ତ୍ରୟୋଦଶ ଶତାବ୍ଦୀରେ ଯେତେବେଳେ ୟୁରୋପ ଆରବିକ୍ ସଂଖ୍ୟା ସହିତ ପ୍ରଥମେ ପରିଚିତ ହେଉଥିଲା ସେତେବେଳେ ଫ୍ରାନ୍ସର ସିଷ୍ଟର୍ସନ୍ ସନ୍ନ୍ୟାସୀମାନେ ଏକ ଗଣନା ପଦ୍ଧତି ବିକଶିତ କରିଥିଲେ ଯାହା ସିଷ୍ଟର୍ସନ୍ ସଂଖ୍ୟାବାଚକ ଚିହ୍ନ ନାମରେ ଜଣାଶୁଣା। ଏହାର ବିଶେଷତ୍ବ ହେଲା ଉଭୟ ଆରବିକ ଓ ରୋମାନ ସଂଖ୍ୟାମାନ ଲେଖିବାକୁ ଏକାଧିକ ସଙ୍କେତ ବ୍ୟବହାର କରିବାକୁ ପଡୁଥିବା ବେଳେ ସିଷ୍ଟର୍ସନ୍ ପଦ୍ଧତିରେ କେବଳ ଗୋଟିଏ ସଂକେତ ବ୍ୟବହାର କରି ସବୁ ସଂଖ୍ୟା ଲେଖି ହୋଇଥାଏ। ଏହା ଏତେ ସହଜ ଯେ, କେହି ବି ଅଳ୍ପ ସମୟରେ ଏହାକୁ ଶିଖି ଲେଖିପାରିବେ। କିନ୍ତୁ ଏହି ସଙ୍କେତ ଦ୍ବାରା ଦର୍ଶାଯାଇପାରୁଥିବା ସର୍ବାଧିକ ମୂଲ୍ୟ ୯୯୯୯ରେ ସୀମିତ। ସେହି କାରଣରୁ ସିଷ୍ଟର୍ସନ୍ ସନ୍ନ୍ୟାସୀମାନେ ବହୁ ବର୍ଷ ଏହି ପଦ୍ଧତିରେ ଲେଖାଲେଖି କରିବା ପରେ ଶେଷରେ ଆରବିକ ସଂଖ୍ୟା ଆପଣାଇଥିଲେ। ବିଂଶ ଶତାବ୍ଦୀ ଯାଏଁ କିଛି କ୍ଷେତ୍ରରେ ଏହା ପ୍ରଚଳିତ ଥିଲା।
ଗୋଟିଏ ସଙ୍କେତରେ ୧ରୁ ୯୯୯୯
/sambad/media/post_attachments/wp-content/uploads/2022/09/654sfh654f654sfh65sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)