ଜାଣନ୍ତି କି, ଏହି ଜୀବଜନ୍ତୁଙ୍କ ସଂପର୍କରେ ଏସବୁ ଆଶ୍ଚର୍ଯ୍ୟଜନକ କଥା

ଆପଣ ଜୀବଜନ୍ତୁ ପ୍ରେମୀ କି? ଏମିତି କିଛି ଜୀବଜନ୍ତୁ ଅଛନ୍ତି ଯେଉଁମାନଙ୍କର ଅଜବ ଆଚରଣ ପ୍ରଦର୍ଶନ କରନ୍ତି। ପୁଣି କେତେକ ଜୀବଜନ୍ତୁ ଅଛନ୍ତି ସେମାନଙ୍କର ଶାରୀରିକ କ୍ରିୟା ବି ଅଜବ ଧରଣର ହୋଇଥାଏ। ଆସନ୍ତୁ ଜାଣିବା ଜୀବଜନ୍ତୁମାନଙ୍କ ବିଷୟରେ କିଛି ଅଜବ-ଗଜବ କଥା।

 

ଓଟପକ୍ଷୀ: ପୁରୁଷ ଓଟପକ୍ଷୀ ସିଂହ ଭଳି ଗର୍ଜନ କରିଥାଏ। ପକ୍ଷୀର ବୋବେଇବା ସହ ଏହାର କୌଣସି ସାମଞ୍ଜସ୍ୟ ନ ଥାଏ। ଏହା ପୁରୁଷ ଓଟପକ୍ଷୀର ସାଧାରଣ ରାବ ହୋଇଥାଏ।

ପ୍ରଜାପତି: ପ୍ରଜାପତି ତା’ର ପାଦ ସାହାଯ୍ୟରେ ଖାଦ୍ୟ ଚାଖିଥାଏ। ତା’ର ପାଦରେ ହିଁ ସ୍ୱାଦ ଚାଖିବାର ବ୍ୟବସ୍ଥା ରହିଥାଏ। ପ୍ରଜାପତି ଖାଦ୍ୟ ଉପରେ ବସିବା ପରେ ତା’କୁ ଚାଖି ପାରିଥା’ନ୍ତି। ପ୍ରଜାପତି ପାଖରେ ଖାଇବା ପାଇଁ ମୁହଁ ନ ଥାଏ।

ବିଛା: ବିଛା ଉପରେ ଏକ ବୁନ୍ଦା ମଧ୍ୟ ଆଲ୍‌କହଲ୍‌ ପକେଇଲେ ସେ ପାଗଳ ପ୍ରାୟ ହୋଇଉଠେ । ଏହା ତାହାକୁ ବହୁ ମାତ୍ରାରେ ଯନ୍ତ୍ରଣା ଦେଇଥାଏ। ଏହି କାରଣରୁ ବିଛାର ମୃତ୍ୟୁ ବି ହୋଇଯାଇପାରେ।

କଇଁଛ: ଅଷ୍ଟ୍ରେଲିଆର ଫିଜୋରୀ ନଦୀରେ ଓ ଉତ୍ତର ଆମେରିକାର ଇଷ୍ଟର୍ଣ୍ଣ୍‍ ପେଣ୍ଟେଡ୍‌ କଇଁଛ ନାକ ସହ ତାଙ୍କ ମଳଦ୍ୱାର ମାଧ୍ୟମରେ ମଧ୍ୟ ନିଶ୍ୱାସ ନେଇଥା’ନ୍ତି।

ଡଲ୍‌ଫିନ୍‌: ସାର୍କ୍‌ ମାଛ ତାକୁ ଆକ୍ରମଣ କରି ଖାଇବା ଭୟରେ ଡଲ୍‌ଫିନ୍‌ ପ୍ରାୟ ସମୟ ତା’ର ଗୋଟିଏ ଆଖି ଖୋଲା ରଖି ଶୋଇଥାଏ। ଆଂଶିକ ରୂପେ ତାଙ୍କର ଜାଗୃତ ରହିବାର କଳା ତାଙ୍କୁ ପବନ ନେବାରେ ମଧ୍ୟ ସାହାଯ୍ୟ କରିଥାଏ।

ବଣ ମଣିଷ ବା ସିମ୍ପାଞ୍ଜି: ସିମ୍ପାଞ୍ଜି ଓ ମଣିଷ ଉଭୟଙ୍କ ଡିଏନ୍‌ଏ ସମାନ, କାରଣ ଏହି ଦୁଇଟି ଜୀବର ଅତି ଘନିଷ୍ଠ ସମ୍ପର୍କ ରହିଛି। ଉଭୟ ଗୋଟିଏ ପ୍ରଜାତିରୁ ଜନ୍ମ, ଯାହା ୬୦ କିମ୍ବା ୭୦ ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର