ଇତି ଊଣେଇଶ (ଆଇନ ଅଦାଲତ) : ହାଇକୋର୍ଟରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ପୁଞ୍ଜିଲାଲ ମେହେରଙ୍କ ଜାମିନ ଖାରଜ

ଦାମୋଦର ରାଉତଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲା ରଦ୍ଦ
ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ୬୩ କୋଟି ୫୫ ଲକ୍ଷ ଟଙ୍କା ବଣ୍ଟନ ନିର୍ଦ୍ଦେଶ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧୢାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ମାର୍ଚ୍ଚ ୨୫ରେ ହାଇକୋର୍ଟ ଖାରଜ କରିଥିଲେ। ଜେଲରୁ ପଳାୟନ ପାଇଁ ଉଦ୍ୟମ କରିଥିବା ଆବେଦନକାରୀଙ୍କ ଆଚରଣ ଓ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ହେବାର ସମ୍ଭାବନା ଦୃଷ୍ଟିରୁ ଜାମିନ ଆବେଦନ ଖାରଜ ‌କରାଯାଇଥିବା ପ୍ରକାଶିତ ରାୟରୁ ସ୍ପଷ୍ଟ ହୋଇଥିଲା। ଏପରି ଅପରାଧ ଦ୍ବାରା ଜଣେ ନବବଧୂ ବିବାହର ସପ୍ତାହକ ଭିତରେ ମଥାର ସିନ୍ଦୁର ଓ ପାଦର ଅଳତା ହରାଇବା ଘଟଣା ପୀଡିତ ପରିବାର ଓ ସମାଜ ଉପରେ ପ୍ରଭାବ ପକାଇଛି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଥିଲା। ୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇ˚ରାଜୀ ଅଧୢାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା।

sambadenglish.com

ଦାମୋଦର ରାଉତଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲା ରଦ୍ଦ
ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ସଂପର୍କିତ ମାମଲାକୁ ୨୦୧୯, ମାର୍ଚ୍ଚ ୧୩ରେ ହାଇକୋର୍ଟ ରଦ୍ଦ କରିଥିଲେ। ଡକ୍ଟର ଜଷ୍ଟିସ ଏ.‌‌େକ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ରାୟ ପ୍ରକାଶ କରି ଶ୍ରୀ ରାଉତଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ନେଇ ୨୦୧୦ରେ କୁଜଙ୍ଗ ଥାନାରେ ରୁଜୁ ମାମଲାକୁ ରଦ୍ଦ କରିଥିଲେ। ଜଗତସିଂହପୁର ଜିଲ୍ଲା କୁଜଙ୍ଗର ବ୍ଲକ ପଡିଆରେ ୨୦୧୦, ଅଗଷ୍ଟ ୧୮ରେ ଏକ ସାଧାରଣ ସଭାରେ ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ ତତ୍କାଳୀନ ଜଗତସିଂହପୁର ଏଡିଏମ୍ ଉପେନ୍ଦ୍ରନାଥ ମଲ୍ଲିକ, ବିଧାୟକ ବିଷ୍ଣୁ ଚରଣ ଦାସ ଓ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ବିରୋଧରେ ଜାତିଆଣ ଆକ୍ଷେପ କରି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ମନୋଜ କୁମାର ଭୋଇ କୁଜଙ୍ଗ ଥାନାରେ ୨୦୧୦, ଅଗଷ୍ଟ ୨୧ରେ ଶ୍ରୀ ରାଉତଙ୍କ ବିରୋଧରେ ଏତଲା ଦେଇଥିଲେ। ଏପରି ମାମଲାକୁ ରଦ୍ଦ କରିବା ପାଇଁ ଶ୍ରୀ ରାଉତ ୨୦୧୦ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

iPleaders Blog

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ୬୩ କୋଟି ୫୫ ଲକ୍ଷ ଟଙ୍କା ବଣ୍ଟନ ନିର୍ଦ୍ଦେଶ
ହାଇଟେକ୍ ଇଷ୍ଟେଟ୍ସ୍ ଆଣ୍ଡ୍ ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡର ୬୩ କୋଟି ୫୫ ଲକ୍ଷ ୪୯ ହଜାର ୨୨୭ ଟଙ୍କା ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ କଟକ ସ୍ବତନ୍ତ୍ର ଅଦାଲତ (ଓପିଆଇଡି) ନିର୍ଦ୍ଦେଶ ଦେଇଥିଲେ। ୟୁକୋ ବ୍ୟାଙ୍କ କଟକ କଲେକ୍ଟୋରେଟ୍ ଶାଖାରେ ଜମା ଥିବା ଏହି ଟଙ୍କା ସୁଧ ସହିତ ହାଇଟେକ୍ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଜୁଲାଇ ୧୬ରେ ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜମାକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଓଡିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟରସ୍‌(ଇନ୍‌ ଫାଇନାରେନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍‌)ର ଧାରା ୪(୩)ରେ ପ୍ରାଧିକୃତ ଅଧିକାରୀ ହାଇଟେକ୍‌ର ଜବତ ୬୩ କୋଟି ୫୫ ଲକ୍ଷ ୪୯ ହଜାର ୨୨୭ ଟଙ୍କା ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡି କଟକ ସ୍ବତନ୍ତ୍ର ଅଦାଲତରେ ଆବେଦନ କରିଥିଲେ। ମାମଲାରେ ହାଇ‌େଟକ୍ ଇଷ୍ଟେଟ୍ସ ଏମଡି ତିରୁପତି ପାଣିଗ୍ରାହୀ, ନିର୍ଦ୍ଦେଶକ ତିରୁପତି ଚୌଧୁରୀ ଓ ସଂସ୍ଥାର ଅନ୍ୟ ପଦାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିବା ବେଳେ ଅଦାଲତ ସେମାନଙ୍କୁ ନୋଟିସ୍ ଜାରି କରିଥିଲେ।

ସମ୍ବନ୍ଧିତ ଖବର