୧୦୩ବର୍ଷର ବରକୁ ୩୭ବର୍ଷର କନିଆ; ବରଘର କନ୍ୟାଘରକୁ ଦେଇଥିବା ଯୌତୁକକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସମୟସମୟରେ ବର-ବଧୂଙ୍କ ବିବାହ ବୟସକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କିଛିଦିନ ତଳେ ଜଣେ ୬୦ବର୍ଷର ବୃଦ୍ଧଙ୍କ ପ୍ରେମରେ ଜଣେ ୩୦ବର୍ଷର ଯୁବକ ପଡ଼ିବା ପରେ ଦୁହିଁଙ୍କ ବିବାହ ହୋଇଥିବା ଜଣାପଡ଼ିଥିଲା। ଏମିତି ଏକ ଘଟଣା ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି।

103 साल का दूल्हा, 37 की दुल्हन, दहेज की रकम कर देगी हैरान!
https://aajtak.intoday.in/

ଇଣ୍ଡୋନେସିଆରେ ୧୦୩ବର୍ଷ ବୟସ୍କ ପୁଆଙ୍ଗ କଟ୍ଟେ ନିଜଠୁ ପାଖାପାଖି ୬୬ବର୍ଷ ସାନ ଇଣ୍ଡୋ ଅଲଙ୍ଗ(୩୭)ଙ୍କୁ ବିବାହ କରିଛନ୍ତି। ବିବାହ ପରେ ବର୍ତ୍ତମାନ ଦୁହେଁ ସାଉଥ ସୁଲାବେସିରେ ପୁଆଙ୍ଗଙ୍କ ବାସସ୍ଥାନରେ ଏକାଠି ରହୁଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ପୁଆଙ୍ଗ ଜଣେ ଡଚ୍‌ କର୍ଣେଲ। ସେ ୧୯୪୫-୪୯ବିଶ୍ୱଯୁଦ୍ଧ ଲଢ଼ିଥିଲେ। ତାଙ୍କୁ ବିବାହ କରିଥିବା ମହିଳାଙ୍କର  ଜଣେ ସମ୍ପର୍କୀୟଙ୍କ ଅନୁସାରେ, ପୁଆଙ୍ଗଙ୍କ ପ୍ରକୃତ ବୟସ ବିଷୟରେ ଜଣା ନାହିଁ। କିନ୍ତୁ ତାଙ୍କ ବୟସ ୧୦୦ବର୍ଷରୁ ଅଧିକ ହେବ। ତେବେ ଏହି ବିବାହ ଯେତିକି ଚର୍ଚ୍ଚାରେ ରହିଛି ତାହାଠାରୁ ଅଧିକ ଚର୍ଚ୍ଚାରେ ରହିଛି ବରଘର କନ୍ୟାପକ୍ଷକୁ ଦେଇଥିବା ଯୌତୁକ। ଫେସବୁକ୍‌ ଏବଂ ଟ୍ଵିଟରରେ ପୁଆଙ୍ଗ ଓ ଇଣ୍ଡୋଙ୍କ ବିବାହର ଫଟୋ ଭାଇରାଲ୍‌ ହେବା ପରେ ଲୋକେ ଏହି ବିବାହ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।

103 साल का दूल्हा, 37 की दुल्हन, दहेज की रकम कर देगी हैरान!
https://aajtak.intoday.in/

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ବିବାହ ପଛରେ ଯୌତୁକ ପ୍ରଥାକୁ ଦାୟୀ କରାଯାଇଛି। ଏପରି କୁହାଯାଉଛି ଯେ କନିଆଁ ଘର ଲୋକଙ୍କୁ ଯୌତୁକ ଦେଇ ବରପକ୍ଷ ଝିଅକୁ ଆଣିଥାଆନ୍ତି। ଏହି ବିବାହରେ ବରପକ୍ଷ ମାତ୍ର ୨୫୦୦୦ଟଙ୍କା ଏବଂ ଏକ ସୁନା ମୁଦି ଦେଇଛନ୍ତି।

ସମ୍ବନ୍ଧିତ ଖବର