ପଣଜୀ ଭ୍ରମଣରେ ଯାଉଛନ୍ତି ତ , ସମୁଦ୍ର ତଟର ମଜ୍ଜା ନିଅନ୍ତୁ

ଗୋଆର ରାଜଧାନୀ ହେଉଛି ପଣଜୀ ପ୍ରତି ବର୍ଷ ଦେଶ-ବିଦେଶରୁ ଏଠାକୁ ଲକ୍ଷ ଲକ୍ଷ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। କୁହାଯାଏ ଯେ ଯିଏ ଥରେ ଗୋଆ ଭ୍ରମଣରେ ଆସିଛି ସେ ଏଠାକୁ ବାରମ୍ବାର ଆସିବାକୁ ଇଚ୍ଛା କରିବ। କାରଣ ଏଠାକାର ଉଭୟ ପ୍ରାକୃତିକ ଏବଂ ଆଧୁନିକ ପରିବେଶ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଆଉ ଏଠାକାର ସି ବିଚ୍‌ ବା ସମୁଦ୍ର ତଟ ସବୁଠୁ ଅଧିକ ଆକର୍ଷଣୀୟ। ଆସନ୍ତୁ ସେହି ସି ବିଚ୍‌ ଉପରେ ନଜର ପକାଇବା…

ପଣଜୀଠାରୁ ପ୍ରାୟ ଷୋହଳ କିଲାମିଟର ଦୂରରେ ଅବସ୍ଥିତ ଗୋଆର ସର୍ବାଧିକ ଲୋକପ୍ରିୟ ବିଚ୍‌ ‘ କଲଙ୍ଗୁଟ୍‌’ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ରହିବାର ମଧ୍ୟ ସୁବିଧା ରହିଛି । ଏହି ବିଚ୍‌ ନିକଟରେ ଅଂଜୁନା ବିଚ୍‌ ମଧ୍ୟ ଅଛି ।
ପଣଜୀଠାରୁ ପ୍ରାୟ ସାତ କିଲାମିଟର ଦକ୍ଷିଣକୁ ଗଲେ ପଡେ ‘ଡୋନା ପାଉଳାବିଚ୍‌’ । ଏଠାରେ ଜୁଆରୀ ନଦୀର ଆରବ ସାଗର ସହିତ ସଙ୍ଗମ ହୋଇଥାଏ ।

photo-Goatripmytravel.com_

ମଡଗାଓଁ ଠାରୁ ପ୍ରାୟ ପାଞ୍ଚ କିଲାମିଟର ଦୂରରେ ସ୍ଥିତ ଗୋଆର ବୃହତ୍ତମ ବିଚ୍‌ ‘ କୋଲଓ୍ଵା’ । ଏହାର ତୁଳନା ବ୍ରାଜିଲ୍ର ପ୍ରଖ୍ୟାତ ସିବିଚ୍‌ମାନଙ୍କ ସହିତ କରାଯାଇଥାଏ । ଏହାର ସୌନ୍ଦର୍ଯ୍ୟ ବର୍ଣ୍ଣତାତୀତ ।
ମାରମାଗାଓ ଠାରୁ ପ୍ରାୟ ୩୭ କିଲୋମିଟର ଦୂରରେ ଅବସ୍ଥିତ ‘ ଅଙ୍ଗୋ ଡା ବିଚ୍‌’ । ଏହାର ଦକ୍ଷିଣ ଦିଗରେ ରହିଛି ‘ ପୋଲେେ ଲେମ୍‌ ବିଚ୍‌ ’ । ଏହା ନିକଟରେ ପଶ୍ଚିମୀ ଘାଟ ପର୍ବତ ଅଛି, ଯାହା ପୋଲାଲେମ୍‌ ବିଚ୍‌କୁ ନୈସର୍ଗିକ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ । ପ୍ରେମୀଯୁଗଳଙ୍କ ପାଇଁ ଏହା ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳ ।

photo-travelmyglobe.com

ପଣଜୀ ଠାରୁ ତିନି କିଲୋମକିଟର ଦୂରରେ ରହିଛି ମାରାମାର ବିଚ୍‌ । ଠିକ୍‌ ସେହିପରି ପଣଜୀ ଠାରୁ ପ୍ରାୟ ୨୦ କିଲାମିଟର ଦୂରରେ ରହିଛି ବାଗାଟୋରେ୍‌ ବିଚ୍‌ । ପଣଜୀ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି ଆରାମ ବୋଲ୍‌ ବିଚ୍‌ , ଯାହା ବିଦେଶୀ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏତଦ୍‌ବ୍ୟତୀତ ବେତୁଲ୍‌ ବିଚ୍‌, ବାଗ୍‌ ମାଲୋ ବିଚ୍‌, ବେନୋଲିମ୍‌ ବିଚ୍‌ ମଧ୍ୟ ଖୁବ୍‌ ଆକର୍ଷଣୀୟ ।

ସମ୍ବନ୍ଧିତ ଖବର