଆୟ ଏକ ଲକ୍ଷରୁ ଅଧିକ ରହିଛି ବୋଲି ଶୁଣିବାକୁ ମିଳିଛି।
/sambad/media/post_attachments/wp-content/uploads/2018/01/Chhotu-Baraik-620x400-300x194.jpg)
ଝାଡଖଣ୍ଡରେ ଭିକ ମାଗୁଥିବା ଜଣେ ଭିକାରିଙ୍କ କାହାଣୀ ସମ୍ପର୍କରେ ଆସନ୍ତୁ ଜାଣିବା, ଛୋଟୁ ବରେକ ନାମକ ଏହି ୪୦ବର୍ଷିଅ ଯୁବକ ପିଲାଟି ଦିନରୁ ଦିବ୍ୟାଙ୍ଗ। ତାଙ୍କ ଶରୀରର ଅଧା ଅଂଶ କାମ କରେ ନାହିଁ। ଛୋଟୁଙ୍କ ପିଲାଦିନ ବହୁ ଅଭାବ ଅନଟନରେ ବିତିଛି। ଏପରି ଏକ ସମୟ ଥିଲା କି ଛୋଟୁଙ୍କ ପାଖରେ ୨ଖଣ୍ଡ ରୁଟି ପାଇଁ ବି ଅର୍ଥ ନଥିଲା। ସମ୍ପ୍ରତି ଛୋଟୁ ଏକ ଭିକାରି ହେବା ସହିତ ଜଣେ ସଫଳ ବ୍ୟବସାୟୀ ମଧ୍ୟ। ସେ ଷ୍ଟେସନ୍ରେ ଭିକ ମାଗନ୍ତି ଏଥିରୁ ଯେଉଁ ଟଙ୍କା ପାଆନ୍ତି, ସେହି ଅର୍ଥକୁ ସେ ବ୍ୟବସାୟରେ ଲଗାଇ ଥାଆନ୍ତି। ତାଙ୍କ ତିନିଜଣ ସ୍ତ୍ରୀ ଅଛନ୍ତି। ସମସ୍ତଙ୍କ ସହ ଛୋଟୁ ହସଖୁସିରେ ଦିନ କଟାଇ ଥାଆନ୍ତି।
/sambad/media/post_attachments/wp-content/uploads/2018/01/dailybhaskar_1515067444_725x725-264x300.jpg)
ଛୋଟୁ ଭିକ ମାଗି ଦିନକୁ ୧୦୦୦ରୁ ୧୨୦୦ଟଙ୍କା ଓ ମାସକୁ ୩୦,୦୦୦ଟଙ୍କା ରୋଜଗାର କରି ଥାଆନ୍ତି। ସେ ପ୍ରତିଦିନ ଚକ୍ରଧରପୁର ରେଲେଓ୍ଵ ଷ୍ଟେସନ୍ରେ ଭିକ ମାଗିଥାଆନ୍ତି। ଭିକ ମାଗିବା ତାଙ୍କର ପେସା। ଏତଦ୍ ବ୍ୟତୀତ ସେ ହଲଥ୍ କେୟାର ପର୍ସନଲ କେୟାର ଉତ୍ପାଦନର ବିତରଣକାରୀର କାମ କରନ୍ତି। ତାଙ୍କ ସିମଡେଗା ଜିଲ୍ଲା ବାନ୍ଦି ଗ୍ରାମରେ ଏକ ବାସନ ଦୋକାନ ମଧ୍ୟ ରହିଛି। ଯାହାକୁ ତାଙ୍କର ତିନିଜଣ ସ୍ତ୍ରୀ ଚଳାଇ ଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/dailybhaskar_1515067464_725x725-1.jpg)