ସେନାରେ ଯୋଗ ଦେବା ପାଇଁ ଯୁବକ ବାପା-ମା’ଙ୍କୁ ଲୁଚାଇଥିଲେ ଏଭଳି କଥା…

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୋଗ ଦେବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥାଆନ୍ତି। ସେ ଶାରୀରିକ ଦିଗରୁ ପରୀକ୍ଷା ହେଉ ଅବା ଲିଖିତ ଭାବେ ହେଉ। ଏହି କ୍ରମରେ ଜଣେ ଯୁବକ ଭାରତୀୟ ସେନାରେ ଯୋଗ ଦେବା ପାଇଁ ନିଜ ମା’-ବାପାଙ୍କୁ ମିଛ କହିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଯୁବକ ଜଣକ ଏନଡିଏର ଗୋଲ୍ଡ ମେଡାଲିଷ୍ଟ ଗୌରବ ଯାଦବ ବୋଲି ଜଣାପଡ଼ିଛି।

ଅନେକ ପରିବାର ତାଙ୍କ ପୁଅ ଓ ଝିଅ ସେନାରେ ଯୋଗ ଦିଅନ୍ତୁ, ତାହାକୁ ସେମାନେ ପସନ୍ଦ କରନ୍ତି ନାହିଁ। ଅନ୍ୟ ଯେକୌଣସି ଚାକିରି ପାଇଁ ରାଜିଥିବା ବେଳେ ଏମିତି ଚାକିରି କରିବାକୁ ବାପା-ମା’ମାନେ ପିଲାଙ୍କୁ ଅନୁମତି ଦିଅନ୍ତି ନାହିଁ। ତେଣୁ ସେନାରେ ଯୋଗ ଦେବା ପାଇଁ ଗୌରବ ଯାଦବ ନିଜର ଆଇଆଇଟି ପ୍ରବେଶ ପରିଣାମକୁ ନିଜ ବାପା-ମା’ଙ୍କୁ ଲୁଚାଇଥିଲେ। କାରଣ ଯଦି ସେମାନେ ଜାଣି ଥାଆନ୍ତେ ପୁଅ ଆଇଆଇଟି  ପାସ କରିଛି ସେ ଦିଗରେ ଭବିଷ୍ୟତ ଗଢ଼ିବାକୁ କହିଥାଆନ୍ତେ।  ତେଣୁ ସେ ଏହି ପରିଣାମକୁ ଲୁଚାଇ ଏନଡିଏରେ ପ୍ରବେଶ ପାଇଁ ଚେଷ୍ଟା ଚଲାଇଥିଲେ।  ଆଜି ଏନଡିଏରେ ସେ ଏକ ଭଲ ସ୍ଥାନରେ ରହିପାରିଛନ୍ତି।

ଗୌରବ ରାଜସ୍ଥାନର ଅଲବରର ଜଣେ ଚାଷୀଙ୍କ ପୁଅ। ସେ ତାଙ୍କ ବାପା-ମା’ଙ୍କୁ ଆଇଆଇଟି ପ୍ରବେଶ ପରୀକ୍ଷା ପରିଣାମ ଲୁଚାଇବାକୁ ପୂରା ଚେଷ୍ଟା କରିଥିଲେ। କାରଣ ଭାରତୀୟ ସେନାରେ ସାମିଲ ହୋଇ ନିଜର ଇଚ୍ଛାକୁ ପୂରା କରିବାକୁ ସେ ଚାହୁଁଥିଲେ।

ଗୌରବଙ୍କ ଭାଇଙ୍କ କହିବାନୁସାରେ, ଭାଇ ମା’ ବାପାଙ୍କୁ ଆଇଆଇଟି ପ୍ରବେଶ ପରୀକ୍ଷା ଉତ୍ତୀର୍ଣ୍ଣ ହେବା କଥା ଲୁଚାଇଥିଲା। ଗୌରବ ଏନଡିଏରେ ପ୍ରବେଶ ପାଇଁ ଦିଲ୍ଲୀର ଏକ କଲେଜରେ ନାମ ଲେଖାଇଥିଲା। ଏନଡିଏରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ସେ ଘରେ ଜଣାଇଥିଲା କି ଆଇଆଇଟି ଏଣ୍ଟ୍ରାସ ପରୀକ୍ଷାରେ ବି ସେ ପାସ କରିଥିଲା।

ସମ୍ବନ୍ଧିତ ଖବର