ମାଆ ଶୋଇଛି ଭାବି ମୃତଦେହ ପାଖରେ ୪ ଦିନ ପର୍ଯ୍ୟନ୍ତ ବସିରହିଥିଲା ୧୦ ବର୍ଷର ପୁଅ

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତିରେ ଘଟିଛି ଏକ ଦୁଃଖଦ ଘଟଣା। ମାଆ ଶୋଇଛି ବୋଲି ଭାବି ଜଣେ ୧୦ ବର୍ଷର ବାଳକ ମାଆଙ୍କ ମୃତଦେହ ପାଖରେ ୪ ଦିନ ବସି ରହିଥିବା ଦେଖିବାକୁ ମିଳିଛି। ପଞ୍ଚମ ଶ୍ରେଣୀରେ ପଢୁଥିବା ବାଳକଟି ପ୍ରତିଦିନ ଉପଯୁକ୍ତ ପୋଷାକ ପିନ୍ଧି, ନିଜ ହାତରେ ଭୋଜନ କରି ସ୍କୁଲ୍‌ ଯାଏ ଓ ପୁଣି ସ୍କୁଲ୍‌ରୁ ଫେରି ପୁଣି ମାଆ ପାଖରେ ବସେ। ମାଆଙ୍କର ଦୁର୍ଘଟଣାବଶତଃ ପଡ଼ିଯାଇ ମୃତ୍ୟୁ ଘଟିଥିବା ବେଳେ ତାହା ପୁଅକୁ ଅଜଣା। ପୁଅ ମାଆ ଶୋଇଛି ବୋଲି ଭାବି ୪ ଦିନ କାଳ ମାଆ ପାଖରେ ବସି ରହୁଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ଯେତେବେଳେ ମହିଳାଙ୍କ ଶରୀରରୁ ପଚା ଗନ୍ଧ ଆସିଥିଲା ବାଳକଟି ନିଜ ମାମୁୁଙ୍କୁ ଫୋନ୍‌ କରି ଜଣାଇବାରୁ ସେ ଆସି ଦେଖିବା ପରେ ସଂପୂର୍ଣ୍ଣ ଘଟଣା ଜଣାପଡ଼ିଛି। ଜାଣିବାକୁ ମିଳିଛି ଯେ ମୃତ ମହିଳା ରାଜଲକ୍ଷ୍ମୀ(୪୧) ଏକ ବେସରକାରୀ କଲେଜରେ ପାଠ ପଢ଼ାଉଥିଲେ। ତାଙ୍କ ସ୍ବାମୀଙ୍କ ସହ ତାଙ୍କର ଭଲ ସଂପର୍କ ନରହି ପାରିବାରୁ ସେ ବିଦ୍ୟାନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ମହିଳାଙ୍କ ୧୦ ବର୍ଷର ପୁଅ ମାନସିକ ଭାବେ ଦୁର୍ବଳ ଥିବା ବେଳେ ସେ ଏକ ବେସରକାରୀ ସ୍କୁଲ୍‌ରେ ପାଠ ପଢୁଥିଲେ।

ଅନୁମାନ କରାଯାଉଛି ଯେ ରାଜଲକ୍ଷ୍ମୀ ମାର୍ଚ ୯ ତାରିଖ ରାତିରେ ଖଟରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ମାତ୍ର ତାଙ୍କ ସରଳ ପୁଅ ଏହାକୁ ବୁଝିନପାରି ମାଆ ଶୋଇଥିବା ଭାବି ନିଜ କାମ ନିଜେ କରି ‌ଦେଉଥିଲେ। ଯେ‌ତେବେଳେ କେହି ପଡ଼ୋଶୀ ତାଙ୍କୁ ମାଆଙ୍କ ବିଷୟରେ ପଚାରନ୍ତି ସେ ମାଆ ଶୋଇଛନ୍ତି ବୋଲି ଉତ୍ତର ଦେଇ ଆସୁଥିଲେ।

ସମ୍ବନ୍ଧିତ ଖବର