୬୯ ଦିନରେ ଅନ୍‌ଲାଇନ୍‌ରେ ୧୦ ଲକ୍ଷ କଣ୍ଡୋମ୍‌ ବିକ୍ରି

ବେଙ୍ଗାଲୁରୁ: ଅନ୍‌ଲାଇନ୍‌ ଫ୍ରି କଣ୍ଡୋମ୍‌ ଷ୍ଟୋର୍‌ ଖୋଲିବା ପର ଠାରୁ ମାତ୍ର ୬୯ ଦିନରେ ଭାରତୀୟମାନେ ୧୦ ଲକ୍ଷ କଣ୍ଡୋମ୍‌ ସକାଶ ବରାଦ ଦେଇଛନ୍ତି।

ଏଡ୍‌ସ୍‌ ହେଲ୍‌ଥ୍‌କେୟାର୍‌ ଫାଉଣ୍ଡେସନ୍‌ ଦ୍ୱାରା ଏପ୍ରିଲ୍‌ ୨୮ ତାରିଖ ଦିନ ଆରମ୍ଭ କରାଯାଇଥିବା ଅନ୍‌ଲାଇନ୍‌ ଷ୍ଟୋର୍‌ ଡାଟା ଅନୁସାରେ, ୯. ୫୬ ଲକ୍ଷ କଣ୍ଡୋମ ମାଗଣାରେ ଡେଲିଭରି କରାଯାଇଛି, ୫. ୧୪ ଲକ୍ଷ କଣ୍ଡୋମ୍‌ ପାଇଁ ବିଭିନ୍ନ କମ୍ୟୁନିଟି ଏବଂ ଏନ୍‌ଜିଓ ଅନୁରୋଧ କରିଥିଲେ ଏବଂ ବାକି ୪. ୪୧ ଲକ୍ଷ କଣ୍ଡୋମ୍‌ ବ୍ୟକ୍ତି ବିଶେଷ ବରାଦ ଦେଇଥିଲେ। ଦିଲ୍ଲୀ ଏବଂ କର୍ଣ୍ଣାଟକରୁ ବ୍ୟକ୍ତି ବିଶେଷଙ୍କର କଣ୍ଡୋମ୍‌ ଚାହିଦା ଅଧିକ।

ଫାଉଣ୍ଡେସନ୍‌ ପାଇଁ ଏକ ସ୍ୱତନ୍ତ୍ର ବ୍ରାଣ୍ଡ୍‌ର କଣ୍ଡୋମ୍‌ ପ୍ରସ୍ତୁତ କରୁଥିବା ରାଷ୍ଟ୍ରାୟତ କମ୍ପାନି ହିନ୍ଦୁସ୍ତାନ ଲାଟେକ୍ସ୍‍ ଲିମିଟେଡ୍‌ ସହ ଅଂଶୀଦାର ହୋଇଛି ଏହି ଫାଉଣ୍ଡେନ୍‌। ଫାଉଣ୍ଡେସନ୍‌ର ଭାରତୀୟ ପ୍ରୋଗ୍ରାମ୍‌ ଡାଇରେକ୍ଟର୍‌ ଏ ଭଳି ଚାହିଦା ଦେଖି ଆଚମ୍ବିତ ହୋଇଯାଇଛନ୍ତି। ଆମେ ଭାବିଥିଲୁ ଡିସେମ୍ବର ଯାଏଁ ୧୦ ଲକ୍ଷ କଣ୍ଡୋମ ଯଥେଷ୍ଟ ହେବ, କିନ୍ତୁ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସବୁ ଶେଷ ହୋଇଗଲା। ଆମେ ବରାଦ ଦେଇଥିବା ଆଉ ୨୦ ଲକ୍ଷ କଣ୍ଡୋମ୍‌ ନଭେମ୍ବର ଶେଷ ସପ୍ତାହରେ ପାଇବୁ ଏବଂ ଜାନୁଆରି ମାସ ପାଇଁ ଆଉ ୫୦ ଲକ୍ଷ କଣ୍ଡୋମ୍‌ ବରାଦ ଦିଆଯାଇଛି।

ବିଶେଷଜ୍ଞମାନେ କହନ୍ତି: ଯୌନକ୍ରିୟା ସହ ସଂଶ୍ଳିଷ୍ଟ କୌଣସି ସାମଗ୍ରୀ ଦୋକାନକୁ ଯାଇ ମାଗିବାକୁ ଲଜ୍ଜାବୋଧ କରୁ ଥିବାରୁ ଅନ୍‌ଲାଇନ୍‌ ଷ୍ଟୋର୍‌ର ଅଧିକ ଚାହିଦା ରହୁଛି। ପ୍ୟାକେଜ୍‌ରେ କ’ଣ ଅଛି ଡେଲିଭରି ଦେଉଥିବା ବ୍ୟକ୍ତି ଜାଣେ ନାହିଁ, ଯେଉଁମାନେ ବରାଦ ଗ୍ରହଣ କରୁଛନ୍ତି ସେମାନେ ମଧ୍ୟ ଦେଖି ପାରୁ ନାହାନ୍ତି କିଏ ବରାଦ ଦେଉଛି।

ଭାତରେ ଲଜ୍ଜା ଏକ ସମସ୍ୟା ବୋଲି କଣ୍ଟ୍ରାସେପ୍ଟିଭ୍‌ ଇଣ୍ଡଷ୍ଟ୍ରି ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଡ୍ୟୁରେକ୍ସ୍‍ କଣ୍ଡୋମ୍‌ ନିର୍ମାତା ରେକିଟ୍‌ ବେନ୍‌କାଇଜର୍‌ର ମୁଖପାତ୍ର କହନ୍ତି: ଯୌନଗତ ସୁସ୍ଥତା ବର୍ଗ ବିଭିନ୍ନ ସଂସ୍କୃତିରେ ବିଭିନ୍ନ ଚାଲେଞ୍ଜ୍‌ର ସମ୍ମୁଖୀନ ହୁଅନ୍ତି। ଇଲଂଣ୍ଡ ଭଳି ଏକ ଉନ୍ନତ ବଜାରରେ ଏହି ବର୍ଗୀକରଣ ୩୦ ପ୍ରତିଶତ ଥିବାବେଳେ ଭାରତରେ ଏହାର ସଂଖ୍ୟା ୫ ପ୍ରତିଶତ। ଭାରତରେ ମୁଖ୍ୟ ସମସ୍ୟା ହେଲା, ଯୌନାଚାର ଉପରେ ପାରମ୍ପରିକ ନିଷିଦ୍ଧ ବ୍ୟବସ୍ଥା। ଏହାଦ୍ୱାରା ଯୌନ ସଚେତନତା ସୃଷ୍ଟି କରାଯାଇ ପାରୁ ନାହିଁ।

ପ୍ୟାକେଜ୍‌ ସବୁକୁ ରିବ୍ରାଣ୍ଡିଙ୍ଗ୍‌ ଏବଂ ରିଡିଜାଇନିଙ୍ଗ୍‌ କରି ଏକାଧିକ ଫାର୍ମ ଅଭିନବ ସଚେତନତା ଅଭିଯାନ ଆରମ୍ଭ କରୁଛନ୍ତି। କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର ମଧ୍ୟ କଣ୍ଡୋମ୍‌ ବ୍ୟବହାର ସଂକ୍ରାନ୍ତ ପ୍ରଚାର ପାଇଁ ବିଭିନ୍ନ ଯୋଜନା କରୁଛନ୍ତି।
ପରିବାର ନିୟନ୍ତ୍ରଣ ପାଇଁ କଣ୍ଡୋମ୍‌ ବ୍ୟବହାର ସବୁଠୁ ଶସ୍ତା ଉପାୟ। ଯୌନରୋଗ ସଙ୍କ୍ରମଣରୁ ଏକ ମାତ୍ର କଣ୍ଡୋମ୍‌ ହିଁ ସୁରକ୍ଷା ଦିଏ। ତଥାପି, ସଦ୍ୟତମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଦର୍ଶାଉଛି ଯେ ସର୍ଭେ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେବଳ ୫. ୬ ପ୍ରତିଶତ ଜନ୍ମନିୟନ୍ତ୍ରଣ ପାଇଁ କଣ୍ଡୋମ୍‌ ବ୍ୟବହାର କରନ୍ତି। ପୂର୍ବ ସର୍ଭେ ଠାରୁ ଏହା ୦. ୪% ଅଧିକ। ପ୍ରଗତିଶୀଳ ରାଜ୍ୟ କର୍ଣ୍ଣାଟକରେ କେବଳ ୧. ୭% କଣ୍ଡୋମ୍‌ ବ୍ୟବହାର କରୁଛନ୍ତି। ବେଙ୍ଗାଲୁରୁରେ ଏହି ସଂଖ୍ୟା ୩. ୬%, କୋଲକତାରେ ୧୯% ଏବଂ ଦିଲ୍ଲୀରେ ୧୦%।

ଜାତୀୟସ୍ତରରେ କେବଳ ୫୪ ପ୍ରତିଶତ ମହିଳା ଏବଂ ୭୭ ପ୍ରତିଶତ ପୁରୁଷ କଣ୍ଡୋମ ସଂକ୍ରାନ୍ତରେ ସଚେତନ ଏବଂ ଏସ୍‌ଟିଡିରୁ ସୁରକ୍ଷା ପାଇବା ପାଇଁ ଏହାକୁ ବ୍ୟବହାର କରନ୍ତି।

ନ୍ୟାସ୍‌ନାଲ୍‌ ଏଡ୍‌ସ୍‌ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌ର ଡାଟାରୁ ଜଣାପଡ଼ିଛି ଯେ ଯୌନକର୍ମୀ ଏବଂ ଅନ୍ୟାନ୍ୟ ବିପତ୍ତି ଥିବା ଗ୍ରୁପ୍‌ମାନଙ୍କ ମଧ୍ୟରେ କଣ୍ଡୋମ୍‌ ବ୍ୟବହାର ବଢୁଥିଲେ ମଧ୍ୟ ଏଥିପାଇଁ ଆହୁରି ବହୁ ସମୟ ଲାଗିବ। ସଂସ୍ଥାନର ହିସାବ ଅନୁସାରେ ବାର୍ଷିକ ୨୦୦ରୁ ୨୨୦ କୋଟି କଣ୍ଡୋମ୍‌ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର