ମାତା ମହାଲକ୍ଷ୍ମୀଙ୍କ ସଂପର୍କରେ ଏ କଥା ଜାଣନ୍ତି କି?
ଆଜି ହେଉଛି ମାଣବସା ଗୁରୁବାର। ଏହି ଦିନ ସବୁ ଓଡ଼ିଆ ଘରେ ମାଣ ବସାଯାଇଥାଏ। ଏହି ପରଂପରା ବହୁ ପ୍ରାଚୀନ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ଏଥିପାଇଁ ମହାଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଇଥାଏ। ଏହି ଦିନ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ବି ଓଡ଼ିଆ ଘରେ ପଢ଼ାଯାଏ। ଘରେ ଘରେ ଝୋଟି ଚିତା ପକାଯାଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ପୁରାଣ ଅନୁଯାୟୀ ମହାଲକ୍ଷ୍ମୀ ହେଉଛନ୍ତି ପବିତ୍ରତା ଓ ସ୍ୱାତ୍ତ୍ୱିକତାର ପ୍ରତୀକ । ମହାଲକ୍ଷ୍ମୀ ପବିତ୍ର ଉଦ୍ଦେଶ୍ୟ,ପରିଶ୍ରମ ଓ ନିଷ୍ଠା ସହିତ ସମାଜର ହିତକୁ ଦୃଷ୍ଟିରେ ରଖି ଅର୍ଜିତ ସଂପତ୍ତି ବା ଧନର ଦେବୀ ଅଟନ୍ତି। ଦୁର୍ନୀତ ଉପାୟରେ ଅର୍ଜିତ ସଂପତ୍ତି ବା ଧନକୁ‘ଲକ୍ଷ୍ମୀ’ବୋଲି କୁହାଯାଇପାରିବ ନାହିଁ।
ମହାଲକ୍ଷ୍ମୀଙ୍କୁ ‘ଚଞ୍ଚଳା’ବୋଲି କୁହାଯାଇଥାଏ,କିନ୍ତୁ ଖୋଲା ହୃଦୟରେ ତାଙ୍କର ପୂଜାର୍ଚ୍ଚନା କରିଲେ ,ଯେ କେହିବି ତାଙ୍କୁ ନିଜ ପାଖରେ ସ୍ଥାୟୀ ଭାବେ ରଖିପାରେ!ଏପରି ନ କରିଲେ ମାଆ ଲକ୍ଷ୍ମୀ ସେହି ବ୍ୟକ୍ତିର ପଛରେ ଦାରିଦ୍ର୍ୟ ଛାଡ଼ିଦେଇ ଯାଇଥାଆନ୍ତି ଏବଂ ସଦୈବ ତାଙ୍କ ଜୀବନଠାରୁ ବିଦାୟ ନେଇଥା’ନ୍ତି। ଅଳସୁଆ ଓ ପରିଶ୍ରମଭୀରୁ ଲୋକଙ୍କ ପ୍ରତି ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ଥାଆନ୍ତି ବୋଲି ‘ମହାଭାରତ’ରେ ଉଲ୍ଲିଖିତ ରହିଛି। ପଦ୍ମପୁଷ୍ପର ଆରାଧନାରେ ମାଆ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥା’ନ୍ତି।
ଶୁକ୍ରବାର ଦିନ ଧନବାନ୍ ଲୋକେ ଲକ୍ଷ୍ମୀଙ୍କୁ ଗୁହାରି କରନ୍ତି ଯେ,ତାଙ୍କୁ ଧନଧାନ୍ୟରେ ପରିପୂର୍ଣ୍ଣ କରନ୍ତୁ। ଠିକ୍ ସେହିପରି ନିର୍ଧନ ଲୋକ ମଧ୍ୟ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଲାଗି ଗୁହାରି କରିଥା’ନ୍ତି।ମାତା ଲକ୍ଷ୍ମୀଙ୍କ ‘ଶ୍ରୀ ସ୍ୱରୂପ’ର ଦର୍ଶନ ମାତ୍ରକେ ମନୁଷ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।ଯେଉଁ ଘରେ ତାଙ୍କ ‘ଶ୍ରୀ ସ୍ୱରୂପ’ର ସ୍ଥାପନା ହୋଇଥାଏ,ସେହିଘରେ ଧନ,ବୈଭବ ଓ ଐଶ୍ୱର୍ଯ୍ୟ କେବେ ବି କମ୍ ହୋଇନଥାଏ।ଏଣୁ ମାତାଙ୍କର ‘ଶ୍ରୀ ସ୍ୱରୂପ’ସହିତ ତାଙ୍କ ପାଦୁକାର ସ୍ଥାପନ ମଧ୍ୟ ଘରେ ନିଶ୍ଚିତ ରୂପେ କରନ୍ତୁ। ଗୁପ୍ତ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ଅଜ୍ଞାତ ରାସ୍ତରେ ଗୁପ୍ତଧନ ଲାଭ କରିବାର ସୁଯୋଗ ଦେଇଥାଏ ଏହି ମାତାଙ୍କ ଚରଣ। ଏହା ମାଧ୍ୟମରେ ସ୍ୱୟଂ ମହାଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବେ।
ପୌରାଣିକ ମାନ୍ୟତା ଅନୁଯାୟୀ ଯେଉଁ ଗୃହରେ ଭଗବାନ ଶ୍ରୀ ବିଷ୍ଣୁଙ୍କର ପୂଜା ହୋଇଥାଏ,ସେଠାରେ ମହାଲକ୍ଷ୍ମୀ ଅଚଳା ହୋଇ ନିବାସ କରିଥା’ନ୍ତି। ଯେଉଁଠାରେ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା ହୋଇନଥାଏ,ସେଠାରେ ମହାଲକ୍ଷ୍ମୀ ଚଞ୍ଚଳା ହୋଇଥାଆନ୍ତି। ଏହା ଦ୍ୱାରା ମାତୋଲକ୍ଷ୍ମୀ ନିମ୍ନିତ ରୂପରେ ମନୁଷ୍ୟର ଗୃହସ୍ଥ ଜୀବନକୁ ସୁଖମୟ ଓ ବୈଭବମୟ କରିଥାନ୍ତି।ମାତା ମହାଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ଏକତ୍ର ଆରଧନା ମଧ୍ୟ କରାଯିବ ସପକ୍ଷରେ ପୁରାଣରେ ବର୍ଣ୍ଣିତ ରହିଛି। ବିଷ୍ଣୁ-ଲକ୍ଷ୍ମୀ ଏକତ୍ର ଥିବା ଫଟୋ ପ୍ରତିମାଙ୍କୁ ପୂଜା କରିଲେ,ପରିବାର ଥିବା ଦଂପତିିଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।