କେବଳ ଅନ୍ୟଙ୍କ ପାଇଁ ଧାଡ଼ିରେ ଛିଡ଼ା ହୋଇ ବ୍ୟକ୍ତି ଦିନକୁ ୧୫ହଜାରୁ ଊର୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି

ଲଣ୍ଡନ: ଦୁନିଆରେ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାଆନ୍ତି। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଧାଡ଼ି‌ରେ ଛିଡ଼ା ହୋଇ ଟଙ୍କା ରୋଜଗାର କରୁଥିବା ଏକ ଖବର ସାମ୍ନାକୁ ଆସିଛି। ଲଣ୍ଡନରେ ଫ୍ରେଡି ନାମକ ଜଣେ ଯୁବକ ଅଛନ୍ତି, ଯିଏ ଟଙ୍କା ରୋଜଗାର କରିବା ପାଇଁ ଏହି ଅନନ୍ୟ ପଦ୍ଧତି ଆପଣାଇଛନ୍ତି।

ଉକ୍ତ ଯୁବକ  ଜଣକ ଚିନ୍ତା କରିଥିଲେ ଅନେକ ଲୋକ କୌଣସି ସେବା ପାଇବା ପାଇଁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥାଅନ୍ତି। ଆଉ ଏଥିପାଇଁ ଲୋକଙ୍କ ଅନେକ ସମୟ ନଷ୍ଟ ହେବା ସହିତ କଷ୍ଟ ବି ହୋଇଥାଏ। ଏପରି ପରିସ୍ଥିତିରେ ସେ ଲୋକମାନଙ୍କୁ ତାଙ୍କ ସ୍ଥାନରେ ଠିଆ ହେବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଶୁଳ୍କ ମଧ୍ୟ ସେମାନଙ୍କ ସମ୍ମୁଖରେ ରଖିଥିଲେ ଫ୍ରେଡି । ତାଙ୍କର ଏହି ପ୍ରସ୍ତାବକୁ ଅନେକ ଲୋକ ପସନ୍ଦ କରିଥିଲେ, ଯେଉଁମାନେ ବିଭିନ୍ନ କାରଣରୁ ଧାଡିରେ ଛିଡା ହେବାକୁ ଚାହାଁନ୍ତି ନାହିଁ।

ଟଙ୍କା ରୋଜଗାର କରିବାର ଫ୍ରେଡିଙ୍କ ଏହି ଅନନ୍ୟ ଉପାୟ ଚର୍ଚ୍ଚାରେ ରହିଥିଲା। ଧାଡିରେ ଠିଆ ହୋଇ ସେ ପ୍ରତିଦିନ ପ୍ରାୟ ୧୬ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଫ୍ରେଡି ଏକ ଘଣ୍ଟା ଧାଡିରେ ଛିଡ଼ା ହେବା ପାଇଁ ୨୦ ପାଉଣ୍ଡ ଚାର୍ଜ କରନ୍ତି, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨ ହଜାର ଟଙ୍କା ।ଏହିପରି, ସେ ଦିନକୁ ପ୍ରାୟ ୧୬୦ ପାଉଣ୍ଡ (୧୬ ହଜାର ଟଙ୍କା) ରୋଜଗାର କରନ୍ତି । ଫ୍ରେଡି ଏହି କାମକୁ ପାର୍ଶ୍ୱ ଆୟ ଭାବେ କରିବାକୁ ପସନ୍ଦ କରିଥାଆନ୍ତି।

 

ସମ୍ବନ୍ଧିତ ଖବର