ଜାଣନ୍ତୁ ଏହି ବ୍ୟକ୍ତିଙ୍କର ଅଦ୍ଭୁତ ନିଶା, ନିଜ ଶରୀର ଠାରୁ ଅଧିକ ଲମ୍ବା ତାଙ୍କ କେଶ

ନୂଆଦିଲ୍ଳୀ: ଆପଣ ଦୁନିଆରେ ଏପରି ଅନେକ ମଣିଷ ଦେଖିଥିବେ, ଯେଉଁ ମାନଙ୍କ ପାଖରେ କିଛି ଅଲଗା କରିବାର ନିଶା ରହିଥାଏ । କାହାକୁ ଦାମୀ କାର ରଖିବାର ନିଶା ଥିବା ବେଳେ କାହାକୁ ଘରେ ସିଂହ ରଖିବାର ନିଶା ଘାରିଥାଏ । କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ତାଙ୍କର ନିଶା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ନିଶା କାରଣରୁ ଲୋକେ ତାଙ୍କୁ ବାବା ଡାକିବା ଆରମ୍ଭ କଲେଣି । ଘଟଣାଟି ଏପରି ଯେ ଏହି ବ୍ୟକ୍ତି ଜଣଙ୍କ ୪୦ ବର୍ଷ ହେବ ନିଜର କେଶ କାଟି ନାହାନ୍ତି, ଯେଉଁ କାରଣରୁ ସେ ଏବେ ଜଟିଆ ବାବା ନାମରେ ପରିଚିତ ।

social media

 

ଏହି ବ୍ୟକ୍ତି ଜଣଙ୍କ ବିହାରର ମୁଙ୍ଗେର ଜିଲ୍ଲାର ତୁଙ୍ଗାର ଗ୍ରାମରେ ବାସ କରନ୍ତି । ତାଙ୍କ ନାମ ସକଳ ଦେବ ଟୁଡୁ, ବର୍ତ୍ତମାନ ସେ ତାଙ୍କ ଲମ୍ବା କେଶ ପାଇଁ ଚର୍ଚ୍ଚାରେ ଅଛନ୍ତି । ଟୁଡୁ ଦାବି କରୁଛନ୍ତି ଯେ ସେ ଗତ ୪୦ ବର୍ଷ ହେବ ତାଙ୍କ କେଶ କାଟ ନାହାଁନ୍ତି କି କେଶକୁ ସଫା କରିନାହାଁନ୍ତି । ଟୁଡୁଙ୍କ କେଶ ତାଙ୍କ ଶରୀର ଠାରୁ ଅଧିକ ଲମ୍ବା ଯେଉଁ କାରଣ ପାଇଁ ତାଙ୍କୁ ଚାଳିବାରେ ଅସୁବିଧା ହୁଏ, ଏଥି ପାଇଁ ସେ ତାଙ୍କ ଜଟାକୁ ବାନ୍ଧି କରିରଖନ୍ତି । ଟୁଡୁଙ୍କୁ କେଶ ବଢାଇବା ପଛର କାରଣ ପଚାରିବାରୁ ସେ କହିଛନ୍ତି, ଏହା ଭଗବାନଙ୍କ ଦାନ ଅଟେ । ଛୋଟ ବେଳେ ବଡ କେଶ ରଖିବାକୁ ଟୁଡୁଙ୍କ ଭଲ ଲାଗେ, ଦିନେ ଭଗବାନ ତାଙ୍କ ସ୍ୱପ୍ନରେ ଆସି କେଶ ବଢାଇବା ପାଇଁ କହିଥିଲେ ଆଉ ଏହା ମଧ୍ୟ କହିଥିଲେ କେବେ ହେଲେ କେଶ କାଟିବ ନାହିଁ କି ସଫା କରିବ ନାହିଁ । ଏହି କାରଣରୁ ସେ ୪୦ ବର୍ଷ ହେଲା ନିଜ କେଶ କୁ କାଟିନାହିାଁନ୍ତି ।

ସମ୍ବନ୍ଧିତ ଖବର