‘ଏକ ବିବାହ’ ନୀତିକୁ ବିରୋଧ କରି ୧୦ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି ଏହି ଯୁବକ

ନୂଆଦିଲ୍ଲୀ: ଏକା ସାଙ୍ଗରେ ୯ ଜଣ ସ୍ତ୍ରୀଙ୍କ ସହ ରହୁଥିବା ବ୍ରାଜିଲର ଏହି ଯୁବକ ଅର୍ଥର ଓ ଉର୍ସୁ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଆର୍ଥର ପ୍ରଥମରୁ  ବିବାହିତ ଥିଲେ ହେଲେ ଫ୍ରି ଲଭର ଉତ୍ସବ ପାଳନ ଓ ‘ଏକ ବିବାହ’ କୁ ବିରୋଧ କରି ସେ ଆଉ ୯ ଜଣ ମହିଳାଙ୍କୁ ବିବାହ କରିଥିଲେ । ଏଭଳି ଭାବେ ଅର୍ଥର ମୋଟ ୧୦ ଜଣ ମହିଳାଙ୍କୁ ବିବାହ କରିଛନ୍ତି ।

ତେବେ ଅର୍ଥର ଏତେ ମୋଟା ହୋଇଯାଇଥିଲେ କି, ଯାହା ତାଙ୍କର ଚିନ୍ତାର କାରଣ ପାଲଟିଥିଲା । ଏହାପରେ ସେ ଏହି ମୋଟାପଣ କମାଇବାକୁ ଚେଷ୍ଟାକରି ଧିରେ ଧିରେ ୨୮ କିଲୋ ଓଜନ କମାଇ ଦେଇଛନ୍ତି । ଓଜନ କମାଇବା ସେ ମଡେଲିଂ କରିବା ଆରମ୍ଭ କରିଦେଇଥିଲେ ।

‘ଡେଲି ମେଲ’ର ରିପୋର୍ଟ ମୁତାବକ ଏହି ମଡେଲିଂ କରିବା ସମୟରେ ଅର୍ଥର ୯ ଜଣ ମହିଳାଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କର ଜୀବନ କିଭଳି ବଦଳି ଯାଇଥିଲା ତାହା ଅର୍ଥର ବର୍ଣ୍ଣନା କରିଛନ୍ତି । ଅର୍ଥର ସୋମବାରରୁ ଶନିବାର ପର୍ଯ୍ୟନ୍ତ କେବଳ ଜିମ ଯାଆନ୍ତି ଓ ରବିବାର ଦିନ ଆରାମ କରନ୍ତି । ଏହାସହ ସେ ତାଙ୍କ ଖାଇବା ପିଇବାକୁ ନେଇ ଅଜବ ରୁଟିନ କରିଛନ୍ତି । ସେ ଲୁଣ, ଚିନି କିମ୍ବା ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହି କେବଳ ସନ୍ତୁଳିତ ଆହାର ସେବନ କରିଥାନ୍ତି ।

ଏଭଳି କରି ଅର୍ଥର ନିଜର ଶରୀରକୁ ଏକ ଆକର୍ଷଣୀୟ ରୂପ ଦେଇଛନ୍ତି । ଏହି ଆକର୍ଷଣୀୟ ରୂପକୁ ଦେଖି ମହିଳାମାନେ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଅନ୍ୟପଟେ ଅର୍ଥର ଓ ତାଙ୍କ ପ୍ରଥମ ପତ୍ନୀ ଗଣମାଧ୍ୟମକୁ କହିଥିଲେ କି ସେମାନେ ଇଣ୍ଟରନେଟରେ ଏକ ଆଡଲ୍ଡ ସାଇଟ୍ ଖୋଲି ମାସିକ ୫୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ଅନ୍ୟପଟେ ଅର୍ଥର ୯ ଟି ବିବାହ କରିଥିଲେ ବି ଏ ନେଇ ତାଙ୍କ ପ୍ରଥମ ପତ୍ନୀ ଲୁଆନାଙ୍କର କୌଣସି ଅଭିଯୋଗ ନଥିବା କଥା ଅର୍ଥର କହିଛନ୍ତି ।

ସମ୍ବନ୍ଧିତ ଖବର