କୋଟିଏ ଟଙ୍କା ମୂଲ୍ୟର ମହଙ୍ଗା ହେଡ୍‌ ଫୋନ୍‌ଟି ଏବେ ନିଲାମ ଅପେକ୍ଷାରେ। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହାକୁ ନ୍ୟୁୟର୍କରେ ନିଲାମ କରାଯିବ। ସ˚ପୃକ୍ତ ନିଲାମକାରୀ ସ˚ସ୍ଥା ଏହି ନିଲାମ ଡାକରାକୁ ‘ମାଗ୍‌ନିଫିସେଣ୍ଟ୍‌ ଜୁଏଲର୍ସ’ ଭାବେ ନାମିତ କରିଛି। ହେଡ୍‌ ଫୋନ୍‌ର ବିକ୍ରୟ ମୂଲ୍ୟ ରହିଛି ଏକସ୍ତରୀ ଲକ୍ଷରୁ ଏକ କୋଟି ଟଙ୍କା ମଧୢରେ। ଏଥିରେ ୧୨୦ କ୍ୟାରେଟ୍‌ ଓଜନର ଦେଢ଼ ହଜାରଟି ବିଭିନ୍ନ ର˚ଗର ମୂଲ୍ୟବାନ୍‌ ହୀରା ଖଞ୍ଜାଯାଇଛି। ଇ˚ଲଣ୍ତର ଏକ ଗହଣା ଦୋକାନୀ ଦ୍ବାରା ଏହା ତିଆରି ହୋଇଥିଲା। ମାଡୋନା, ଲିଲ ଵାନେଙ୍କ ଭଳି ପ୍ରସିଦ୍ଧ ସେଲିବ୍ରିଟିମାନେ ଏହାକୁ ପିନ୍ଧିଥିଲେ ଏବ˚ ଏଇଥିପାଇଁ ଏହାର ମୂଲ୍ୟ ଦୁର୍ମୂଲ୍ୟ ହୋଇଥିବା ଅନୁମାନ କରାଯାଏ।

Advertisment

publive-image