କର୍ଣ୍ଣାଟକ: କର୍ଣ୍ଣାଟକ ତିକ୍ଷଣ ପ୍ରତ୍ୟଙ୍ଗିରା ଦେବୀ ମନ୍ଦିରରେ ଶନିବାର ଅମାବାସ୍ୟା ଥିବା ହେତୁ ହୋମ କରାଯାଇଥିଲା। ଏହି ହୋମରେ ୧୦୦ରୁ ଊର୍ଧ୍ୱ ଶ୍ରଦ୍ଧାଳୁ ସାମିଲ ରହିଥିଲେ। ଏହି ହୋମର ବିଶେଷତ୍ୱ ହେଉଛି, ଦେବୀଙ୍କୁ ଖୁସି କରିବା ପାଇଁ ୧୦ କୁଇଣ୍ଟାଲ ଶୁଖିଲା ଲଙ୍କା ସହିତ ପରିବା, ନଡ଼ିଆ ଓ ମିଠା ଦିଆଯାଇଥିଲା। ଏହି ହୋମକୁ ଅନ୍‌ଲାଇନ୍‌ ଟ୍ରେଡିଙ୍ଗ କମ୍ପାନି Teen Monk Solutions International, ସ୍ଥାନୀୟ ରାଜନୀତିଜ୍ଞ, ରିଏଲ ଇଷ୍ଟେଟ, ବଡ଼ ନେତା ଓ ବ୍ୟବସାୟୀ ଆୟୋଜିତ କରିଥିଲେ।

Advertisment

publive-image

ଗୁରୁଜୀ ଅଘୋର କିଶୋର ଗଣପତି ରାଟ ବି ଏହି ହୋମରେ ସାମିଲ ହୋଇଥିଲେ। ଶ୍ରଦ୍ଧାଳୁ ବି ତାଙ୍କୁ ସ୍ୱାଗତ କରିଥିଲେ। ଗୁରୁଜୀ ଅଘୋର କିଶୋର ଗଣପତି ରାଟଙ୍କ କହିବାନୁସାରେ, ଏହି ହୋମ ସିନେମା ଓ ବାଣିଜ୍ୟ ଆଦି କ୍ଷେତ୍ରରେ ବେପାର ବୃଦ୍ଧି କରିବା ସହିତ ଲୋକମାନଙ୍କ ଆୟୁ ବଢ଼ିବ।

publive-image

ନଗର ପାଳିକାର ଅଧ୍ୟକ୍ଷ ଏଚକେ ହଲେଶ ଏହି ହୋମ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏବଂ କହିଥିଲେ ହୋମରେ ଏତେ ପରିମାଣର ଲଙ୍କା ଦିଆଯିବା ହେତୁ ପବନ ଯଦି ହୁଏ ଏହାର ଧୁଆଁରେ ଲୋକମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ ବି ଭୟ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏମିତି କିଛି ବି ହୋଇ ନଥିଲା।