ଆପଣଙ୍କ ଜନ୍ମାଙ୍କରୁ ଜାଣିହେବ ଯେ ପୂର୍ବଜନ୍ମରେ ଆପଣ କିପରି ସ୍ୱଭାବର ଥିଲେ। ଯଦି କେହି ୧୯୯୨ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ଗହଣ କରିଥାନ୍ତି ତେବେ ତାଙ୍କ ଜନ୍ମାଙ୍କ ହେବ ୧+୯+୯+୨+୭+୧+୬= ୩୫, ୩+୫=୮। ଏହିଭଳି ଭାବେ ଆପଣ ପ୍ରଥମେ ନିଜ ଜନ୍ମାଙ୍କକୁ ଜାଣିନିଅନ୍ତୁ। ପୂର୍ବଜନ୍ମରେ ଆପଣ କିପରି ଥିଲେ ତାହା ନିମ୍ନରେ ଦର୍ଶାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜନ୍ମାଙ୍କ ୧: ପୂର୍ବଜନ୍ମରେ ଆପଣ ଜଣେ ନେତୃତ୍ୱ ନେଉଥିବା ପରି ବ୍ୟକ୍ତି ଥିଲେ। ଆପଣ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଥିଲେ। ଅନେକ ନିୟମ ବହିର୍ଭୂତ କାମ ଆପଣ କରିଛନ୍ତି ପୂର୍ବଜନ୍ମରେ।
ଜନ୍ମାଙ୍କ୨: ପୂର୍ବଜନ୍ମରେ ଆପଣ ଗଭୀର ପ୍ରେମରେ ପଡ଼ିଥିଲେ। ଆପଣ ଗୁଡ଼ାଏ ଜଟିଳ ପରିସ୍ଥିତିର ସାମ୍ନା କରିଛନ୍ତି ପୂର୍ବଜନ୍ମରେ।
ଜନ୍ମାଙ୍କ୩: ଆପଣ ଜଣେ ସୃଜନଶୀଳ ବ୍ୟକ୍ତି ଥିଲେ। ସମ୍ଭବତଃ ଆପଣ ଜଣେ ଲେଖକ ନଚେତ ଚିତ୍ରଶିଳ୍ପୀ ଥିଲେ।
ଜନ୍ମାଙ୍କ୪: ଗୋଟାଏ ମଜାଦାରିଆ ଜୀବନ ଜିଇଛନ୍ତି ଆପଣ ପୂର୍ବଜନ୍ମରେ। ମାତ୍ର ଟିକେ ନକାରାତ୍କମ ସ୍ୱଭାବର ଥିଲେ ଆପଣ।
ଜନ୍ମାଙ୍କ୫: ପୂର୍ବଜନ୍ମରେ ଆପଣ ଏକ ସଂଘର୍ଷମୟ ଜୀବନ ବିତାଇଛନ୍ତି। ଅନେକ ସମୟରେ ଅନେକ ଘଟଣା ପାଇଁ ଲଢ଼େଇ କରିବାକୁ ପଡ଼ିଛି ଆପଣଙ୍କୁ।
ଜନ୍ମାଙ୍କ୬: ଆପଣ ପୂର୍ବ ଜନ୍ମରେ ଜଣେ କ୍ଷମାର ମୂର୍ତ୍ତି ଥିଲେ। ଖୁବ୍ ଦୟାଶୀଳ ସ୍ୱଭାବର ଥିଲେ। ଭଗବାନଙ୍କ ପ୍ରତି ଅମାପ ଶ୍ରଦ୍ଧା ରହିଥିଲା।
ଜନ୍ମାଙ୍କ୭: ଆପଣ ପୂରା ନୀତିନିୟମରେ ବାନ୍ଧି ହୋଇ ରହିଥିଲେ। ବଡ଼-ସାନ ଭିତରେ ରହିଥିବା ପାର୍ଥକ୍ୟକୁ ଭଲକରି ବୁଝିଥିଲେ। ବଡ଼ଙ୍କୁ ସମ୍ମାନ ଓ ସାନଙ୍କୁ ସ୍ନେହ ଦବାର କଳା ଆପଣଙ୍କୁ ବେଶ୍ ଜଣାଥିଲା।
ଜନ୍ମାଙ୍କ୮: ଆପଣ ପୂର୍ବଜନ୍ମରେ ଜଣେ ଡାକ୍ତର କିମ୍ବା ନର୍ସ ଥିଲେ। ଖୁବ୍ ଧନୀକ ଏବଂ ସଚ୍ଚୋଟ ଥିଲେ। ସତ୍ୟ ଆପଣଙ୍କ ଜୀବନର ବଡ଼ ନୀତି ଥିଲା।
ଜନ୍ମାଙ୍କ୯: ଆପଣ ଜଣେ ଭିନ୍ନ ବ୍ୟକ୍ତିତ୍ୱର ବ୍ୟକ୍ତି ଥିଲେ। ଖୁବ୍ ମଜାଦାରିଆ ଏବଂ ସ୍ୱତନ୍ତ୍ର ଥିଲେ। ବୃତ୍ତିଗତ ଭାବେ ହୁଏତ ସାମ୍ବାଦିକ କିମ୍ବା ସମାଜସେବୀ ଥିଲେ।