ନୂଆଦିଲ୍ଲୀ: ଗଙ୍ଗା ଓ ଯମୁନା ସହିତ ଅନେକ ନଦୀରେ ଆସିଥିବା ବନ୍ୟା ହେତୁ ଉତ୍ତରପ୍ରଦେଶର ଭିନ୍ନଭିନ୍ନ ଜିଲ୍ଲାରେ ହାହାକାର ସୃଷ୍ଟି ହୋଇଛି। ଜଲସ୍ତର ଉନ୍ନାବର ଗଙ୍ଗାଘାଟ ଅଞ୍ଚଳର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବନ୍ୟା ଜଳ ହେତୁ ନଦୀରେ ବଢ଼ିଥିବା ଜଳର ସ୍ରୋତ ବୃଦ୍ଧି ପାଇଛି। ଏହି ସ୍ରୋତ ଇନ୍ଦ୍ରା ନଗର ଅଞ୍ଚଳସ୍ଥ ଏକ ମନ୍ଦିରପାର୍ଶ୍ବରେ ଥିବା ୧୦୦ବର୍ଷ ପୁରୁଣା ବରଗଛକୁ ଆଖିପିଛୁଳାକେ ଭସାଇ ନେଇ ଯାଇଛି। ବରଗଛ ଭାସି ଯାଉଥିବାର ଭିଡିଓ ବି ସାମ୍ନାକୁ ଆସିଛି।
ବରଗଛ ଭାସିଯାଉଥିବା ଦୃଶ୍ୟକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ମହିଳା ଇଶ୍ବରଙ୍କୁ ପ୍ରାର୍ଥନା କରୁଥିବା ଭିଡିଓରେ ଶୁୂଣିବାକୁ ମିଳିଛି। ମହିଳାମାନେ କହୁଛନ୍ତି, ଏତେ ବର୍ଷର ପୁରୁଣା ଗଛ ଭାସିଗଲା। ଶନିଚର ବାବା ବି ଭାସିଗଲେ। ବାବା ଭୋଳାନାଥ ଏମିତି କର ନାହିଁ.. ହେ ପରମେଶ୍ବର...!!!
ଏହି ବିଶାଳ ବରଗଛତଳେ ଶନି ଦେବତାଙ୍କ ଏକ ଛୋଟ ମନ୍ଦିର ଥିଲା। ନଦୀସ୍ରୋତରେ ମୂଳରୁ ଗଛ ଉପୁଡ଼ିଯିବା ପରେ ଉକ୍ତ ଶନିମନ୍ଦିର ବି ଭାଙ୍ଗି ଭାସିଯାଇଛି।
ଏଭଳି ଘଟଣାକୁ ନେଇ ସ୍ଥାନୀୟଲୋକେ ଦୁଃଖୀ ହୋଇଯାଇଛନ୍ତି। କାରଣ ଏହି ବରଗଛ ୧୦୦ବର୍ଷ ପୁରୁଣା ଥିବା ବେଳେ ଗ୍ରାମର ଜଣେ ପୁରୁଣା ସଦସ୍ୟ ଭଳି ଥିଲା। ନଦୀରେ ପୁରୁଣା ବରଗଛ ଭାସିଯିବା ପରେ ଉକ୍ତ ସ୍ଥାନଟି ଖାଲି ପଡ଼ିଥିବା ଦେଖି ଗ୍ରାମବାସୀ ଭାବବିହ୍ବୋଳ ହୋଇପଡ଼ିଛନ୍ତି।
ତେବେ ଗତ ୨୪ଘଣ୍ଟା ମଧ୍ୟରେ କ୍ରମାଗତ ଭାବେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅନେକ ଗ୍ରାମରେ ବନ୍ୟା ପାଣି ପଶି ଯାଇଛି। ଯେଉଁ କାରଣରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/SS1kgKUDsQdd21xMVA8P.jpg)