ଇନ୍ଦୋର: ଦେଶରେ କରୋନା ଭାଇରସ୍ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ଇନ୍ଦୋରର ନାମ ରହିଛି। ତେବେ ଇନ୍ଦୋରରେ ୧୦୦ବର୍ଷର ଜଣେ ବୃଦ୍ଧା କୋଭିଡ-୧୯ ଯୁଦ୍ଧରେ ବିଜୟ ହାସଲ କରିଥିବା ଖବରକୁ ବିଳାସପୁର ରେଞ୍ଜର ଆଇଜି ଦୀପାଂଶୁ କାବରା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଚନ୍ଦାବାଇ ପରମାର କରୋନା ଯୁଦ୍ଧରେ ଜିତିବା ପରେ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୃଦ୍ଧାଙ୍କୁ ଦେଖି ଲୋକମାନେ ବୟସ ଏକ ସଂଖ୍ୟା ବୋଲି କହୁଛନ୍ତି।
ଦୀପାଂଶୁ ଏକ ଟୁଇଟ କରି ଲେଖିଛନ୍ତି, ‘କରୋନାକୁ ନେଇ ଇନ୍ଦୋରରୁ ଏକ ଉତ୍ସାହଜନକ ଖବର ଆସିଛି। ୧୦୦ବର୍ଷର ଆଈ ମା’ ଚନ୍ଦାବାଇ ପରମାର କରୋନା ଭାଇରସ୍କୁ ମାତ୍ ଦେବା ପରେ ତାଙ୍କୁ ହସ୍ପିଟାଲ୍ରୁ ଘରକୁ ଯିବା ପାଇଁ ଛୁଟି ମିଳିଯାଇଛି। ସତରେ ବୟସ ହେଉଛି କେବଳ ସଂଖ୍ୟା। ଯଦି ମନରେ ଆତ୍ମବିଶ୍ୱାସ ରହିଛି କି ମୁଁ ବିଜୟ ହେବି ତେବେ ତାହାକୁ କେହି ହରାଇ ପାରିବେ ନାହିଁ।
Amidst #COVID19 chaos, here comes a really exciting news from #Indore. 100year old GrandMa Chandabai Parmar ji has defeated #CoronaVirus & is discharged from hospital.
Truly said, age has nothing to do with anything. If we have will to win, nothing can beat us.@ChouhanShivraj pic.twitter.com/DvL8wO2Wn8— Dipanshu Kabra (@ipskabra) May 22, 2020
ଦୀପାଂଶୁଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ବ୍ୟବହାରକାରୀ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ସକରାତ୍ମକ ଶକ୍ତିର ଏକ ଉଦାହରଣ। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହି ବୟସରେ ଭଲଭଲ ଲୋକ ଜୀବନ ଯୁଦ୍ଧରେ ହାରି ଯାଇଥାଆନ୍ତି। କିନ୍ତୁ ବୃଦ୍ଧାଙ୍କ କରୋନା ଯୁଦ୍ଧରେ ବିଜୟ ବାସ୍ତବରେ ଏକ ଭଲ ଖବର।
ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍ ସଂକ୍ରମଣ ମାମଲା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଭାରତରେ କୋଭିଡ-୧୯ରେ ସଂକ୍ରମଣ ସଂଖ୍ୟା ୧.୨୫ ଲକ୍ଷରେ ପହଞ୍ଚି ଯାଇଛି। ଏହି ସଂକ୍ରମଣରେ ୩,୭୨୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଖୁସି ଖବରଟି ହେଉଛି ଏହି ମାରାତ୍ମକ ମହାମାରୀରେ ୫୧, ୭୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।